ଆଖି ଝଲସିଲା ଭଳି କ୍ୟାଚ୍ ଧରିଲେ ମାହି, ସବୁ ଦେଖିକି ତାଜୁବ

ଦୁବାଇ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିସାରିଛନ୍ତି। ଏବେ ସେ ୟୁଏଇରେ ଚାଲିଥିବା ଆଇପିଏଲରେ ବ୍ୟସ୍ତ ଅଛନ୍ତି। ତାଙ୍କ ଟିମ୍ ଚେନ୍ନାଇ ସୁପର୍ କିଙ୍ଗସ୍ ପାଇଁ ଆଇପିଏଲ୍ ଏପର୍ଯ୍ୟନ୍ତ ଭଲ ରହିନାହିଁ। ବୁଧବାର କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚରେ ସିଏସକେ ନିଶ୍ଚିତ ବିଜୟ ହାତଛଡ଼ା କରିଥିଲା। ଏହି ମ୍ୟାଚରେ ଦଳ ପରାସ୍ତ ହୋଇଥିଲେ ହେଁ ୱିକେଟ୍ ପଛରେ କମାଲ୍ କରିଥିଲେ ୩୯ ବର୍ଷୀୟ ଧୋନି। ଆଜି ବି […]

dhoni

dhoni

Ranjit Kumar Jena
  • Published: Thursday, 08 October 2020
  • Updated: 08 October 2020, 11:25 AM IST

Sports

Latest News

ଦୁବାଇ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିସାରିଛନ୍ତି। ଏବେ ସେ ୟୁଏଇରେ ଚାଲିଥିବା ଆଇପିଏଲରେ ବ୍ୟସ୍ତ ଅଛନ୍ତି। ତାଙ୍କ ଟିମ୍ ଚେନ୍ନାଇ ସୁପର୍ କିଙ୍ଗସ୍ ପାଇଁ ଆଇପିଏଲ୍ ଏପର୍ଯ୍ୟନ୍ତ ଭଲ ରହିନାହିଁ। ବୁଧବାର କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚରେ ସିଏସକେ ନିଶ୍ଚିତ ବିଜୟ ହାତଛଡ଼ା କରିଥିଲା।

ଏହି ମ୍ୟାଚରେ ଦଳ ପରାସ୍ତ ହୋଇଥିଲେ ହେଁ ୱିକେଟ୍ ପଛରେ କମାଲ୍ କରିଥିଲେ ୩୯ ବର୍ଷୀୟ ଧୋନି। ଆଜି ବି ୱିକେଟ୍ ପଛରେ ଧୋନିଙ୍କ ଭଳି ସ୍ଫୂର୍ତ୍ତି ଆଉ କାହା ପାଖରେ ନାହିଁ। ଆବୁ ଧାବିରେ ଖେଳାଯାଇଥିବା ଏହି ମ୍ୟାଚରେ ଧୋନି ୪ଟି କ୍ୟାଚ୍ ଏବଂ ଗୋଟିଏ ରନଆଉଟ୍ କରିଛନ୍ତି। କିନ୍ତୁ ଏହି ମ୍ୟାଚରେ ଧୋନି ଏଭଳି ଏକ କ୍ୟାଚ୍ ଧରିଥିଲେ, ଯାହା ଦେଖି ସମସ୍ତଙ୍କ ହୋଶ ଉଡ଼ିଯାଇଛି।
https://twitter.com/CSKFansArmy/status/1313873567608524800?s=20
ଧୋନି କୋଲକାତା ନାଇଟ୍ ରାଇଡର୍ସ ଇନିଂସର ଅନ୍ତିମ ଓଭରର ପଞ୍ଚମ ବଲରେ ଶିବମ ମାଭିଙ୍କ ଚମତ୍କାର କ୍ୟାଚ୍ ଧରିଥିଲେ। ଶେଷ ଓଭର ବୋଲିଂ କରୁଥିବା ଡ୍ୱେନ୍ ବ୍ରାଭୋଙ୍କ ପଞ୍ଚମ ବଲରେ ମାଭି ଶଟ୍ ମାରିଥିଲେ ହେଁ, ବଲ୍ ଏଜ୍ ନେଇ ଥାର୍ଡ ମ୍ୟାନ୍ ଅଞ୍ଚଳକୁ ଯାଉଥିଲା। ଏହି ସମୟରେ କିପିଂ କରୁଥିବା ଧୋନି ପ୍ରଥମ ପ୍ରୟାସରେ କ୍ୟାଚ୍ ଛାଡ଼ି ଦେଇଥିଲେ। କିନ୍ତୁ ୨ୟ ପ୍ରୟାସରେ ଧୋନି ଡାଇଭ୍ ମାରି କ୍ୟାଚକୁ ଧରିବାରେ ସଫଳ ହୋଇଥିଲେ।

ବୋଲିଂ କରୁଥିବା ବ୍ରାଭୋଙ୍କର ଏହା ୧୫୦ତମ ଆଇପିଏଲ୍ ୱିକେଟ୍ ଥିଲା। ପୂର୍ବ ମ୍ୟାଚରେ କ୍ୟାଚର ଶତକ ପୂରଣ କରିଥିବା ଧୋନି ଏହି ମ୍ୟାଚରେ ୪ଟି କ୍ୟାଚ୍ ଧରି ଦିନେଶ କାର୍ତ୍ତିକଙ୍କ ରେକର୍ଡ ସମକକ୍ଷ ହୋଇଛନ୍ତି। କାର୍ତ୍ତିକ ୧୮୭ ମ୍ୟାଚରେ ୧୦୪ କ୍ୟାଚ୍ ନେଇଥିବା ବେଳେ ଧୋନି ୧୯୬ ମ୍ୟାଚରେ ସମାନ ସଂଖ୍ୟକ କ୍ୟାଚ୍ ଧରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos