ହାର୍ଦ୍ଦିକଙ୍କୁ ମିଳିଲା ସାରା ଜୀବନ ମନେ ରଖିଲା ଭଳି ସ୍ପେଶାଲ୍ ଗିଫ୍ଟ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଯେବେଠାରୁ ପୁତ୍ର ସନ୍ତାନର ବାପା ହେଲେଣି, ସେବେଠାରୁ ଅଧିକାଂଶ ସମୟରେ ସୋଶାଲ ମିଡିଆରେ ନିଜ ପୁଅର ଫଟୋ ଶେଆର୍ କରିଆସୁଛନ୍ତି। ନିକଟରେ ହାର୍ଦ୍ଦିକ ଓ ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକଙ୍କୁ ଏଭଳି ଏକ ଗିଫ୍ଟ ମିଳିଛି, ଯାହା ଉଭୟଙ୍କ ପାଇଁ ବହୁତ ଖାସ୍। ହାର୍ଦ୍ଦିକ ଓ ନତାଶାଙ୍କୁ ତାଙ୍କ ପୁଅ ଅଗସ୍ତ୍ୟର ପାଦ ଓ ହାତ ଚିହ୍ନ ଥିବା ଏକ ସ୍ପେଶାଲ୍ ଉପହାର ମିଳିଛି। ଏହି ଉପହାର […]

hardik

hardik

Ranjit Kumar Jena
  • Published: Tuesday, 02 February 2021
  • Updated: 02 February 2021, 04:42 PM IST

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଯେବେଠାରୁ ପୁତ୍ର ସନ୍ତାନର ବାପା ହେଲେଣି, ସେବେଠାରୁ ଅଧିକାଂଶ ସମୟରେ ସୋଶାଲ ମିଡିଆରେ ନିଜ ପୁଅର ଫଟୋ ଶେଆର୍ କରିଆସୁଛନ୍ତି। ନିକଟରେ ହାର୍ଦ୍ଦିକ ଓ ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକଙ୍କୁ ଏଭଳି ଏକ ଗିଫ୍ଟ ମିଳିଛି, ଯାହା ଉଭୟଙ୍କ ପାଇଁ ବହୁତ ଖାସ୍। ହାର୍ଦ୍ଦିକ ଓ ନତାଶାଙ୍କୁ ତାଙ୍କ ପୁଅ ଅଗସ୍ତ୍ୟର ପାଦ ଓ ହାତ ଚିହ୍ନ ଥିବା ଏକ ସ୍ପେଶାଲ୍ ଉପହାର ମିଳିଛି। ଏହି ଉପହାର ପାଇବା ପରେ ଦୁହେଁ ବହୁତ ଖୁସି ହୋଇଛନ୍ତି।

 

View this post on Instagram

 

A post shared by Bhavna Jasra (@bhavnajasra)

ଏହି ଉପହାରକୁ ତିଆର କରିଛନ୍ତି ଜଣାଶୁଣା ସ୍ପେଶାଲ ଇମ୍ପ୍ରେସନ୍ ଆର୍ଟିଷ୍ଟ ଭାବନା ଜସରା। ଭାବନା ଏହି ଫଟୋକୁ ଶେଆର୍ କରି ଲେଖିଛନ୍ତି, ହୁଏତ ହାର୍ଦ୍ଦିକ ଓ ନତାଶା ମୋ ଦ୍ୱାରା ତିଆରି ସ୍ମୃତି ଚିହ୍ନକୁ ପାଇ ଅଧିକ ଉତ୍ସାହିତ ହୋଇନଥିବେ, କିନ୍ତୁ ଆମର ଡିଟେଲିଂ ଓ ରୟାଲ୍ ସିରିଜର ପୃଷ୍ଠଭୂମି ସେମାନଙ୍କର ହୃଦୟ ଜିଣି ନେଇଛି। ହାର୍ଦ୍ଦିକଙ୍କ ବନ୍ଧୁ ପୁରନ୍ ପଟେଲଙ୍କ ଦ୍ୱାରା ଏହା ଉପହାର କରାଯାଇଛି। ହାର୍ଦ୍ଦିକ ଏହାକୁ ସବୁଠାରୁ ସ୍ୱର୍ଣ୍ଣିମ ମୁହୂର୍ତ୍ତ ବୋଲି କହିବା ସହ ଏହାକୁ ସେ ସାରା ଜୀବନ ନିଜ ପାଖରେ ସାଇତି ରଖିବେ ବୋଲି କହିଛନ୍ତି।

ନିକଟରେ ନତାଶା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ଶେଆର୍ କରିଥିଲେ, ଯେଉଁଥିରେ ତାଙ୍କ କୋଳରେ ପୁଅ ଅଗସ୍ତ୍ୟ ବସିଛି। ସେହିପରି କିଛି ଦିନ ତଳେ ହାର୍ଦ୍ଦିକ ନିଜର ଟୁଇଟର୍ ଆକାଉଣ୍ଟରେ ଫଟୋ ଶେଆର୍ କରି ଲେଖିଥିଲେ, ମୋ ପୁଅର ପ୍ରଥମ ଫ୍ଲାଇଟ୍ ଯାତ୍ରା।

ସୂଚନାଯୋଗ୍ୟ, ଭାରତୀୟ ଟିମର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକଙ୍କ ପତ୍ନୀ ନତାଶା ଗତବର୍ଷ ଜୁଲାଇ ୩୦ ତାରିଖରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଯାହା ପରେ ହାର୍ଦ୍ଦିକ ବାପା ହେବା ନେଇ ସୂଚନା ଦେଇଥିଲେ। ଦୁହେଁ ଗତବର୍ଷ ଜାନୁଆରୀରେ ନିର୍ବନ୍ଧ କରିଥିଲେ। ଏହା ପରେ ଲକଡାଉନ୍ ଆରମ୍ଭରୁ ଦୁହେଁ ବିବାହ କରିଥିଲେ। ତେବେ ମେ' ମାସରେ ହାର୍ଦ୍ଦିକ ଓ ନତାଶା ଘୋଷଣା କରିଥିଲେ ଯେ ଖୁବଶୀଘ୍ର ସେମାନେ ବାପା-ମା' ହେବାକୁ ଯାଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos