ଲକ୍‌ଡାଉନ୍‌ରେ ବି ଚାଲିଛି କ୍ରିକେଟ୍ ମ୍ୟାଚ୍, ଶନିବାର ଏହି ଲିଗ୍‌ର ଫାଇନାଲ୍

ପୋର୍ଟ ଭିଲ୍ଲା (ଭାନୁଆତୁ): କରୋନାଭାଇରସ୍ ଯୋଗୁ ସାରା ଦୁନିଆରେ କ୍ରିକେଟ ଗତିବିଧି ବନ୍ଦ ରହିଛି। ଏପରିକି ବିଭିନ୍ନ ଦେଶରେ ଲକଡାଉନ୍ ଜାରି ରହିଛି। କିନ୍ତୁ ଏବେବି କିଛି ଦେଶରେ କ୍ରିକେଟ୍‌ କିମ୍ବା ଅନ୍ୟ କ୍ରୀଡ଼ାର ଆୟୋଜନ ଜାରି ରହିଛି, ଯେଉଁଥିରେ ସାମିଲ୍‌ ଅଛି ଭାନୁଆତୁ ଭଳି ଛୋଟିଆ ଦେଶ। ଭାନୁଆତୁରେ ଶନିବାର ମହିଳା ଘରୋଇ କ୍ରିକେଟ୍ ଲିଗର ଫାଇନାଲ୍‌ ଖେଳାଯିବ। ଦକ୍ଷିଣ ପ୍ରଶାନ୍ତ ମହାସାଗରସ୍ଥିତ ଭାନୁଆତୁ ଦୁନିଆର ଏକମାତ୍ର ସ୍ଥାନ, ଯେଉଁଠାରେ ପ୍ରତିଦ୍ୱନ୍ଦିତାମୂଳକ କ୍ରିକେଟ୍ ମ୍ୟାଚ୍ ଚାଲୁ […]

cricket

cricket

Ranjit Kumar Jena
  • Published: Friday, 24 April 2020
  • Updated: 24 April 2020, 05:28 PM IST

Sports

Latest News

ପୋର୍ଟ ଭିଲ୍ଲା (ଭାନୁଆତୁ): କରୋନାଭାଇରସ୍ ଯୋଗୁ ସାରା ଦୁନିଆରେ କ୍ରିକେଟ ଗତିବିଧି ବନ୍ଦ ରହିଛି। ଏପରିକି ବିଭିନ୍ନ ଦେଶରେ ଲକଡାଉନ୍ ଜାରି ରହିଛି। କିନ୍ତୁ ଏବେବି କିଛି ଦେଶରେ କ୍ରିକେଟ୍‌ କିମ୍ବା ଅନ୍ୟ କ୍ରୀଡ଼ାର ଆୟୋଜନ ଜାରି ରହିଛି, ଯେଉଁଥିରେ ସାମିଲ୍‌ ଅଛି ଭାନୁଆତୁ ଭଳି ଛୋଟିଆ ଦେଶ।

ଭାନୁଆତୁରେ ଶନିବାର ମହିଳା ଘରୋଇ କ୍ରିକେଟ୍ ଲିଗର ଫାଇନାଲ୍‌ ଖେଳାଯିବ। ଦକ୍ଷିଣ ପ୍ରଶାନ୍ତ ମହାସାଗରସ୍ଥିତ ଭାନୁଆତୁ ଦୁନିଆର ଏକମାତ୍ର ସ୍ଥାନ, ଯେଉଁଠାରେ ପ୍ରତିଦ୍ୱନ୍ଦିତାମୂଳକ କ୍ରିକେଟ୍ ମ୍ୟାଚ୍ ଚାଲୁ ରହିଛି। ଭାନୁଆତୁ କ୍ରିକେଟ୍ ଆସୋସିଏସନର ମୁଖ୍ୟ କାର୍ଯ୍ୟକାରୀ ଶେନ୍ ଡେଜ୍ ମଧ୍ୟ ଏହି ମ୍ୟାଚକୁ ଦେଖିବା ପାଇଁ ସମସ୍ତଙ୍କୁ ଆମନ୍ତ୍ରିତ କରିଛନ୍ତି। ଏହି ମ୍ୟାଚକୁ ଆସୋସିଏସନର ଫେସବୁକ୍ ପେଜରେ ଦେଖିହେବ।

ଶନିବାର ସକାଳେ ଟାଏଫା ବ୍ଲାକବାର୍ଡ ଓ ପାୱାର ଶାର୍କସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚର ବିଜେତା ଟିମ୍ ଘରୋଇ ଲିଗର ଫାଇନାଲରେ ମେଲେ ବୁଲ୍ସକୁ ଭେଟିବେ। ଏହି ଦିନ ମଧ୍ୟ ଏକ ପୁରୁଷ ପ୍ରଦର୍ଶନୀ ମ୍ୟାଚ୍ ଖେଳାଯିବ। ଡେଜ୍ କହିଛନ୍ତି, ବର୍ତ୍ତମାନ ସାରା ଦୁନିଆରେ କେବଳ ଏକମାତ୍ର ଏହି କ୍ରୀଡ଼ା ଟୁର୍ଣ୍ଣାମେଣ୍ଟ ହିଁ ଜାରି ରହିଛି। ଯେଉଁମାନେ ଲକଡାଉନରେ ଅଛନ୍ତି, ଆମେ ସେମାନଙ୍କୁ ସାମାନ୍ୟ କ୍ରିକେଟ୍ ମ୍ୟାଚ୍ ଦେଖାଇବାକୁ ପ୍ରୟାସ କରୁଛୁ।

ଭାନୁଆତୁରେ ଗତମାସ ଶେଷରେ ଲକଡାଉନ୍ ହୋଇଥିଲା। ତେବେ ଏପ୍ରିଲ୍ ୬ ତାରିଖରେ ଏଠାରେ ଭୟଙ୍କର ଝଡ଼ତୋଫାନ୍ ଆସିଥିଲା। ଲକଡାଉନ୍ ଖୋଲିବା ପରେ ଏଠାକାର ଲୋକେ ଖୁବ୍ ଖୁସି ମନାଇଥିଲେ। ତେବେ ବଡ଼ କଥା ହେଉଛି, ସୀମା ବନ୍ଦ କାରଣରୁ ଏଠାରେ ଗୋଟିଏ ବି କୋଭିଡ-୧୯ କେସ୍ ସାମ୍ନାକୁ ଆସିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos