ସେପ୍ଟେମ୍ବରେ ଭାରତ ଗସ୍ତରେ ଆସିବ ନ୍ୟୁଜିଲାଣ୍ଡ ଦଳ, ଖେଳିବ ୩ଟି ଟେଷ୍ଟ ଓ ୫ଟି ଦିନିକିଆ

ନୂଆଦିଲ୍ଲୀ: ଚଳିତବର୍ଷ ଶେଷ ଭାଗରେ ଭାରତ ଗସ୍ତରେ ଆସିବ ନ୍ୟୁଜିଲାଣ୍ଡ ଦଳ। ଭାରତ ପକ୍ଷରୁ ଆୟୋଜିତ ୩ ଟିକିଆ ଟେଷ୍ଟ ଓ ୫ ଟିକିଆ ଦିନିକିଆ ସିରିଜ୍‌ ଖେଳିବ ନ୍ୟୁଜିଲାଣ୍ଡ। ସେପ୍ଟେମ୍ବର ୨୨ରେ କାନ୍‌ପୁରର ଗ୍ରୀନ୍‌ପାର୍କ ଷ୍ଟାଡିୟମରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିଯିବାକୁ ବିସିସିଆଇ ଓ ଏନ୍‌ଜେଡ୍‌ସି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ବେଳେ ସେପ୍ଟମ୍ବର ୩୦ରେ ଇନ୍ଦୋରରେ ଦ୍ୱିତୀୟ ଟେଷ୍ଟ ଓ ଅକ୍ଟୋବର ୮ରେ କୋଲକାତାରେ ଦୁଇ ଦଳ ସିରିଜର ଶେଷ ଟେଷ୍ଟ ମ୍ୟାଚ୍‌ ଖେଳିବେ। ଅକ୍ଟୋବର […]

ind-vs-nz

ind-vs-nz

Rakesh Mallick
  • Published: Tuesday, 28 June 2016
  • Updated: 28 June 2016, 06:18 PM IST

Sports

Latest News

ନୂଆଦିଲ୍ଲୀ: ଚଳିତବର୍ଷ ଶେଷ ଭାଗରେ ଭାରତ ଗସ୍ତରେ ଆସିବ ନ୍ୟୁଜିଲାଣ୍ଡ ଦଳ। ଭାରତ ପକ୍ଷରୁ ଆୟୋଜିତ ୩ ଟିକିଆ ଟେଷ୍ଟ ଓ ୫ ଟିକିଆ ଦିନିକିଆ ସିରିଜ୍‌ ଖେଳିବ ନ୍ୟୁଜିଲାଣ୍ଡ।

ସେପ୍ଟେମ୍ବର ୨୨ରେ କାନ୍‌ପୁରର ଗ୍ରୀନ୍‌ପାର୍କ ଷ୍ଟାଡିୟମରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିଯିବାକୁ ବିସିସିଆଇ ଓ ଏନ୍‌ଜେଡ୍‌ସି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ବେଳେ ସେପ୍ଟମ୍ବର ୩୦ରେ ଇନ୍ଦୋରରେ ଦ୍ୱିତୀୟ ଟେଷ୍ଟ ଓ ଅକ୍ଟୋବର ୮ରେ କୋଲକାତାରେ ଦୁଇ ଦଳ ସିରିଜର ଶେଷ ଟେଷ୍ଟ ମ୍ୟାଚ୍‌ ଖେଳିବେ।

ଅକ୍ଟୋବର ୧୬ରେ ଧର୍ମଶାଳାରେ ପ୍ରଥମ ଦିନିକିଆ, ୧୯ରେ କୋଟଲାରେ ଦ୍ୱିତୀୟ ଦିନିକିଆ, ୨୩ରେ ମୋହାଲିରେ ତୃତୀୟ ଦିନିକିଆ, ୨୬ରେ ରାଞ୍ଚିରେ ଚତୁର୍ଥ ଦିନିକିଆ ଓ ୨୯ରେ ବିଶାଖାପାଟ୍ଟନମ୍‌ରେ ଶେଷ ଦିନିକିଆ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos