ରିଓ ଅଲିମ୍ପିକ୍‌ରେ ସ୍ଥାନ ପାଇ ଇତିହାସ ରଚିଲେ ଦୀପା

ନୂଆଦିଲ୍ଲୀ: ଭାରତର ପ୍ରଥମ ମହିଳା ଜିମ୍‌ନାଷ୍ଟ ଭାବେ ରିଓ ଅଲିମ୍ପିକ୍‌ରେ ସ୍ଥାନ ପକ୍କା କରି ଦୀପା କର୍ମକାର ସୋମବାର ଇତିହାସ ରଚିଛନ୍ତି। ରିଓ ଦି ଜେନେରିଓରେ ଚାଲିଥିବା ଅଲିମ୍ପିକ୍‌ ଯୋଗ୍ୟତା ପ୍ରର୍ଯ୍ୟାୟ ଫାଇନାଲରେ ଭଲ ପ୍ରଦର୍ଶନ କରି ସେ ରିଓ ଅଲିମ୍ପିକ୍‌ ପାଇଁ ସେ ନିଜ ନାଁ ପକ୍କା କରିଛନ୍ତି। ଏହି ଇଭେଣ୍ଟରେ ମୋଟ୍‌ ୫୨.୬୯୮ ପଏଣ୍ଟ ପାଇ ରିଓ ଅଲିମ୍ପିକ୍‌କୁ ଯାଇଛନ୍ତି ୨୨ ବର୍ଷୀୟ କର୍ମକାର। ଦେଶ ସ୍ୱାଧୀନତା ପାଇବାର ଏପର୍ଯ୍ୟନ୍ତ ମୋଟ ୧୨ ଜଣ […]

dipa-karmakar

dipa-karmakar

Rakesh Mallick
  • Published: Monday, 18 April 2016
  • Updated: 18 April 2016, 12:18 PM IST

Sports

Latest News

dipa-karmakarନୂଆଦିଲ୍ଲୀ: ଭାରତର ପ୍ରଥମ ମହିଳା ଜିମ୍‌ନାଷ୍ଟ ଭାବେ ରିଓ ଅଲିମ୍ପିକ୍‌ରେ ସ୍ଥାନ ପକ୍କା କରି ଦୀପା କର୍ମକାର ସୋମବାର ଇତିହାସ ରଚିଛନ୍ତି। ରିଓ ଦି ଜେନେରିଓରେ ଚାଲିଥିବା ଅଲିମ୍ପିକ୍‌ ଯୋଗ୍ୟତା ପ୍ରର୍ଯ୍ୟାୟ ଫାଇନାଲରେ ଭଲ ପ୍ରଦର୍ଶନ କରି ସେ ରିଓ ଅଲିମ୍ପିକ୍‌ ପାଇଁ ସେ ନିଜ ନାଁ ପକ୍କା କରିଛନ୍ତି। ଏହି ଇଭେଣ୍ଟରେ ମୋଟ୍‌ ୫୨.୬୯୮ ପଏଣ୍ଟ ପାଇ ରିଓ ଅଲିମ୍ପିକ୍‌କୁ ଯାଇଛନ୍ତି ୨୨ ବର୍ଷୀୟ କର୍ମକାର।

ଦେଶ ସ୍ୱାଧୀନତା ପାଇବାର ଏପର୍ଯ୍ୟନ୍ତ ମୋଟ ୧୨ ଜଣ ପୁରୁଷ ଜିମ୍‌ନାଷ୍ଟିକ୍ସରେ ଭାରତ ପକ୍ଷରୁ ଅଲିମ୍ପିକ୍‌ରେ ଭାଗ ନେଇଛନ୍ତି। ଭାରତ ପକ୍ଷରୁ ୧୯୫୨ ଓ ୧୯୫୬ରେ ୩ଜଣ ଲେଖାଏଁ ଓ ୧୯୬୪ରେ ୬ଜଣ ପ୍ରତିଯୋଗୀ ଅଲିମ୍ପିକ୍‌ରେ ଅଂଶ ଗ୍ରହଣ କରିଥିଲେ। ୨୦୧୬ ରିଓ ଅଲିମ୍ପିକ୍‌ ଭାବେ କର୍ମକାର ପ୍ରଥମ ମହିଳା ପ୍ରତିଯୋଗୀ ଭାବେ ଭାବେ ରିଓ ଅଲିମ୍ପିକ୍‌ରେ ସ୍ଥାନ ପାଇ ଇତିହାସ ରଚିଛନ୍ତି।

ଅନ୍ତର୍ଜାତୀୟ ଫେଡେରେସନ ଅଫ୍‌ ଜିମ୍‌ନାଷ୍ଟିକ୍ସ ପକ୍ଷରୁ ଦୀପା ରିଓ ଅଲିମ୍ପିକ୍‌ରେ ସ୍ଥାନ ପାଇବା ନେଇ ଆଜି ସ୍ପଷ୍ଟ କରାଯାଇଛନ୍ତି। ରିଓ ଅଲିମ୍ପିକ୍‌ରେ ୭୯ଜଣ ମହିଳା ଜିମ୍‌ନାଷ୍ଟଙ୍କ ମଧ୍ୟରେ ରହିଛନ୍ତି ଦୀପା।

ମହିଳା ଜିମ୍‌ନାଷ୍ଟ ଭାବେ ଭାରତ ପକ୍ଷରୁ ୨୦୧୪ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡାରେ ଓ ୨୦୧୫ ହିରୋସୀମା ଏସିଆନ୍‌ ଚାମ୍ପିଅନସିପ୍‌ରେ ବ୍ରୋଞ୍ଜ ଜିତି ସେ ଭାରତ ପାଇଁ ଗୌରବ ଆଣିଥିଲେ।

ରିଓରେ ତାଙ୍କଠାରୁ ସ୍ୱର୍ଣ୍ଣ ଆଶାକରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos