ଚାଲିଗଲେ ରୋନାଲଡୋଙ୍କ ପୁଅ

ଲିସବନ: ବିଶ୍ୱର ପ୍ରଖ୍ୟାତ ଫୁଟବଲର କ୍ରିଷ୍ଟିଆନୋ ରୋନାଲଡୋଙ୍କୁ ଲାଗିଛି ଶକ୍ତ ଝଟକା। ରୋନାଲଡୋ ତଥା ତାଙ୍କ ପରିବାର ଉପରେ ଲଦି ହୋଇପଡ଼ିଛି ଦୁଃଖର ପାହାଡ଼ । ରୋନାଲଡୋ ଓ ତାଙ୍କ ଗାର୍ଲଫ୍ରେଣ୍ଡ ଜର୍ଜିନା ଗର୍ଡିଗେଜ ସେମାନଙ୍କ ନବଜାନ ପୁତ୍ର ସନ୍ତାନକୁ ହରାଇଛନ୍ତି। ଏହି ସମୟରେ ସେମାନେ ଅତି ଜଟିଳ ପରିସ୍ଥିତିର ସମ୍ମୁଖୀନ ହେଉଥିବାରୁ ଗୋପନୀୟତାକୁ ପ୍ରାଥମିକତା ଦେବାକୁ ସୋଶାଲ ମିଡିଆରେ ଫ୍ୟାନ୍ସଙ୍କୁ  ଅନୁରୋଧ କରିଛନ୍ତି ରୋନାଲଡୋ । ରୋନାଲଡୋ ଓ ଜର୍ଜିନା ଯମଜ ସନ୍ତାନଙ୍କ ପିତାମାତା ହେବେ […]

cristiano-ronaldo

cristiano-ronaldo

Niharika Rout
  • Published: Tuesday, 19 April 2022
  • Updated: 19 April 2022, 09:58 AM IST

ଲିସବନ: ବିଶ୍ୱର ପ୍ରଖ୍ୟାତ ଫୁଟବଲର କ୍ରିଷ୍ଟିଆନୋ ରୋନାଲଡୋଙ୍କୁ ଲାଗିଛି ଶକ୍ତ ଝଟକା। ରୋନାଲଡୋ ତଥା ତାଙ୍କ ପରିବାର ଉପରେ ଲଦି ହୋଇପଡ଼ିଛି ଦୁଃଖର ପାହାଡ଼ । ରୋନାଲଡୋ ଓ ତାଙ୍କ ଗାର୍ଲଫ୍ରେଣ୍ଡ ଜର୍ଜିନା ଗର୍ଡିଗେଜ ସେମାନଙ୍କ ନବଜାନ ପୁତ୍ର ସନ୍ତାନକୁ ହରାଇଛନ୍ତି। ଏହି ସମୟରେ ସେମାନେ ଅତି ଜଟିଳ ପରିସ୍ଥିତିର ସମ୍ମୁଖୀନ ହେଉଥିବାରୁ ଗୋପନୀୟତାକୁ ପ୍ରାଥମିକତା ଦେବାକୁ ସୋଶାଲ ମିଡିଆରେ ଫ୍ୟାନ୍ସଙ୍କୁ  ଅନୁରୋଧ କରିଛନ୍ତି ରୋନାଲଡୋ ।

ରୋନାଲଡୋ ଓ ଜର୍ଜିନା ଯମଜ ସନ୍ତାନଙ୍କ ପିତାମାତା ହେବେ ବୋଲି କିଛି ଦିନ ପୂର୍ବେ ରୋନାଲଡୋ ସୋଶାଲ ମିଡିଆରେ ପୋଷ୍ଟ କରି ନିଜ ଫ୍ୟାନ୍ସଙ୍କୁ ଖୁସି ଖବର ଦେଇଥିଲେ।  ଏହାପରେ ଜର୍ଜିନା ଏକ ପୁତ୍ର ଓ ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିବା ବେଳେ ଡାକ୍ତର କିନ୍ତୁ ପୁତ୍ର ସନ୍ତାନକୁ ବଞ୍ଚାଇବାରେ ଅସମର୍ଥ ହେଲେ।  ନବଜାତ ଶିଶୁ କନ୍ୟାକୁ ଦେଖି ଆମେ ଏହି କଷ୍ଟ ସହିବାକୁ ଚେଷ୍ଟା ଜାରି ରଖିଛୁ ବୋଲି କହିଛନ୍ତି ରୋନାଲଡୋ ।

ରୋନାଲଡୋଙ୍କର ପୂର୍ବରୁ ୪ ସନ୍ତାନ ଥିବା ବେଳେ ଏବେ ସେ ୨ ଯମଜ ସନ୍ତାନଙ୍କ ପିତା ହେବାର ସୌଭାଗ୍ୟ ପାଇଥିଲେ। କିନ୍ତୁ ସେଥିମଧ୍ୟରୁ ନବଜାତ ଶିଶୁ ପୁତ୍ରର ଅକାଳ ବିୟୋଗକୁ ସେମାନେ ସହଜେ ଗ୍ରହଣ କରିପାରୁ ନାହାନ୍ତି। ଏନେଇ ରୋନାଲଡୋ କହିଛନ୍ତି, ମୁଁ ଓ ମୋ ପରିବାର ସବୁଠୁ ଖରାପ ସମୟ ଦେଖି ଗତି କରୁଛୁ। ଆମେ ଦୁଃଖର ସହ  ଘୋଷଣା କରୁଛୁ ଯେ, ଆମେ ଆମ ନବଜାତ ଶିଶୁପୁତ୍ରକୁ ହରାଇ ଦେଇଛୁ । ଏହା ଯେକୌଣସି ମାତାପିତାଙ୍କ ପାଇଁ ସବୁଠୁ ଅଧିକ କଷ୍ଟଦାୟକ । ଏହି ଶକ୍ତ ଧକ୍କା ଯୋଗୁ ଆମେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛୁ। ହେଲେ କେବଳ  ନବଜାତ ଶିଶୁ କନ୍ୟାର ମୁହଁକୁ ଦେଖି ବଞ୍ଚିବାକୁ ସଂଗ୍ରାମ ଜାରି ରଖିଛୁ ତଥା ଏହି ଅବସାଦରୁ ବାହାରିବାକୁ ଚେଷ୍ଟା ଚଳାଇଛୁ ।

ସୁରୁଖୁରରେ ଜର୍ଜିନାଙ୍କ ପ୍ରସବ ନିମନ୍ତେ ଡାକ୍ତର ଏବଂ ନର୍ସମାନେ  ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥିବା ବେଳେ ତଥା  ମା’ ଓ ନବଜାତଙ୍କ ଧ୍ୟାନ ଓ ଯତ୍ନ ନେଇଥିବାରୁ ସେମାନଙ୍କୁ ହୃଦୟରୁ  ଧନ୍ୟବାଦ ଜଣାଇଛନ୍ତି ରୋନାଲଡୋ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos