ହକି ୱାର୍ଲ୍ଡ ଲିଗ୍‌ରେ ଭାରତକୁ ବ୍ରୋଞ୍ଜ
ମ୍ୟାଚର ପ୍ରଥମ କ୍ୱାର୍ଟର ଗୋଲ ଶୂନ୍ୟ ରହିଥିଲା। ଦ୍ୱିତୀୟ କ୍ୱାର୍ଟରରେ ଏସ୍.ଭି. ସୁନୀଲ ପ୍ରଥମ ଗୋଲ ସ୍କୋର କରି ଭାରତକୁ ଲିଡ୍ ଦେଇଥିଲେ। ତେବେ ତୃତୀୟ କ୍ୱାର୍ଟରରେ ଜର୍ମାନୀ ଗୋଲ ଶୁଝାଇ ଦେଇଥିଲା। ଏହା ପରେ ୫୪ତମ ମିନିଟରେ ହରମନପ୍ରୀତ୍ ସିଂ ଦ୍ୱିତୀୟ ଗୋଲ ଦେଇ ଭାରତକୁ ପୁଣି ଥରେ ପଦକ ହାତେଇବାର ନିକଟତର କରାଇଥିଲେ। ଏହାପରେ ଭାରତୀୟ ଦଳ ଜର୍ମାନୀ ଖେଳାଳିଙ୍କୁ ଆଉ କୌଣସି ସୁଯୋଗ ଦେଇ ନଥିଲା।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ପକ୍ଷରୁ ଟିମ୍ ଇଣ୍ଡିଆର ପ୍ରତି ସଦସ୍ୟଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଚେକ୍ ପ୍ରଦାନ କରିଥିଲେ।
Ordigital Desk
• Published: Sunday, 10 December 2017
• Updated: 10 December 2017, 07:40 PM IST
Sports
Latest News
ମ୍ୟାଚର ପ୍ରଥମ କ୍ୱାର୍ଟର ଗୋଲ ଶୂନ୍ୟ ରହିଥିଲା। ଦ୍ୱିତୀୟ କ୍ୱାର୍ଟରରେ ଏସ୍.ଭି. ସୁନୀଲ ପ୍ରଥମ ଗୋଲ ସ୍କୋର କରି ଭାରତକୁ ଲିଡ୍ ଦେଇଥିଲେ। ତେବେ ତୃତୀୟ କ୍ୱାର୍ଟରରେ ଜର୍ମାନୀ ଗୋଲ ଶୁଝାଇ ଦେଇଥିଲା। ଏହା ପରେ ୫୪ତମ ମିନିଟରେ ହରମନପ୍ରୀତ୍ ସିଂ ଦ୍ୱିତୀୟ ଗୋଲ ଦେଇ ଭାରତକୁ ପୁଣି ଥରେ ପଦକ ହାତେଇବାର ନିକଟତର କରାଇଥିଲେ। ଏହାପରେ ଭାରତୀୟ ଦଳ ଜର୍ମାନୀ ଖେଳାଳିଙ୍କୁ ଆଉ କୌଣସି ସୁଯୋଗ ଦେଇ ନଥିଲା।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ପକ୍ଷରୁ ଟିମ୍ ଇଣ୍ଡିଆର ପ୍ରତି ସଦସ୍ୟଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଚେକ୍ ପ୍ରଦାନ କରିଥିଲେ।
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos