ଟି-୨୦ ମୁକାବିଲା ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା ଖେଳାଳି

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ ବାରବାଟୀ ଟି-୨୦ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା ଖେଳାଳି। ଭବନେଶ୍ୱରରେ ପହଞ୍ଚିବା ପରେ ସେମାନଙ୍କୁ ସ୍ୱାଗତ କରାଯାଇଛି। ଆଜି ହୋଟେଲରେ ବିଶ୍ରାମ ନେବା ପରେ ଆସନ୍ତାକାଲି ସେମାନେ ପ୍ରାକ୍ଟିସ ପାଇଁ ଯାଇପାରନ୍ତି। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।</p> <p>ଆସନ୍ତା ବୁଧବାର ବାରବାଟୀରେ ଖେଳାଯିବ ମହାମୁକାବିଲା। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପୋଲିସ ଛାଉଣୀରେ ରହିଛି ବାରବାଟୀ। ସୁରକ୍ଷା ଦୃଷ୍ଟିରୁ ୬୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ୫ ଏଡିସିପି ପାହ୍ୟାର ଅଫିସରଙ୍କ ନେତୃତ୍ୱରେ ୨୬ ଏସିପି, ୫୦ ଆଇଆଇସିଙ୍କ ସହ ମୋଟ ୩୦୦ ଅଫିସରଙ୍କୁ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରାଯାଇଛି। ଏଥିସହ ବୋମା ନିଷ୍କ୍ରିୟକାରୀ ଦଳ, ଆଣ୍ଟିଟେରୋରିଷ୍ଟ ସ୍କ୍ୱାଡ଼ ସୁଇଫ୍ଟ ଆକ୍ସ ଫୋର୍ସ ମଧ୍ୟ ନିୟୋଜିତ ହୋଇଛନ୍ତି। ପୋଲିସ ଡିଜି ଆର.ପି.ଶର୍ମା ଆଜି ବାରବାଟୀ ଆସି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ମଧ୍ୟ କରିଛନ୍ତି।</p>

Ordigital Desk
  • Published: Monday, 18 December 2017
  • Updated: 18 December 2017, 05:19 PM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ ବାରବାଟୀ ଟି-୨୦ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା ଖେଳାଳି। ଭବନେଶ୍ୱରରେ ପହଞ୍ଚିବା ପରେ ସେମାନଙ୍କୁ ସ୍ୱାଗତ କରାଯାଇଛି। ଆଜି ହୋଟେଲରେ ବିଶ୍ରାମ ନେବା ପରେ ଆସନ୍ତାକାଲି ସେମାନେ ପ୍ରାକ୍ଟିସ ପାଇଁ ଯାଇପାରନ୍ତି। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।</p><p>ଆସନ୍ତା ବୁଧବାର ବାରବାଟୀରେ ଖେଳାଯିବ ମହାମୁକାବିଲା। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପୋଲିସ ଛାଉଣୀରେ ରହିଛି ବାରବାଟୀ। ସୁରକ୍ଷା ଦୃଷ୍ଟିରୁ ୬୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ୫ ଏଡିସିପି ପାହ୍ୟାର ଅଫିସରଙ୍କ ନେତୃତ୍ୱରେ ୨୬ ଏସିପି, ୫୦ ଆଇଆଇସିଙ୍କ ସହ ମୋଟ ୩୦୦ ଅଫିସରଙ୍କୁ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରାଯାଇଛି। ଏଥିସହ ବୋମା ନିଷ୍କ୍ରିୟକାରୀ ଦଳ, ଆଣ୍ଟିଟେରୋରିଷ୍ଟ ସ୍କ୍ୱାଡ଼ ସୁଇଫ୍ଟ ଆକ୍ସ ଫୋର୍ସ ମଧ୍ୟ ନିୟୋଜିତ ହୋଇଛନ୍ତି। ପୋଲିସ ଡିଜି ଆର.ପି.ଶର୍ମା ଆଜି ବାରବାଟୀ ଆସି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ମଧ୍ୟ କରିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos