ଭାରତକୁ ୨୩୭ ରନ୍‌ର ଟାର୍ଗେଟ୍ ଦେଲା ଅଷ୍ଟ୍ରେଲିଆ

ହାଇଦ୍ରାବାଦ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏଠାରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଭମ୍ରଣକାରୀ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୩୬ ରନ୍ କରିଛି । ଫଳରେ ମ୍ୟାଚ୍ ଜିତିବା ପାଇଁ ଭାରତକୁ ୫୦ ଓଭରରେ ୨୩୭ ରନ୍ ଦରକାର । ଅଷ୍ଟ୍ରେଲିଆ ପକ୍ଷରୁ ଉସମାନ୍ ଖ୍ୱାଜା ସର୍ବାଧିକ ୫୦ ରନ୍, ଗ୍ଲେନ୍ ମ୍ୟାକ୍ସୱେଲ ୪୦, ମାର୍କସ୍ ଷ୍ଟୋଇନିସ୍ ୩୭ ଓ ଆଷ୍ଟନ୍ ଟର୍ଣ୍ଣର ଅପରାଜିତ ୩୬ ରନ୍ କରିଛନ୍ତି । ଭାରତ ପକ୍ଷରୁ […]

india

india

Subrat Kumar Nayak
  • Published: Saturday, 02 March 2019
  • Updated: 02 March 2019, 05:11 PM IST

Sports

Latest News

ହାଇଦ୍ରାବାଦ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏଠାରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଭମ୍ରଣକାରୀ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୩୬ ରନ୍ କରିଛି । ଫଳରେ ମ୍ୟାଚ୍ ଜିତିବା ପାଇଁ ଭାରତକୁ ୫୦ ଓଭରରେ ୨୩୭ ରନ୍ ଦରକାର । ଅଷ୍ଟ୍ରେଲିଆ ପକ୍ଷରୁ ଉସମାନ୍ ଖ୍ୱାଜା ସର୍ବାଧିକ ୫୦ ରନ୍, ଗ୍ଲେନ୍ ମ୍ୟାକ୍ସୱେଲ ୪୦, ମାର୍କସ୍ ଷ୍ଟୋଇନିସ୍ ୩୭ ଓ ଆଷ୍ଟନ୍ ଟର୍ଣ୍ଣର ଅପରାଜିତ ୩୬ ରନ୍ କରିଛନ୍ତି । ଭାରତ ପକ୍ଷରୁ ମହମ୍ମଦ ସାମି, ଜସପ୍ରୀତ ବୁମ୍ରା ଓ କୁଲଦୀପ ଯାଦବ ୨ଟି ଲେଖାଏଁ ୱିକେଟ୍ ହାସଲ କରିଛନ୍ତି ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆକୁ ପ୍ରାରମ୍ଭିକ ଝଟ୍‌କା ଲାଗିଥିଲା । ଟି-୨୦ ସିରିଜରେ ଫେଲ୍ ମାରିଥିବା ଅଧିନାୟକ ଆରୋନ୍ ଫିଞ୍ଚ୍ ଖାତା ଖୋଲିବାକୁ ସମର୍ଥ ହୋଇନଥିଲେ । ତାଙ୍କୁ ଭାରତର ଏକ ନମ୍ବର ପେସ୍ ବୋଲର ଜସପ୍ରୀତ ବୁମ୍ରା ଆଉଟ୍ କରିଥିଲେ ।

ଉସମାନ୍ ଖ୍ୱାଜା ଓ ମାର୍କସ୍ ଷ୍ଟୋଇନିସ୍ ୮୭ ରନ୍‌ର ଉପଯୋଗୀ ଭାଗୀଦାରୀ କରି ଟିମ୍ ସ୍ଥିତି ସୁଧାରିଥିଲେ । ଷ୍ଟୋଇନିସ୍ ୩୭ ରନ୍ କରିଥିବା କେଦାର ଯାଦବଙ୍କ ବଲରେ ଆଉଟ୍ ହୋଇଥିବା ବେଳେ ଖ୍ୱାଜା (୫୦) ଅର୍ଦ୍ଧଶତକ ମାରିବା ପରେ ପରେ କୁଲଦୀପ ଯାଦବଙ୍କ ଶିକାର ହୋଇଥିଲେ । ଏହା ପରେ ସବୁ ଦାୟିତ୍ୱ ପିଟର୍ ହ୍ୟାଣ୍ଡସ୍କମ୍ବ ଓ ଅଭିଜ୍ଞ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଉପରକୁ ଚାଲିଆସିଥିଲା ।

ଦୁହେଁ ମଧ୍ୟ ଧୀରେ ଧୀରେ ସ୍କୋରକୁ ଆଗକୁ ବଢ଼ାଇବା ସହ ଭଲ ଭାଗୀଦାରୀ କରିଆସୁଥିଲେ । କିନ୍ତୁ କୁଲଦୀପଙ୍କ ସ୍ପିନକୁ ବୁଝିନପାରି ହ୍ୟାଣ୍ଡସ୍କମ୍ବ (୧୯) ମହେନ୍ଦ୍ର ସିଂହ ଧୋନିଙ୍କ ଦ୍ୱାରା ଷ୍ଟମ୍ପିଂ ହୋଇ ପ୍ୟାଭିଲିୟନ୍ ଫେରିଥିଲେ । ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆରେ ଦମ୍‌ଦାର ବୋଲିଂ କରିଥିବା ମହମ୍ମଦ ସାମି ନିଜର ଦ୍ୱିତୀୟ ସ୍ପେଲ୍‌ରେ ମ୍ୟାକ୍ସୱେଲ୍ (୪୦) ଓ ଆଷ୍ଟନ୍ ଟର୍ଣ୍ଣର (୧୯)ଙ୍କୁ କ୍ଲିନ୍ ବୋଲ୍ଟ କରି ଭାରତର ସ୍ଥିତିକୁ ମଜଭୁତ୍ କରିଥିଲେ ।

ମ୍ୟାକ୍ସୱେଲ ନିଜର ଟି-୨୦ ଫର୍ମ ଏଠାରେ ବଜାୟ ରଖିଥିଲେ ହେଁ, ବଡ଼ ସ୍କୋରକୁ ସକ୍ଷମ ହୋଇନଥିଲେ । ତେବେ ଶେଷ ଭାଗରେ ଆଲେକ୍ସ କ୍ୟାରି ଓ ନେଥନ କୁଲ୍ଟର ନାଇଲ୍ ସପ୍ତମ ୱିକେଟ୍ ପାଇଁ ୬୨ ରନ୍ ଯୋଡ଼ି ଅଷ୍ଟ୍ରେଲିଆକୁ ୨୩୬ ରନର ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ । କ୍ୟାରି ୩୬ ରନ୍ ଅପରାଜିତ ଥିବା ବେଳେ କୁଲ୍ଡର-ନାଇଲ୍ ୨୮ ରନ୍ କରି ବୁମ୍ରାଙ୍କ ଶିକାର ହୋଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos