ଟି-୨୦ ରାଙ୍କିଙ୍ଗ: ୩ନଂକୁ ଉଠିଲେ ରାହୁଲ, ଏହି ଦୁଇ ବର୍ଗର ଟପ୍‌ ୧୦ରେ ନାହାନ୍ତି ଭାରତୀୟ

ଦୁବାଇ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟି-୨୦ ସିରିଜ୍‌ ଶେଷ ହେବା ପରେ ଆଇସିସି ଚୂଡ଼ାନ୍ତ ରାଙ୍କିଙ୍ଗ ଜାରି କରିଛି। ନୂଆ ସୂଚୀ ଅନୁଯାୟୀ, ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟସମ୍ୟାନ କେଏଲ ରାହୁଲ ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି। ଏବେ ରାହୁଲ ୮୧୬ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି। ପୂର୍ବରୁ ସେ ୪ର୍ଥ ସ୍ଥାନରେ ରହିଥିଲେ। କିନ୍ତୁ ରାହୁଲ୍ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦ରେ ଅର୍ଦ୍ଧଶତକ ହାସଲ କରି ଉପରକୁ ଉଠିଛନ୍ତି। ରାହୁଲ ୩ନଂ ସ୍ଥାନରେ […]

g

g

Hemant Lenka
  • Published: Thursday, 10 December 2020
  • Updated: 10 December 2020, 04:58 PM IST

Sports

Latest News

ଦୁବାଇ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟି-୨୦ ସିରିଜ୍‌ ଶେଷ ହେବା ପରେ ଆଇସିସି ଚୂଡ଼ାନ୍ତ ରାଙ୍କିଙ୍ଗ ଜାରି କରିଛି। ନୂଆ ସୂଚୀ ଅନୁଯାୟୀ, ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟସମ୍ୟାନ କେଏଲ ରାହୁଲ ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି। ଏବେ ରାହୁଲ ୮୧୬ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି। ପୂର୍ବରୁ ସେ ୪ର୍ଥ ସ୍ଥାନରେ ରହିଥିଲେ। କିନ୍ତୁ ରାହୁଲ୍ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦ରେ ଅର୍ଦ୍ଧଶତକ ହାସଲ କରି ଉପରକୁ ଉଠିଛନ୍ତି। ରାହୁଲ ୩ନଂ ସ୍ଥାନରେ ପହଞ୍ଚି ଯିବାରୁ ଅଷ୍ଟ୍ରେଲିଆର ଅଧିନାୟକ ଆରୋନ୍‌ ଫିଞ୍ଚ ୮୦୮ ପଏଣ୍ଟ ସହ ଚତୁର୍ଥ ସ୍ଥାନକୁ ଖସି ଯାଇଛନ୍ତି।

ସେହିପରି ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ମଧ୍ୟ ଗୋଟିଏ ସ୍ଥାନ ଉପରକୁ ଉଠି ଟି-୨୦ ରାଙ୍କିଙ୍ଗର ୮ ନଂସ୍ଥାନରେ ପହଞ୍ଚି ଯାଇଛନ୍ତି। ତାଙ୍କ ପାଖରେ ୬୯୭ ପଏଣ୍ଟ ରହିଛି।

ଅନ୍ୟପକ୍ଷରେ ଟି-୨୦ ବ୍ୟାଟସମ୍ୟାନ ରାଙ୍କିଙ୍ଗର ୧ ନଂ ସ୍ଥାନରେ ପୂର୍ବ ଭଳି ଇଂଲିଶ ଟିମ୍‌ର ଷ୍ଟାର ବ୍ୟାଟସମ୍ୟାନ ଡାଭିଡ ମଲାନା ରହିଛନ୍ତି। ତାଙ୍କ ପଛରେ ପାକିସ୍ତାନ ଅଧିନାୟକ ବାବର ଆଜାମ, ୫ମରେ ଦକ୍ଷିଣ ଆଫ୍ରିକାର ରସି ଭାନ୍ ଡରଡୁସେନ, ୬ଷ୍ଠରେ କଲିନ୍ ମନ୍‌ରୋ, ୭ମରେ ଗ୍ଲେନ୍ ମ୍ୟାକ୍ସମେଲ, ୯ମରେ ଆଫଗାନିସ୍ତାନ ହଜରତୁଲ୍ଲା ଜଜାଇ ଓ ୧୦ମରେ ଇଂଲଣ୍ଡ ଅଧିନାୟକ ଇଅନ୍ ମୋର୍ଗାନ ରହିଛନ୍ତି।

ଟି-୨୦ର ବ୍ୟାଟସମ୍ୟାନ ତାଲିକାର ଟପ୍‌ ୧୦ରେ ଦୁଇ ଜଣ ଭାରତୀୟ ଥିଲେ ହେଁ ଅଲରାଉଣ୍ଡର ଓ ବୋଲିଂ ବର୍ଗରେ କେହି ସ୍ଥାନ ପାଇନାହାନ୍ତି। ଟି-୨୦ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ୭୩୬ ପଏଣ୍ଟ ସହ ରଶିଦ ଖାନ ଥିବା ବେଳେ ଦ୍ୱିତୀୟରେ ମୁଜିବ ଉର ରେହମାନ ଦ୍ୱିତୀୟରେ ରହିଛନ୍ତି। ସେହିପରି ଅଲରାଉଣ୍ଡର ତାଲିକାର ୧ନଂ ସ୍ଥାନରେ ଆଫଗାନିସ୍ତାନର ମହମ୍ମଦ ନାବି ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story