ବିଶ୍ୱକପ୍‌ ଟି-୨୦ରେ ଦଳ ସଂଖ୍ୟା ବୃଦ୍ଧି ଉପରେ ଆଇସିସିର ଗୁରୁତ୍ୱ

ନୂଆଦିଲ୍ଲୀ:ଆଇସିସି ଟି-ଟ୍ୱେଣ୍ଟିର ଏବେକାର ଫର୍ମାଟରେ ଖୁସି ବ୍ୟକ୍ତ କରିଛନ୍ତି ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭିଡ୍‌ ରିଚ୍ଚାର୍ଡସନ। ସେ ଏହି ଟୁର୍ଣ୍ଣାମେଣ୍ଟର ଆଗାମୀ ସଂସ୍କରଣରେ ପ୍ରଥମ (ଗ୍ରୁପ ଷ୍ଟେଜ୍‌) ଓ ଦ୍ୱିତୀୟ ରାଉଣ୍ଡ (ସୁପରଟେନ୍‌)ରେ ଗୋଟିଏ କିମ୍ବା ଦୁଇଟି ଲେଖାଏଁ ନୂଆଦଳଙ୍କୁ ସାମିଲ କରିବାକୁ ଚାହୁଁଛନ୍ତି। ସେ କହିଛନ୍ତି,“ଏହି ଟୁର୍ଣ୍ଣାମେଣ୍ଟରେ ଆଉ ଗୋଟିଏ କିମ୍ବା ଦୁଇଟି ଦଳ ସାମିଲ କରି ଆଉ ଟିକେ ବଡ କରାଯିବ କିମ୍ବା ପ୍ରଥମ ରାଉଣ୍ଡରେ ଗୋଟିଏ କିମ୍ବା ଦୁଇଟି ଦଳକୁ ସାମିଲ କରାଯିବ। […]

icc

icc

Rakesh Mallick
  • Published: Monday, 04 April 2016
  • Updated: 05 April 2016, 05:13 AM IST

Sports

Latest News

ନୂଆଦିଲ୍ଲୀ:ଆଇସିସି ଟି-ଟ୍ୱେଣ୍ଟିର ଏବେକାର ଫର୍ମାଟରେ ଖୁସି ବ୍ୟକ୍ତ କରିଛନ୍ତି ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭିଡ୍‌ ରିଚ୍ଚାର୍ଡସନ। ସେ ଏହି ଟୁର୍ଣ୍ଣାମେଣ୍ଟର ଆଗାମୀ ସଂସ୍କରଣରେ ପ୍ରଥମ (ଗ୍ରୁପ ଷ୍ଟେଜ୍‌) ଓ ଦ୍ୱିତୀୟ ରାଉଣ୍ଡ (ସୁପରଟେନ୍‌)ରେ ଗୋଟିଏ କିମ୍ବା ଦୁଇଟି ଲେଖାଏଁ ନୂଆଦଳଙ୍କୁ ସାମିଲ କରିବାକୁ ଚାହୁଁଛନ୍ତି।

ସେ କହିଛନ୍ତି,“ଏହି ଟୁର୍ଣ୍ଣାମେଣ୍ଟରେ ଆଉ ଗୋଟିଏ କିମ୍ବା ଦୁଇଟି ଦଳ ସାମିଲ କରି ଆଉ ଟିକେ ବଡ କରାଯିବ କିମ୍ବା ପ୍ରଥମ ରାଉଣ୍ଡରେ ଗୋଟିଏ କିମ୍ବା ଦୁଇଟି ଦଳକୁ ସାମିଲ କରାଯିବ। ଏହା କରାଯିବା  ମଧ୍ୟ ଉଚିତ। ଅନ୍ୟଟିମ୍‌ ଠାରୁ ଏକ ନମ୍ବର ଟିମ୍‌ ଫାଇଦା ପାଉଛି କିନ୍ତୁ ନମ୍ବର ୨ରେ ଥିବା ଦଳ ୨ଟି ମ୍ୟାଚ୍‌ ହାରି ଗଲେ କିଛି ଫାଇଦା ପାଉନାହିଁ।”

ସେ ଆହୁରି ମଧ୍ୟ କହିଛନ୍ତି,“ଯଦି ଏଥିରେ ବୃଦ୍ଧି ଘଟେ ତେବେ ବହୁ ସୁଫଳ ମିଳିବ। ସୁପର ୧୦ରୁ ସୁପର ୧୨କୁ ବୃଦ୍ଧି ହେଲେ ମ୍ୟାଚ୍‌ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos