ନୂଆଦିଲ୍ଲୀ: ଅନ୍ତର୍ଜାତିକ ଅଲିମ୍ପିକ ସମିତି (ଆଇଓସି)କୁ ମନୋନୀତ ହେବା ପରେ କୋଟିପତି ମୁକେଶ ଅମ୍ବାନୀଙ୍କ ପତ୍ନୀ ନିତା ଅମ୍ବାନୀକୁ ଶନିବାର ଅଭିନନ୍ଦନ ଜଣାଇଛି ହକି ଇଣ୍ଡିଆ।
ନୂଆ ସଦସ୍ୟତା ପାଇଁ ସେ ଜଣେ ପ୍ରାର୍ଥୀ ଭାବେ ମନୋନୀତ ହୋଇଥିଲେ। ତେବେ ନିତା ଅଲିମ୍ପିକ୍ ଆନ୍ଦୋଳନର ସର୍ବୋଚ୍ଚ କ୍ଷମତା କେନ୍ଦ୍ର ଆଇଓସିକୁ ମନୋନୀତ ହୋଇଥିଲେ ମଧ୍ୟ ତାଙ୍କୁ ନିର୍ବାଚିତ ହେବାକୁ ପଡିବ। ଏହି ନିର୍ବାଚନ ରିଓ ଡି ଜେନେରିଓରେ ଆସନ୍ତା ଅଗଷ୍ଟ ୨ରୁ ୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଆଇଓସିର ୧୨୯ ତମ ଅଧିବେଶନ ଅବସରରେ ଅନୁଷ୍ଠିତ ହେବ। ନିୟମ ଅନୁଯାୟୀ ପ୍ରତ୍ୟେକ ନୂଆ ସଦସ୍ୟ ଆଇଓସି ମନୋନୟନ ସମିତି ନିକଟରେ ସେମାନଙ୍କ ପ୍ରାର୍ଥିପତ୍ର ଦାଖଲ କରିବେ। ଏହାକୁ ସମିତି କାର୍ଯ୍ୟନିର୍ବାହୀ ବୋର୍ଡକୁ ପଠାଇବ। ବୋର୍ଡ ତା’ର ପ୍ରସ୍ତାବକୁ ସମିତି ବୈଠକରେ ଉପସ୍ଥାପିତ କରିବା ପରେ ଗୋପନ ଭୋଟ୍ ଦ୍ୱାରା ନୂଆ ସଦସ୍ୟ ନିର୍ବାଚନ ହେବ।ଯଦି ନିତା ନିର୍ବାଚିତ ହୁଅନ୍ତି ତେବେ ତାଙ୍କୁ ୭୦ ବର୍ଷ ହେବା ପର୍ଯ୍ୟନ୍ତ ସଦସ୍ୟ ରହି ପାରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବିବାହ ବିଷୟରେ ଜାଣିଦେବା ଡରରେ ପ୍ରେମିକାକୁ ମାରି ୫୦ ଖଣ୍ଡ କଲା ପ୍ରେମିକ
ପ୍ରେମିକା ସହ ଲିଭ୍-ଇନରେ ରହି ଝାଡ଼ଖଣ୍ଡରେ ଅନ୍ୟ ମହିଳାଙ୍କୁ ଲୁଚି ଲୁଚି କରିଥିଲା ବିବାହ। ଧରାପଡ଼ିଯିବା ଭୟରେ ପ୍ରେମିକାକୁ ହତ୍ୟା କରି ୫୦ ଖଣ୍ଡ କରିଦେଲା ନରହନ୍ତା ପ୍ରେମିକ।
National
NIA ପଞ୍ଝାରେ ରାୱଣ୍ଡାରେ ଗିରଫ ହୋଇଥିବା କୁଖ୍ୟାତ ଲସ୍କର ଆତଙ୍କବାଦୀ
ରାୱଣ୍ଡା ତଦନ୍ତକାରୀ ବ୍ୟୁରୋ(ଆରଆଇବି), ଇଣ୍ଟରପୋଲ ଓ ନ୍ୟାଶନାଲ ସେଣ୍ଟ୍ରାଲ ବ୍ୟୁରୋ(ଏନସିବି)ର ମିଳିତ ଉଦ୍ୟମରେ ସଲମାନକୁ ଗତକାଲି ରାୱଣ୍ଡାର ରାଜଧାନୀ କିଗାଲିକୁ ଗିରଫ କରାଯାଇଥିଲା।
National
ବଦଳିଲା ମମତାଙ୍କ ସ୍ୱର: କହିଲେ- ଆମେ କେନ୍ଦ୍ର ସହ ଅଛୁ
ସବୁ ପ୍ରସଙ୍ଗରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରଙ୍କୁ ଟାର୍ଗେଟ କରୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସ୍ୱର ହଠାତ ବଦଳିଛି।
National
ମୁଖ୍ୟମନ୍ତ୍ରୀ ପଦ ବଦଳରେ ଏକନାଥଙ୍କୁ ମିଳିବ ତିନୋଟି ମନ୍ତ୍ରଣାଳୟ!
ମିଳିଥିବା ସୂତ୍ରରୁ ସୂଚନା ଅନୁସାରେ ଏକନାଥ ସିନ୍ଦେଙ୍କୁ ନଗର ଉନ୍ନୟନ ମନ୍ତ୍ରଣାଳୟ, ଜନସମ୍ପର୍କ ମନ୍ତ୍ରଣାଳୟ ଏବଂ ଜଳ ସମ୍ପଦ ମନ୍ତ୍ରଣାଳୟ ଦେଇପାରନ୍ତି କେନ୍ଦ୍ର ସରକାର।
National
ରାଜଧାନୀରେ ଭୟଙ୍କର ବିସ୍ଫୋରଣ, PVR ସିନେମା ନିକଟରେ ବ୍ଲାଷ୍ଟ
ଲୋକେ ଭୟଭୀତ ହୋଇ ପଡିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି।