ୱେବସାଇଟ୍ ନଥିବାରୁ କଟିଲା ହକି ଓଡ଼ିଶାର ଆଜୀବନ ସଦସ୍ୟତା!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୮ ହକି ୱାର୍ଲ୍ଡ କପ୍ ଆୟୋଜନ କରି ସାରା ଦୁନିଆରେ ଖୁବ୍ ପ୍ରଶଂସା ସାଉଁଣ୍ଟିଥିଲା ଓଡ଼ିଶା। ଏହି ସଫଳ ଆୟୋଜନ ପରେ ହକି ଇଣ୍ଡିଆ ଓ ଅନ୍ତର୍ଜାତୀୟ ହକି ଫେଡେରେସନ୍ (FIH) ୨୦୨୩ ୱାର୍ଲ୍ଡ କପ୍‌ର ଆୟୋଜନ ଦାୟିତ୍ୱ ମଧ୍ୟ ଓଡ଼ିଶାକୁ ଦେଇଛି। ଓଡ଼ିଶାରେ ଦୁଇଟି ଭେନ୍ୟୁ ଅର୍ଥାତ୍ ରାଉରକେଲା ଓ ଭୁବନେଶ୍ୱରରେ ୨୦୨୩ ହକି ୱାର୍ଲ୍ଡ କପ୍ ମ୍ୟାଚ୍ ଖେଳାଯିବ। ଏସବୁ ସଫଳତାର ଶ୍ରେୟ ହକି ଇଣ୍ଡିଆର ଆଫିଲିଟେଟ୍ ୟୁନିଟ୍ ଥିବା […]

hockey

hockey

Ranjit Kumar Jena
  • Published: Tuesday, 02 February 2021
  • Updated: 02 February 2021, 06:16 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୮ ହକି ୱାର୍ଲ୍ଡ କପ୍ ଆୟୋଜନ କରି ସାରା ଦୁନିଆରେ ଖୁବ୍ ପ୍ରଶଂସା ସାଉଁଣ୍ଟିଥିଲା ଓଡ଼ିଶା। ଏହି ସଫଳ ଆୟୋଜନ ପରେ ହକି ଇଣ୍ଡିଆ ଓ ଅନ୍ତର୍ଜାତୀୟ ହକି ଫେଡେରେସନ୍ (FIH) ୨୦୨୩ ୱାର୍ଲ୍ଡ କପ୍‌ର ଆୟୋଜନ ଦାୟିତ୍ୱ ମଧ୍ୟ ଓଡ଼ିଶାକୁ ଦେଇଛି। ଓଡ଼ିଶାରେ ଦୁଇଟି ଭେନ୍ୟୁ ଅର୍ଥାତ୍ ରାଉରକେଲା ଓ ଭୁବନେଶ୍ୱରରେ ୨୦୨୩ ହକି ୱାର୍ଲ୍ଡ କପ୍ ମ୍ୟାଚ୍ ଖେଳାଯିବ।

ଏସବୁ ସଫଳତାର ଶ୍ରେୟ ହକି ଇଣ୍ଡିଆର ଆଫିଲିଟେଟ୍ ୟୁନିଟ୍ ଥିବା ହକି ଓଡ଼ିଶାକୁ ମିଳିବା ଦରକାର। କିନ୍ତୁ ଏବେ ହକି ଓଡ଼ିଶା ଆଜୀବନ ସଦସ୍ୟତାରୁ ହଟି ହକି ଇଣ୍ଡିଆର ଆସୋସିଏଟ୍ ସଦସ୍ୟ ହୋଇଯାଇଛି। ଯେଉଁ କାରଣରୁ ହକି ଇଣ୍ଡିଆ ନିର୍ବାଚନ ପାଇଁ ହକି ଓଡ଼ିଶାକୁ ଭୋଟିଂ ଅଧିକାର ମିଳିନାହିଁ। ହକି ଓଡ଼ିଶାର ସମ୍ପାଦକ ପ୍ରତାପ ଶତପଥୀ ଏହାକୁ 'ଅସାମ୍ବିଧାନିକ' ବୋଲି କହିଛନ୍ତି। ପ୍ରତାପ ଶତପଥୀ କହିଛନ୍ତି, ୧୯୬୨ରେ ଓଡ଼ିଶା ହକି ଆସୋସିଏସନର ଗଠନ ହୋଇଥିଲା। ପରବର୍ତ୍ତୀ ସମୟରେ ୨୦୦୯ରେ ହକି ଓଡ଼ିଶାର ଗଠନ ହୋଇଥିଲା। ଯାହା ପରେ ଆମେ ହକି ଇଣ୍ଡିଆର ସ୍ଥାୟୀ ସଦସ୍ୟ ଥିଲୁ। କିନ୍ତୁ ଏଇ ବର୍ଷେ ହେବ ଯେଉଁଭଳି ଭାବେ ଆମର ଆଜୀବନ ସଦସ୍ୟତା ବାତିଲ କରାଯାଇଛି, ତାହା ଅସାମ୍ବିଧାନିକ।

ଶ୍ରୀ ଶତପଥି କହିଛନ୍ତି, ଆମର ଶେଷ ସାଧାରଣ ବୈଠକରେ ଆମେ ୨୦୧୯-୨୦ ଆର୍ଥିକ ବର୍ଷର ଅଡିଟ୍ ରିପୋର୍ଟ ଦାଖଲ କରିଥିଲୁ। କିନ୍ତୁ ଜାତୀୟ ଫେଡେରେସନ୍ ଆମକୁ ସଠିକ୍ ଭାବେ କାର୍ଯ୍ୟକାରୀ ହେଉଥିବା ଏବଂ ହକି ପ୍ରଚାର ପାଇଁ ଏକ ୱେବସାଇଟ୍ କରିବାକୁ ପରାମର୍ଶ ଦେଇଥିଲା, ଯାହାର ପ୍ରକ୍ରିୟା ଏବେ ଜାରି ରହିଛି। ଯଦି ହକି ଇଣ୍ଡିଆର ସ୍ଥାୟୀ ସଦସ୍ୟ ହେବା ପାଇଁ ୱେବସାଇଟ୍ ହିଁ ଏକମାତ୍ର ପାରାମିଟର୍, ତାହେଲେ ମୁଁ କହିବି ଯେ ବର୍ତ୍ତମାନ ହକି ଇଣ୍ଡିଆର ଅଧିକାଂଶ ସ୍ଥାୟୀ ସଦସ୍ୟଙ୍କର ୱେବସାଇଟ୍ ନାହିଁ କି ଜିଲ୍ଲା ୟୁନିଟ୍ ମଧ୍ୟ ନାହିଁ। କିନ୍ତୁ ଆମେ ଏ ଲଢ଼େଇ ଜାରି ରଖିବୁ ବୋଲି ଶ୍ରୀ ଶତପଥି କହିଛନ୍ତି।

ହକି ଇଣ୍ଡିଆର ସ୍ଥାୟୀ ଓ ଆସୋସିଏଟ୍ ସଦସ୍ୟ ଭିତରେ ସେତେଟା ଫରକ ନାହିଁ। ଏକମାତ୍ର ଫରକ ହେଉଛି ସ୍ଥାୟୀ ସଦସ୍ୟଙ୍କ ପାଖରେ ଭୋଟିଂ ଦେବାର ଅଧିକାର ଅଛି ଏବଂ ଆସୋସିଏଟ୍ ସଦସ୍ୟଙ୍କ ପାଖରେ ଏହି ଅଧିକାର ନାହିଁ। ତେବେ ଏଠି ପ୍ରଶ୍ନ ଉଠୁଛି ଯେଉଁ ଓଡ଼ିଶା ହକିର ହବ୍ ଭାବେ ପରିଚିତ ହୋଇଛି, ସେହି ରାଜ୍ୟର ହକି ସଂଘ ଜାତୀୟ ସଂଘର ସ୍ଥାୟୀ ସଦସ୍ୟରୁ କେମିତି କଟିଲା। ନିକଟରେ ଓଡ଼ିଶା ଏକାଧିକ ଅନ୍ତର୍ଜାତୀୟ ହକି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଛି। ଯେପରିକି ଚାମ୍ପିୟନ୍ସ ଟ୍ରଫି, ହକି ୱାର୍ଲ୍ଡ ସିରିଜ୍, ଅଲିମ୍ପିକ୍ କ୍ୱାଲିଫିକେସନ୍, ହକି ୱାର୍ଲ୍ଡ କପ୍ ଆଦି ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ସାମିଲ୍‌ ଅଛି। ଏହିସବୁ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ପାଇଁ ଓଡ଼ିଶା ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। କିନ୍ତୁ ସାମାନ୍ୟ ୱେବସାଇଟ୍ ଟିଏ କରିବା ପାଇଁ ସରକାର ଆଗ୍ରହ ଦେଖାଇଲେ ନାହିଁ ଏବଂ ଏହି ୱେବସାଇଟ୍ ପାଇଁ ହକି ଓଡ଼ିଶା ଜାତୀୟ ସଂଘର ସ୍ଥାୟୀ ସଦସ୍ୟ ନହେବା ନୈରାଶ୍ୟଜନକ। ଏପରିକି ଏହା ଓଡ଼ିଶାର ଖେଳାଳିଙ୍କ ଉପରେ ପ୍ରଭାବ ପକାଇବ କି ନାହିଁ, ତାହା ସମୟ କହିବ।

ହକି ଇଣ୍ଡିଆର ମୋଟ ୨୨ଟି ସ୍ଥାୟୀ ସଦସ୍ୟ ରହିଛନ୍ତି। ସେହିପରି ୩୬ଟି ଆସୋସିଏଟ୍ ସଦସ୍ୟ ରହିଛନ୍ତି। ଏହି ୩୬ଟି ମଧ୍ୟରୁ ହକି ଓଡ଼ିଶା ମଧ୍ୟ ରହିଛି। ସେହିପରି ହକି ଇଣ୍ଡିଆ ଅଧୀନରେ ୩୯ଟି ଏକାଡେମୀ ସଦସ୍ୟ ରହିଛନ୍ତି। ଓଡ଼ିଶାର ଆଉଏକ ହକି ସଂଘ ଥିବା ହକି ଗାଙ୍ଗପୁରକୁ ଗତବର୍ଷ ଆସୋସିଏଟ୍ ସଦସ୍ୟତାରୁ କାଟି ଦିଆଯାଇଛି। ଆଗାମୀ ଦିନରେ ଯଦି ହକି ଓଡ଼ିଶାର ଆସୋସିଏଟ୍ ସଦସ୍ୟତା ବାତିଲ୍ କରାଯିବ, ତାହେଲେ ଏହା ଓଡ଼ିଶା ହକି ପାଇଁ ଲଜ୍ଜାଜନକ ବିଷୟ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story