ଇଣ୍ଡୋନେସିଆ ଓପନ: କ୍ୱାର୍ଟରରେ ହାରିଲେ ସାଇନା

ଜାକାର୍ତ୍ତା: ଇଣ୍ଡୋନେସିଆ ସୁପର୍ ସିରିଜ୍‌ର ମହିଳା ଏକକ କ୍ୱାର୍ଟର ଫାଇନାଲ୍‌ରେ ଆଜି ବିଶ୍ୱର ୧ ନମ୍ବର ମାନ୍ୟତା ପ୍ରାପ୍ତ କାରୋଲିନ୍ ମାରିନ୍‌ଙ୍କଠାରୁ ହାରି ଯାଇଛନ୍ତି ଭାରତୀୟ ବ୍ୟାଡ଼ମିଣ୍ଟନ୍ ତାରକା ସାଇନା ନେହୱାଲ। ଅତୀତରେ ତିନି ଥର ଇଣ୍ଡୋନେସିଆ ଟାଇଟଲ୍ ଜିତି ଥିବା ସାଇନା ଆଜି କାରୋଲିନ୍‌ଙ୍କଠାରୁ ୨୨-୨୪, ୧୧-୨୧ରେ ହାରି ଯାଇଥିଲେ।

ସାଇନା ଗତକାଲି ଫିତ୍ରେଆନୀଙ୍କୁ ୨୧-୧୧, ୨୧-୧୦ରେ ପରାଜିତ କରି କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚିଥିଲେ।