ରାଙ୍କିଙ୍ଗରେ କୋହଲି-ରୋହିତ ଲଢ଼େଇ

ଦୁବାଇ: ଆଇସିସି ପକ୍ଷରୁ ଜାରି କରାଯାଇଛି ଦିନିକିଆ ରାଙ୍କିଙ୍ଗ୍। ଦିନିକିଆ ରାଙ୍କିଙ୍ଗରେ ସର୍ବୋପରି ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଓ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଯଥାକ୍ରମେ ପ୍ରଥମ ଓ ୨ୟ ସ୍ଥାନରେ ଅଛନ୍ତି। ସେହିପରି ଟିମ୍ ଇଣ୍ଡିଆର ଏକ ନମ୍ବର ପେସ୍ ବୋଲର ଯଶପ୍ରୀତ ବୁମ୍ରା ବୋଲରଙ୍କ ରାଙ୍କିଙ୍ଗର ତୃତୀୟ ସ୍ଥାନରେ ସୁରକ୍ଷିତ ରହିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦୁଇଟି ଦିନିକିଆରେ ଯଥାକ୍ରମେ ୮୯ ଓ ୬୩ ରନର ଇନିଂସ୍ ଖେଳିଥିବା କୋହଲି ୮୭୦ […]

ranking

ranking

Ranjit Kumar Jena
  • Published: Wednesday, 27 January 2021
  • Updated: 27 January 2021, 07:25 PM IST

Sports

Latest News

ଦୁବାଇ: ଆଇସିସି ପକ୍ଷରୁ ଜାରି କରାଯାଇଛି ଦିନିକିଆ ରାଙ୍କିଙ୍ଗ୍। ଦିନିକିଆ ରାଙ୍କିଙ୍ଗରେ ସର୍ବୋପରି ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଓ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଯଥାକ୍ରମେ ପ୍ରଥମ ଓ ୨ୟ ସ୍ଥାନରେ ଅଛନ୍ତି। ସେହିପରି ଟିମ୍ ଇଣ୍ଡିଆର ଏକ ନମ୍ବର ପେସ୍ ବୋଲର ଯଶପ୍ରୀତ ବୁମ୍ରା ବୋଲରଙ୍କ ରାଙ୍କିଙ୍ଗର ତୃତୀୟ ସ୍ଥାନରେ ସୁରକ୍ଷିତ ରହିଛନ୍ତି।

ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦୁଇଟି ଦିନିକିଆରେ ଯଥାକ୍ରମେ ୮୯ ଓ ୬୩ ରନର ଇନିଂସ୍ ଖେଳିଥିବା କୋହଲି ୮୭୦ ରେଟିଂ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛନ୍ତି। ଆହତ କାରଣରୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରୁ ବାଦ୍ ପଡ଼ିଥିବା ରୋହିତ୍ ଶର୍ମା ୮୪୨ ରେଟିଂ ପଏଣ୍ଟ ସହ ୨ୟରେ ଅଛନ୍ତି। ପାକିସ୍ତାନର ଯୁବ ବ୍ୟାଟ୍ସମ୍ୟାନ୍ ବାବର ଆଜମ୍ ରୋହିତଙ୍କଠାରୁ ୫ ପଏଣ୍ଟ ପଛରେ ଅର୍ଥାତ୍ ୮୩୭ ରେଟିଂ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି। ନ୍ୟୁଜିଲ୍ୟାଣ୍ଡର ରସ୍ ଟେଲର ଚତୁର୍ଥ, ଅଷ୍ଟ୍ରେଲିଆ କ୍ୟାପଟେନ୍ ଆରୋନ୍ ଫିଞ୍ଚ୍ ପଞ୍ଚମ ସ୍ଥାନରେ ଅଛନ୍ତି। ଆୟର୍ଲ୍ୟାଣ୍ଡର ଓପନିଂ ବ୍ୟାଟ୍ସମ୍ୟାନ୍ ପଲ୍ ଷ୍ଟର୍ଲିଙ୍ଗ୍ ୮ଟି ସ୍ଥାନ ଉପରକୁ ଉଠି ୨୦ତମ ସ୍ଥାନରେ ପହଞ୍ଚିଛନ୍ତି।

ବୋଲରଙ୍କ ମଧ୍ୟରେ ବୁମ୍ରା ୭୦୦ ରେଟିଂ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି। ନ୍ୟୁଜିଲ୍ୟାଣ୍ଡର ବାମହାତୀ ପେସର ଟ୍ରେଣ୍ଟ ବୋଲ୍ଟ ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ଆଫଗାନିସ୍ତାନ ସ୍ପିନର୍ ମୁଜୀବ-ଉର୍-ରେହମାନ୍ ୨ୟ ସ୍ଥାନରେ ରହିଛନ୍ତି। ବାଂଲାଦେଶ ସ୍ପିନର ମେହିଦୀ ହାସନ ମିରାଜ ଚତୁର୍ଥ ସ୍ଥାନକୁ ଉଠିଥିବା ବେଳେ ଇଂଲଣ୍ଡର କ୍ରିସ୍ ମୋରିସ୍ ପଞ୍ଚମ ସ୍ଥାନକୁ ଖସି ଆସିଛନ୍ତି।

ଅଲରାଉଣ୍ଡର ତାଲିକାର ବାଂଲାଦେଶର ସାକିବ୍ ଅଲ୍ ହସନ୍ ପ୍ରଥମ ସ୍ଥାନରେ ରହିଥିବା ବେଳେ ଆଫଗାନିସ୍ତାନର ମହମ୍ମଦ ନବି ୨ୟ ସ୍ଥାନରେ ରହିଛନ୍ତି। ରବୀନ୍ଦ୍ର ଜାଡେଜା ଏକମାତ୍ର ଭାରତୀୟ ଅଲରାଉଣ୍ଡର ଭାବେ ଟପ୍-୧୦ରେ ରହିଛନ୍ତି। ଜାଡେଜା ଗୋଟିଏ ସ୍ଥାନ ଖସି ଅଷ୍ଟମରେ ପହଞ୍ଚିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos