ଏସିଆନ୍ ଆଥଲେଟିକ୍‌ ଚାମ୍ପିୟନସିପ୍‌: ଭୁବନେଶ୍ୱରରେ ଜମିଲାଣି ଆଥଲେଟ୍‌ଙ୍କ ଭିଡ଼, ଅଭ୍ୟାସ ଜୋରଦାର

<p>ଭୁବନେଶ୍ୱର: ଆସନ୍ତା ୫ ତାରିଖରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଉଦ୍&zwnj;ଘାଟନ ହେବ ଏସିଆନ୍ ଆଥଲେଟିକ୍&zwnj; ଚାମ୍ପିୟନ୍ସିପ୍। ଗତକାଲି&nbsp; ୯୫ ଜଣିଆ ଭାରତୀୟ ଦଳ ଘୋଷଣା ହେବା ପରେ ଧୀରେ ଧୀରେ ଆଥଲେଟ୍ ମାନେ ଭୁବନେଶ୍ୱରରେ ପହଞ୍ଚିବାରେ ଲାଗିଛନ୍ତି। ଗତକାଲି ୧୭ ଜଣ ଆଥଲେଟ୍&zwnj; ଓ କୋଚ ପହଞ୍ଚି ଥିବାବେଳେ ଆଜି ଅପରାହ୍ନରେ ଆଉ ୪୨ ଜଣ ଆଥଲେଟ ଓ କୋଚ ପହଞ୍ଚିଛନ୍ତି। ୨ ଜଣ ଓଡ଼ିଆ ଆଥଲେଟ ଜଉନା ମୁର୍ମୁ ଓ ଦୂତୀ ଚାନ୍ଦ୍ ମଧ୍ୟ ଆଜି ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭାରତକୁ ନିଶ୍ଚିତ ସ୍ୱର୍ଣ୍ଣ ପଦକ ଦେବେ ବୋଲି ଆଶା କରାଯାଉଥିବା ସଟଫୁଟ୍ ଥ୍ରୋଓର୍ ବିକାଶ ଗୌଡ଼ା ମଧ୍ୟ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଆଜି ସଂନ୍ଧ୍ୟାବେଳେ ଅନେକ ଆଥଲେଟ୍&zwnj; ଗ୍ରାଉଣ୍ଡ ଯାଇ ଅଭ୍ୟାସ କରିଛନ୍ତି। ଅନ୍ୟପଟେ ଆଜି ସକାଳେ ଭାରତର ଦୃତତମ ଧାବକ ତଥା ଓଡିଆ ସ୍ପିଣ୍ଟର ଅମୀୟ ମଲ୍ଲିକ ଓ ସହଯୋଗୀ ଆଥଲେଟ୍&zwnj;ମାନେ ଗ୍ରାଉଣ୍ଡକୁ ଯାଇ ଅଭ୍ୟାସ କରିଥିଲେ।</p>

Ordigital Desk
  • Published: Thursday, 29 June 2017
  • Updated: 29 June 2017, 09:06 PM IST

Sports

Latest News

<p>ଭୁବନେଶ୍ୱର: ଆସନ୍ତା ୫ ତାରିଖରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଉଦ୍&zwnj;ଘାଟନ ହେବ ଏସିଆନ୍ ଆଥଲେଟିକ୍&zwnj; ଚାମ୍ପିୟନ୍ସିପ୍। ଗତକାଲି&nbsp; ୯୫ ଜଣିଆ ଭାରତୀୟ ଦଳ ଘୋଷଣା ହେବା ପରେ ଧୀରେ ଧୀରେ ଆଥଲେଟ୍ ମାନେ ଭୁବନେଶ୍ୱରରେ ପହଞ୍ଚିବାରେ ଲାଗିଛନ୍ତି। ଗତକାଲି ୧୭ ଜଣ ଆଥଲେଟ୍&zwnj; ଓ କୋଚ ପହଞ୍ଚି ଥିବାବେଳେ ଆଜି ଅପରାହ୍ନରେ ଆଉ ୪୨ ଜଣ ଆଥଲେଟ ଓ କୋଚ ପହଞ୍ଚିଛନ୍ତି। ୨ ଜଣ ଓଡ଼ିଆ ଆଥଲେଟ ଜଉନା ମୁର୍ମୁ ଓ ଦୂତୀ ଚାନ୍ଦ୍ ମଧ୍ୟ ଆଜି ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭାରତକୁ ନିଶ୍ଚିତ ସ୍ୱର୍ଣ୍ଣ ପଦକ ଦେବେ ବୋଲି ଆଶା କରାଯାଉଥିବା ସଟଫୁଟ୍ ଥ୍ରୋଓର୍ ବିକାଶ ଗୌଡ଼ା ମଧ୍ୟ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଆଜି ସଂନ୍ଧ୍ୟାବେଳେ ଅନେକ ଆଥଲେଟ୍&zwnj; ଗ୍ରାଉଣ୍ଡ ଯାଇ ଅଭ୍ୟାସ କରିଛନ୍ତି। ଅନ୍ୟପଟେ ଆଜି ସକାଳେ ଭାରତର ଦୃତତମ ଧାବକ ତଥା ଓଡିଆ ସ୍ପିଣ୍ଟର ଅମୀୟ ମଲ୍ଲିକ ଓ ସହଯୋଗୀ ଆଥଲେଟ୍&zwnj;ମାନେ ଗ୍ରାଉଣ୍ଡକୁ ଯାଇ ଅଭ୍ୟାସ କରିଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos