ଆଇସିସି ଟି-ଟ୍ୱେଣ୍ଟି ମାନ୍ୟତା: ଏକ ନମ୍ବର ସ୍ଥାନରେ ଭାରତ

ଦୁବାଇ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସେମିରେ ପରାଜିତ ହେବା ପରେ ମଧ୍ୟ ସଦ୍ୟପ୍ରକାଶିତ ଆଇସିସି ଟି-୨୦ ତାଲିକାର ଶୀର୍ଷ ସ୍ଥାନରେ ରହିଛି ଭାରତ। ଏମ୍‌ଏସ୍‌ ଧୋନିଙ୍କ ନେତୃତ୍ତ୍ୱାଧୀନ ଭାରତୀୟ ଟିମ୍‌ ୱେଷ୍ଟଇଣ୍ଡିଜ୍‌ଠାରୁ ୭ ୱିକେଟରେ ହାରି ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡିଥିଲା। ଫାଇନାଲରେ ଇଂଲଣ୍ଡକୁ ୪ ୱିକେଟରେ ହରାଇ ୱେଷ୍ଟଇଣ୍ଡିଜ୍‌ ଚାମ୍ପିଅନ୍ ହୋଇଥିଲା। ଭାରତ ୩୦ଟି ମ୍ୟାଚ୍‌ରୁ ୩୭୬୬ ପଏଣ୍ଟ ସହ ୧୨୬ ରେଟିଂ ପାଇ ଶୀର୍ଷରେ ଥିବା ବେଳେ ୱେଷ୍ଟଇଣ୍ଡିଜ୍‌ ୨୫ଟି ମ୍ୟାଚ୍‌ରୁ ୩୧୧୪ ପଏଣ୍ଟ ପାଇ ୧୨୫ […]

indian team

indian team

Rakesh Mallick
  • Published: Monday, 04 April 2016
  • Updated: 04 April 2016, 05:44 PM IST

Sports

Latest News

ଦୁବାଇ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସେମିରେ ପରାଜିତ ହେବା ପରେ ମଧ୍ୟ ସଦ୍ୟପ୍ରକାଶିତ ଆଇସିସି ଟି-୨୦ ତାଲିକାର ଶୀର୍ଷ ସ୍ଥାନରେ ରହିଛି ଭାରତ। ଏମ୍‌ଏସ୍‌ ଧୋନିଙ୍କ ନେତୃତ୍ତ୍ୱାଧୀନ ଭାରତୀୟ ଟିମ୍‌ ୱେଷ୍ଟଇଣ୍ଡିଜ୍‌ଠାରୁ ୭ ୱିକେଟରେ ହାରି ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡିଥିଲା। ଫାଇନାଲରେ ଇଂଲଣ୍ଡକୁ ୪ ୱିକେଟରେ ହରାଇ ୱେଷ୍ଟଇଣ୍ଡିଜ୍‌ ଚାମ୍ପିଅନ୍ ହୋଇଥିଲା।

ଭାରତ ୩୦ଟି ମ୍ୟାଚ୍‌ରୁ ୩୭୬୬ ପଏଣ୍ଟ ସହ ୧୨୬ ରେଟିଂ ପାଇ ଶୀର୍ଷରେ ଥିବା ବେଳେ ୱେଷ୍ଟଇଣ୍ଡିଜ୍‌ ୨୫ଟି ମ୍ୟାଚ୍‌ରୁ ୩୧୧୪ ପଏଣ୍ଟ ପାଇ ୧୨୫ ରେଟିଂ ସହ ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ନ୍ୟୁଜିଲାଣ୍ଡ ୧୨୦ ରେଟିଂ ସହ ତୃତୀୟ, ଇଂଲଣ୍ଡ ୧୧୫ ରେଟିଂ ସହ ଚତୁର୍ଥ, ଦକ୍ଷିଣ ଆଫ୍ରିକା ୧୧୫ ରେଟିଂ ସହ ପଞ୍ଚମ, ଅଷ୍ଟ୍ରେଲିଆ ୧୧୨ ରେଟିଂ ସହ ଷଷ୍ଠ, ପାକିସ୍ତାନ ୧୦୭ ରେଟିଂ ସହ ସପ୍ତମ ଓ ଶ୍ରୀଲଙ୍କା ୧୦୫ ରେଟିଂ ସହ ଅଷ୍ଟମ ସ୍ଥାନରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos