ଆଇପିଏଲରେ ଜାତିଆଣ ଅଭିଯୋଗ ଆଣିଲେ ଇଣ୍ଡିଜ୍ କ୍ରିକେଟର୍

ନୂଆଦିଲ୍ଲୀ: ଆମେରିକାରେ ଜାଣିଗତ ବିରୋଧରେ ଚାଲିଥିବା ବିରୋଧର ସ୍ୱର ଏବେ ସାରା ବିଶ୍ୱକୁ ଉଜାଗର କରିଦେଇଛି। ଏବେ କ୍ରିକେଟରେ ମଧ୍ୟ ଜାତିଆଣ ହୋଇଥିବା ଅଭିଯୋଗ ଆସିଛି, ତାହା ପୁଣି ଦୁନିଆର ସବୁଠାରୁ ଚର୍ଚ୍ଚିତ ଟି-୨୦ ଟୁର୍ଣ୍ଣାମେଣ୍ଟ ଆଇପିଏଲରେ। ଏହି ଅଭିଯୋଗ ଆଉ କେହି ନୁହନ୍ତି, ବରଂ ୱେଷ୍ଟଇଣ୍ଡିଜକୁ ଦୁଇଥର ଟି-୨୦ ଚାମ୍ପିୟନ୍ କରାଇଥିବା କ୍ୟାପଟେନ୍ ଡାରେନ୍ ସାମି ଆଣିଛନ୍ତି। ଆଇପିଏଲରେ ଏଭଳି ଜାଣିଆଣ ଅଭିଯୋଗ ସାମି ବଡ଼ ବିବାଦକୁ ଜନ୍ମ ଦେଇଛନ୍ତି। ଶାମିଙ୍କ ମତରେ ଆଇପିଏଲ୍ ଖେଳୁଥିବା […]

sammy

sammy

Ranjit Kumar Jena
  • Published: Sunday, 07 June 2020
  • Updated: 07 June 2020, 03:20 PM IST

Sports

Latest News

ନୂଆଦିଲ୍ଲୀ: ଆମେରିକାରେ ଜାଣିଗତ ବିରୋଧରେ ଚାଲିଥିବା ବିରୋଧର ସ୍ୱର ଏବେ ସାରା ବିଶ୍ୱକୁ ଉଜାଗର କରିଦେଇଛି। ଏବେ କ୍ରିକେଟରେ ମଧ୍ୟ ଜାତିଆଣ ହୋଇଥିବା ଅଭିଯୋଗ ଆସିଛି, ତାହା ପୁଣି ଦୁନିଆର ସବୁଠାରୁ ଚର୍ଚ୍ଚିତ ଟି-୨୦ ଟୁର୍ଣ୍ଣାମେଣ୍ଟ ଆଇପିଏଲରେ। ଏହି ଅଭିଯୋଗ ଆଉ କେହି ନୁହନ୍ତି, ବରଂ ୱେଷ୍ଟଇଣ୍ଡିଜକୁ ଦୁଇଥର ଟି-୨୦ ଚାମ୍ପିୟନ୍ କରାଇଥିବା କ୍ୟାପଟେନ୍ ଡାରେନ୍ ସାମି ଆଣିଛନ୍ତି।

ଆଇପିଏଲରେ ଏଭଳି ଜାଣିଆଣ ଅଭିଯୋଗ ସାମି ବଡ଼ ବିବାଦକୁ ଜନ୍ମ ଦେଇଛନ୍ତି। ଶାମିଙ୍କ ମତରେ ଆଇପିଏଲ୍ ଖେଳୁଥିବା ସମୟରେ ତାଙ୍କୁ ଜାଣିଆଣ ମନ୍ତବ୍ୟର ସାମ୍ନା କରିବାକୁ ପଡ଼ିଛି। ସାମି ସୋଶାଲ ମିଡିଆରେ ସମସ୍ତଙ୍କ ଆଗରେ ଦୃଢ଼ତାର ସହ କହିଛନ୍ତି ଯେ ଆଇପିଏଲରେ ତାଙ୍କୁ 'କାଲୁ' ବା 'କଳା' ବୋଲି ଡକାଯାଉଥିଲା।

ଶାମି କହିଛନ୍ତି, "ଯେତେବେଳେ ମୁଁ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳୁଥିଲି, ସେତେବେଳେ ମୋତେ ଏବଂ ଶ୍ରୀଲଙ୍କାର ଥିସାରା ପରେରାଙ୍କୁ ଜାତିଆଣ ମନ୍ତବ୍ୟର ସାମ୍ନା କରିବାକୁ ପଡ଼ିଥିଲା। ଆଇପିଏଲରେ ମୋ ସହ ପରେରାଙ୍କୁ ମଧ୍ୟ 'କାଲୁ' ବା 'କଳା' କହି ଡକାଯାଉଥିଲା।" ତେବେ ସାମି ସେତେବେଳେ ଏହାର ଅର୍ଥ ଜାଣିନଥିଲେ, କିନ୍ତୁ ଆଜି ସେ ଏହାର ମତଲବ ଜାଣିବା ପରେ ଅଧିକ ନିରାଶ ହୋଇଛନ୍ତି।

ସାମି ନିଜର ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ପୋଷ୍ଟ କରି ଲେଖିଛନ୍ତି, ମୁଁ ଏବେ ଜାଣିବାକୁ ପାଇଲି ଯେ 'କାଲୁ'ର ଅର୍ଥ କ'ଣ। ସନରାଇଜର୍ସ ପକ୍ଷରୁ ଖେଳୁଥିବା ବେଳେ ମୋତେ ଏହି ନାମରେ ଡକାଯାଉଥିଲା। ମୋତେ ଲାଗୁଥିଲା ଯେ ଏହାର ଅର୍ଥ ମଜଭୁତ୍ ଘୋଡ଼ା। କିନ୍ତୁ ଏବେ ମୋତେ ଏହାର ଅସଲ୍ ମତଲବ ଜଣାପଡ଼ିବା ପରେ ମୁଁ ଆଶ୍ଚର୍ଯ୍ୟ। ତେବେ ସାମି ନିଜ ପୋଷ୍ଟରେ ସ୍ପଷ୍ଟ କରିନାହାନ୍ତି ଯେ ତାଙ୍କୁ ଏହି ନାଁରେ କିଏ ଡାକୁଥିଲେ।

ସାମି ମଧ୍ୟ ପୂର୍ବରୁ ଆଇସିସିକୁ ଟ୍ୱିଟ୍ କରି ଜାତିଆଣକୁ ଶେଷ କରିବା ପାଇଁ କଡ଼ା ପଦକ୍ଷେପ ଉଠାଇବାକୁ ଦାବି କରିଥିଲେ। ସାମି ଟ୍ୱିଟ୍ କରିଥିଲେ, ଆଇସିସି ଓ ଅନ୍ୟ ଦେଶର କ୍ରିକେଟ୍ ବୋର୍ଡ, ଆପଣ ଦେଖୁଛନ୍ତି ଯେ ଆମ ଭଳି ଲୋକଙ୍କ ସହ କିଭଳି ବ୍ୟବହାର କରାଯାଉଛି। କ'ଣ ଆପଣ ଆମକୁ ସାମାଜିକ ନ୍ୟାୟ ପାଇଁ ସ୍ୱର ଉଠାଇବେ ନାହିଁ। ଏହା କେବଳ ଆମେରିକା କଥା ନୁହେଁ। ଏହା ପ୍ରତିଦିନ ଆମ ସହ ଘଟୁଛି। ଆମକୁ ପ୍ରମାଣିତ କରିବାକୁ ହେବ ଯେ କଳା ଲୋକଙ୍କ ଜୀବନ ମଧ୍ୟ ବହୁତ ମହତ୍ତ୍ୱପୂର୍ଣ୍ଣ। ବର୍ତ୍ତମାନ ଚୁପ୍ ରହିବାର ସମୟ ନୁହେଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos