ସ୍କଟଲାଣ୍ଡକୁ ୩-୦ରେ ହରାଇଲା ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ଥିବା ଭାରତୀୟ ମହିଳା ଦଳ

କେପ୍‌ଟାଉନ୍‌: ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତୀୟ ମହିଳା ହକି ଟିମ୍ ଆଜି ୩-୦ରେ ସ୍କଟଲାଣ୍ଡକୁ ହରାଇଛି। ପୁନମ୍‌ ରାଣିଙ୍କ ଦୁଇଟି ଗୋଲ ବଳରେ ଭାରତ ସ୍କଟଲାଣ୍ଡ ଉପରେ ଏହି ବିଜୟ ହାସଲ କରିଛି।  ରବିବାର ଜର୍ମାନୀଠାରୁ ୨-୩ରେ ହାରିଥିଲା ଭାରତ।

ପ୍ରଥମ କ୍ୱାର୍ଟରରେ ଉଭୟ ଦଳ ଆକ୍ରମଣାତତ୍ମ ଭାବେ ଖେଳ ଆରମ୍ଭ କରିଥିଲେ।

ଦକ୍ଷିଣ ଆଫ୍ରିକା ଗସ୍ତର ପ୍ରଥମାର୍ଦ୍ଧରେ ସ୍କାଟଲାଣ୍ଡକୁ ହରାଇଥିବା ଭାରତୀୟ ମହିଳା ଦଳ ଆଜି ବି ଭଲ ପ୍ରଦର୍ଶନ କରିଥିଲେ। ଦ୍ୱିତୀୟ କ୍ୱାର୍ଟରରେ ପୁନମ ରାଣି ଗୋଟିଏ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ରୂପାନ୍ତର କରିଥିଲେ। ୨-୦ରେ ଆଗୁ ଥିବା ଭାରତ ଶେଷ କ୍ୱାର୍ଟରରେ ଆଉ ଏକ ଗୋଲ କରି ଭାରତକୁ ଜିତେଇଥିଲେ।