ଗୋଟିଏ ଟେଷ୍ଟ୍‌ ସିରିଜ୍‌ରେ ଦୁଇଟି ମ୍ୟାଚ୍ ଜିତିବାକୁ ଭାରତକୁ କେତେ ବର୍ଷ ଲାଗିଲା, ପଢ଼ନ୍ତୁ

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ମେଲବର୍ଣ୍ଣରେ ଖେଳାଯାଇଥିବା ତୃତୀୟ ଟେଷ୍ଟ୍ ମ୍ୟାଚ୍‌କୁ ୧୩୭ ରନ୍‌ରେ ଜିତି ଯାଇଛି। ୩୯୯ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ୨୬୧ ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଥିଲା। ଏହା ସହିତ ୪ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ରେ ଭାରତ ୨-୧ରେ ଆଗୁଆ ରହିଛି। ଦଳ ଆଡେଲେଡ୍‌ରେ ପ୍ରଥମ ମ୍ୟାଚ୍ ଜିତିଥିଲା। ଅନ୍ୟପକ୍ଷରେ ପର୍ଥରେ ଖେଳା ଯାଇଥିବା ଦ୍ୱିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବାଜି ମାରିଥିଲା। ଆଜିର ବିଜୟ ସହିତ […]

teamindia

teamindia

Jitendra Garnayak
  • Published: Sunday, 30 December 2018
  • Updated: 30 December 2018, 09:11 AM IST

Sports

Latest News

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ମେଲବର୍ଣ୍ଣରେ ଖେଳାଯାଇଥିବା ତୃତୀୟ ଟେଷ୍ଟ୍ ମ୍ୟାଚ୍‌କୁ ୧୩୭ ରନ୍‌ରେ ଜିତି ଯାଇଛି। ୩୯୯ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ୨୬୧ ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଥିଲା। ଏହା ସହିତ ୪ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ରେ ଭାରତ ୨-୧ରେ ଆଗୁଆ ରହିଛି। ଦଳ ଆଡେଲେଡ୍‌ରେ ପ୍ରଥମ ମ୍ୟାଚ୍ ଜିତିଥିଲା। ଅନ୍ୟପକ୍ଷରେ ପର୍ଥରେ ଖେଳା ଯାଇଥିବା ଦ୍ୱିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବାଜି ମାରିଥିଲା।

ଆଜିର ବିଜୟ ସହିତ ଭାରତ ଅଷ୍ଟ୍ରେଲିଆ ମାଟିରେ ପ୍ରଥମ ଥର ପାଇଁ ଗୋଟିଏ ଟେଷ୍ଟ୍ ସିରିଜ୍‌ରେ ଦୁଇଟି ମ୍ୟାଚ୍ ଜିତିଛି। ଏହା ପୂର୍ବରୁ ୪୦ ବର୍ଷ ତଳେ ଭାରତ ଅଷ୍ଟ୍ରେଲିଆରେ ଗୋଟିଏ ଟେଷ୍ଟ୍ ସିରିଜ୍‌ରେ ଦୁଇଟି ମ୍ୟାଚ୍ ଜିତିଥିଲା।

୧୯୭୭/୭୮ରେ ଭାରତ ସେଠାରେ ଦୁଇଟି ଟେଷ୍ଟ୍ ମ୍ୟାଚ୍ ଜିତିଥିଲା। ସେତେବେଳେ ବିଶନ ସିଂହ ବେଦୀଙ୍କ ନେତୃତ୍ୱରେ ଟିମ୍ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିଲା। ସେତେବେଳେ ଟିମ୍ ୫ଟି ମ୍ୟାଚ୍ ଖେଳି ଦୁଇଟିରେ ଜିତିଥିଲା ଓ ତିନିଟିରେ ହାରି ଯାଇଥିଲା। ଦଳ ପ୍ରଥମ, ଦ୍ୱିତୀୟ ଓ ପଞ୍ଚମ ମ୍ୟାଚ୍ ହାରିଥିବା ବେଳେ ତୃତୀୟ ଓ ଚତୁର୍ଥ ମ୍ୟାଚ୍ ଜିତିଥିଲା।

ଆଜି ଶେଷ ହୋଇଥିବା ମେଲବର୍ଣ୍ଣ ଟେଷ୍ଟର ପ୍ରଥମ ଇନିଂସ୍‌ରେ ଭାରତ ୭ ୱିକେଟ୍ ହରାଇ ୪୪୩ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସ୍‌ରେ ୮ ୱିକେଟ୍ ହରାଇ ୧୦୬ ରନ୍ କରିଥିଲା। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌ରେ ୧୫୧ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିବା ବେଳେ ଦ୍ୱିତୀୟ ଇନିଂସ୍‌ରେ ୨୬୧ ରନ୍ କରିବାକୁ ସମର୍ଥ ହୋଇଥିଲା। ୯ଟି ୱିକେଟ୍ ନେଇଥିବା ଯଶପ୍ରୀତ୍ ବୁମ୍ରାଙ୍କୁ ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ପ୍ରଦାନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos