ଅଧା ରହିଲା ସ୍ୱର୍ଣ୍ଣ ଜିତିବା ସ୍ୱପ୍ନ, ଜାପାନଠାରୁ ହାରି ଭାରତୀୟ ମହିଳା ହକି ଦଳ ପାଇଲା ରୌପ୍ୟ

ଜାକର୍ତ୍ତା: ଦୀର୍ଘ ୨୦ ବର୍ଷ ପରେ ଏସିଆନ୍‌ ଗେମ୍ସ ମହିଳା ହକି ଇଭେଣ୍ଟ୍‌ର ଫାଇନାଲ୍‌ରେ ପ୍ରବେଶ କରିଥିବା ଭାରତର ସ୍ୱର୍ଣ୍ଣ ଜିତିବା ସ୍ୱପ୍ନ ଅଧାରେ ଅଟକି ଯାଇଛି। ଫାଇନାଲ୍‌ ମୁକାବିଲାରେ ଭାରତ ପ୍ରତିପକ୍ଷ ଜାପାନ୍‌ଠାରୁ ୧-୨ ଗୋଲ୍‌ରେ ପରାସ୍ତ ହୋଇ ରୌପ୍ୟରେ ସନ୍ତୁଷ୍ଟ ହୋଇଛି। ୧୯୯୮ ଏସିଆନ୍‌ ଗେମ୍ସର ଫାଇନାଲ୍‌ରେ ମଧ୍ୟ ଭାରତୀୟ ମହିଳା ହକି ଦଳ ଦକ୍ଷିଣ କୋରିଆଠାରୁ ପରାସ୍ତ ହୋଇ ରୌପ୍ୟ ପଦକ ପାଇଥିଲା। ଗ୍ରୁପ୍‌ରେ ଅପରାଜେୟ ଥିବା ରାନୀ ରାମପାଲଙ୍କ ଭାରତୀୟ ଦଳ […]

hockey.jpg1

hockey.jpg1

Hemant Lenka
  • Published: Friday, 31 August 2018
  • Updated: 31 August 2018, 04:05 PM IST

Sports

Latest News

ଜାକର୍ତ୍ତା: ଦୀର୍ଘ ୨୦ ବର୍ଷ ପରେ ଏସିଆନ୍‌ ଗେମ୍ସ ମହିଳା ହକି ଇଭେଣ୍ଟ୍‌ର ଫାଇନାଲ୍‌ରେ ପ୍ରବେଶ କରିଥିବା ଭାରତର ସ୍ୱର୍ଣ୍ଣ ଜିତିବା ସ୍ୱପ୍ନ ଅଧାରେ ଅଟକି ଯାଇଛି। ଫାଇନାଲ୍‌ ମୁକାବିଲାରେ ଭାରତ ପ୍ରତିପକ୍ଷ ଜାପାନ୍‌ଠାରୁ ୧-୨ ଗୋଲ୍‌ରେ ପରାସ୍ତ ହୋଇ ରୌପ୍ୟରେ ସନ୍ତୁଷ୍ଟ ହୋଇଛି।

୧୯୯୮ ଏସିଆନ୍‌ ଗେମ୍ସର ଫାଇନାଲ୍‌ରେ ମଧ୍ୟ ଭାରତୀୟ ମହିଳା ହକି ଦଳ ଦକ୍ଷିଣ କୋରିଆଠାରୁ ପରାସ୍ତ ହୋଇ ରୌପ୍ୟ ପଦକ ପାଇଥିଲା। ଗ୍ରୁପ୍‌ରେ ଅପରାଜେୟ ଥିବା ରାନୀ ରାମପାଲଙ୍କ ଭାରତୀୟ ଦଳ ଏଥର ସ୍ୱର୍ଣ୍ଣ ଜିତିବ ବୋଲି ସମସ୍ତେ ଆଶା ରଖିଥିଲେ। କିନ୍ତୁ ହକି ପ୍ରେମୀଙ୍କୁ ପୁଣି ନିରାଶାର ସ୍ୱାଦ ଚାଖିବାକୁ ପଡ଼ିଛି। ଭାରତ ଶେଷଥର ପାଇଁ ୩୬ ବର୍ଷ ତଳେ ଏସିଆନ୍‌ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲା।

ଆଜିର ଫାଇନାଲ୍‌ ମ୍ୟାଚ୍‌ଟି ବେଶ ସଂଘର୍ଷପୂର୍ଣ୍ଣ ରହିଥିଲା। ଦୀର୍ଘ ୨୦ ବର୍ଷ ପରେ ଫାଇନାଲ୍‌ ଖେଳୁଥିବାରୁ ଭାରତୀୟ ଟିମ୍‌ ଆରମ୍ଭରୁ ଚାପରେ ରହିଥିବା ସ୍ପଷ୍ଟ ହୋଇଯାଇଥିଲା। ମ୍ୟାଚ୍‌ର ୧୧ ତମ ମିନିଟ୍‌ରେ ଜାପାନ୍‌ର ସିମୁଜି ଗୋଲ୍‌ ଦେଇ ଦଳକୁ ୧-୦ ଗୋଲ୍‌ରେ ଆଗୁଆ କରିଦେଇଥିଲେ।

ଏହାପରେ ଭାରତ ଜବରଦସ୍ତ କମବ୍ୟାକ୍‌ କରି ଜାପାନ୍‌ ଉପରେ ଘନଘନ ଆକ୍ରମଣ କରିଥିଲା। ଏହାର ଫଳ ୨୫ତମ ମିନିଟ୍‌ରେ ଦଳକୁ ମିଳିଥିଲା। ଏକ ସୁନ୍ଦର ପାସ୍‌କୁ ଭାରତ ପକ୍ଷରୁ ନେହା ସିଧା ଜାପାନ୍‌ ଗୋଲ୍‌ ପୋଷ୍ଟ୍‌ ଭିତରକୁ ମାରି ସ୍ଥିତି ବରାବର କରିଦେଇଥିଲେ।

ସ୍ଥିତି ୧-୧ରେ ରହିବା ପରେ ଜାପାନ୍‌ ତା’ର ରଣନୀତି ବଦଳାଇ ଭାରତକୁ ପୁଣି ଚାପରେ ପକାଇଥିଲା।  ଭାରତୀୟ ରକ୍ଷାକବଚକୁ ଭେଦ କରି ଜାପାନ୍‌ର କାୱାମୁରା ୪୪ ତମ ମିନିଟ୍‌ରେ ଦଳ ପାଇଁ ଦ୍ୱିତୀୟ ଗୋଲ୍‌ ଦେଇଥିଲେ। ଏହା ସହ ଜାପାନ୍‌ ୨-୧ରେ ଆଗୁଆ ହୋଇଯାଇଥିଲା।

୪ର୍ଥ କ୍ୱାର୍ଟରେ ଭାରତୀୟ ମହିଳା ଦଳ ବାରମ୍ବାର ଆକ୍ରମଣ କରିଥିଲେ ହେଁ ଜାପାନ୍‌ ମିଡ୍‌ ଫିଲଡର୍‌ ଗୋଲ କରିବାର କୌଣସି ସୁଯୋଗ ଦେଇ ନଥିଲେ। ଶେଷରେ ଜାପାନ୍‌ ସ୍ୱର୍ଣ୍ଣ ପଦକ ମୁବାକିଲାକୁ ୨-୧ ଗୋଲ୍‌ରେ ଜିତି ନେଇଥିଲା।

ଭାରତ ଫାଇନାଲ୍‌ରେ ପରାସ୍ତ ହୋଇଥିଲେ ହେଁ ପୂରା ଟୁର୍ଣ୍ଣାମେଣ୍ଟ୍‌ର ଚମତ୍କାର ଖେଳ ପ୍ରଦର୍ଶନ କରିଥିଲା। ୨୦୧୪ରେ ବ୍ରୋଞ୍ଜ ଜିତି ଥିବା ଭାରତକୁ ଏଥର ରୌପ୍ୟ ମିଳିଥିବାରୁ ବିଭିନ୍ନ ମହଲରୁ ଦଳକୁ  ପ୍ରଶଂସା  ଓ ଶୁଭେଚ୍ଛାର ସୁଅ ଛୁଟିଛି।

ଏହି ଭାରତୀୟ ମହିଳା ହକି ଦଳରେ ୪ ଜଣ ଓଡ଼ିଆ ତାରକା ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story