ଆଉଟ୍‌ ହୋଇଗଲେ ବିରାଟ କୋହଲି

ସିଡ୍‌ନୀ: ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ଜିତିବା ଲକ୍ଷ୍ୟ ନେଇ ଆଜିଠାରୁ ଭାରତ ଖେଳୁଛି ଚତୁର୍ଥ ଟେଷ୍ଟ୍‌। ସିଡ୍‌ନୀରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି। ଆଜି ନବାଗତ ମୟଙ୍କ ଅଗ୍ରୱାଲ୍ ଓ ଲୋକେଶ ରାହୁଲ ଇନିଂସ୍ ଓପନ୍ କରିଥିଲେ। ଲୋକେଶ୍ ପ୍ରଥମ ଦୁଇଟି ଟେଷ୍ଟରେ ସଫଳ ହୋଇ ନଥିଲା ବେଳେ ଆଜି ବି ଫେଲ୍ ମାରିଥିଲେ। ସେ ମାତ୍ର ୬ଟି ବଲ୍‌ର ସମ୍ମୁଖୀନ ହୋଇ ୯ ରନ୍ କରି ଆଉଟ୍ […]

virat

virat

Jitendra Garnayak
  • Published: Thursday, 03 January 2019
  • Updated: 03 January 2019, 10:32 AM IST

ସିଡ୍‌ନୀ: ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ଜିତିବା ଲକ୍ଷ୍ୟ ନେଇ ଆଜିଠାରୁ ଭାରତ ଖେଳୁଛି ଚତୁର୍ଥ ଟେଷ୍ଟ୍‌। ସିଡ୍‌ନୀରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି।

ଆଜି ନବାଗତ ମୟଙ୍କ ଅଗ୍ରୱାଲ୍ ଓ ଲୋକେଶ ରାହୁଲ ଇନିଂସ୍ ଓପନ୍ କରିଥିଲେ। ଲୋକେଶ୍ ପ୍ରଥମ ଦୁଇଟି ଟେଷ୍ଟରେ ସଫଳ ହୋଇ ନଥିଲା ବେଳେ ଆଜି ବି ଫେଲ୍ ମାରିଥିଲେ। ସେ ମାତ୍ର ୬ଟି ବଲ୍‌ର ସମ୍ମୁଖୀନ ହୋଇ ୯ ରନ୍ କରି ଆଉଟ୍ ହୋଇଯାଇଥିଲେ। ଜୋଶ୍‌ ହେଜେଲଉଡ୍‌ଙ୍କ ବଲ୍‌ରେ ଶନ୍ ମାର୍ଶଙ୍କ ହାତରେ ସେ କ୍ୟାଚ୍ ଆଉଟ୍ ହୋଇଥିଲେ। ସଳଚନାଯୋଗ୍ୟ, ତୃତୀୟ ଟେଷ୍ଟରେ ତାଙ୍କୁ ଟିମ୍‌ରେ ସାମିଲ କରାଯାଇ ନଥିଲା।

ଅନ୍ୟପକ୍ଷରେ ମୟଙ୍କ ଭଲ ଖେଳିଥିଲେ, କିନ୍ତୁ ଅର୍ଦ୍ଧ-ଶତକକୁ ଶତକରେ ପରିଣତ କରିବାରେ ବିଫଳ ହୋଇଥିଲେ। ସେ ୧୧୨ଟି ବଲ୍‌ରେ ୭ଟି ଚୌକା ଓ ୨ଟି ଛକା ସହାୟତାରେ ୭୭ ରନ୍ କରି ଆଉଟ୍ ହୋଇଥିଲେ। ନେଥନ୍ ଲିଅନଙ୍କ ବଲ୍‌ରେ ଲଙ୍ଗ୍ ଅନ୍‌ରେ ମିଚେଲ୍ ଷ୍ଟାର୍କଙ୍କ ହାତରେ ସେ କ୍ୟାଚ୍ ଆଉଟ୍ ହୋଇଥିଲେ।

ମୟଙ୍କ ଆଉଟ୍ ହେବା ପରେ ଅଧିନାୟକ ବିରାଟ କୋହଲି କ୍ରିଜ୍‌କୁ ଆସିଥିଲେ। ତେବେ ତୃତୀୟ ଟେଷ୍ଟର ପ୍ରଥମ ଇନିଂସ୍‌ରେ ୮୨ ରନ୍ କରିଥିବା କୋହଲି ଆଜି ଅଧିକ ସମୟ ରହି ପାରି ନଥିଲେ। ସେ ୫୯ଟି ବଲ୍‌ର ସମ୍ମୁଖୀନ ହୋଇ ୨୩ ରନ୍ କରି ଆଉଟ୍ ହୋଇଯାଇଥିଲେ। ଏହି ୨୩ ରନ୍ ମଧ୍ୟରେ ତାଙ୍କର ୪ଟି ଚୌକା ସାମିଲ ଥିଲା। ଜୋଶ୍ ହେଜେଲ୍‌ଉଡ୍‌ଙ୍କ ଏକ ବଲ୍‌ରେ ସେ ୱିକେଟ୍ କିପର ତଥା ଅଧିନାୟକ ଟିମ୍ ପେନ୍‌ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ।

ଅନ୍ୟପକ୍ଷରେ ତୃତୀୟ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଚେତେଶ୍ୱର ପୂଜାରା ଅର୍ଦ୍ଧଶତକ ହାସଲ କରି କ୍ରିଜ୍‌ରେ ଅଛନ୍ତି। ତାଙ୍କ ସହିତ ଉପ-ଅଧିନାୟକ ଆଜିଙ୍କ୍ୟ ରାହାଣେ ବି ଅଛନ୍ତି।

ଶେଷ ଖବର ଲେଖାଯିବା ସୁଦ୍ଧା ଭାରତ ୩ ୱିକେଟ୍ ହରାଇ ୧୯୫ ରନ୍ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos