ଆଇପିଏଲ ୮: ଦିଲ୍ଲୀକୁ ଭେଟିବ ମୁମ୍ବାଇ

ମୁମ୍ବାଇ: ଚଳିତ ଆଇପିଏଲରେ ଆଜିର ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ ଡେୟାର ଡେଭିଲ୍ସ। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ରାତି ୮ଟାରୁ ହେବାକୁ ଥିବା ଏହି ମ୍ୟାଚକୁ ଦୁଇ ପକ୍ଷ ଜିତିବା ପାଇଁ ଉଦ୍ୟମ କରିବେ। ଏହି ଆଇପିଏଲରେ ଏଯାବତ ଉଭୟ ମୁମ୍ବାଇ ଓ ଦିଲ୍ଲୀ ୯ଟି ଲେଖାଏଁ ମ୍ୟାଚ ଖେଳିସାରିଛନ୍ତି। ଏଥିରୁ ଉଭୟ ଦଳ ୪ଟି ଲେଖାଏଁ ମ୍ୟାଚ ଜିତିଥିବା ବେଳେ ୫ଟି ଲେଖାଏଁ ମ୍ୟାଚରେ ପରାଜିତ ହୋଇଛନ୍ତି। ଉଭୟ ୮ ପଏଣ୍ଟ […]

rohitsharma

rohitsharma

Rakesh Mallick
  • Published: Tuesday, 05 May 2015
  • Updated: 05 May 2015, 07:22 AM IST

Sports

Latest News

ମୁମ୍ବାଇ: ଚଳିତ ଆଇପିଏଲରେ ଆଜିର ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ ଡେୟାର ଡେଭିଲ୍ସ। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ରାତି ୮ଟାରୁ ହେବାକୁ ଥିବା ଏହି ମ୍ୟାଚକୁ ଦୁଇ ପକ୍ଷ ଜିତିବା ପାଇଁ ଉଦ୍ୟମ କରିବେ। ଏହି ଆଇପିଏଲରେ ଏଯାବତ ଉଭୟ ମୁମ୍ବାଇ ଓ ଦିଲ୍ଲୀ ୯ଟି ଲେଖାଏଁ ମ୍ୟାଚ ଖେଳିସାରିଛନ୍ତି। ଏଥିରୁ ଉଭୟ ଦଳ ୪ଟି ଲେଖାଏଁ ମ୍ୟାଚ ଜିତିଥିବା ବେଳେ ୫ଟି ଲେଖାଏଁ ମ୍ୟାଚରେ ପରାଜିତ ହୋଇଛନ୍ତି। ଉଭୟ ୮ ପଏଣ୍ଟ ଲେଖାଏଁ ପାଇଛନ୍ତି। ତେବେ ଆଜିର ମ୍ୟାଚରେ ମୁମ୍ବାଇର ପଲା ଭାରି ରହିବ। କାରଣ ଗତ ତିନୋଟି ମ୍ୟାଚରେ ଲଗାତାର ବିଜୟୀ ହୋଇ ଦଳର ମନୋବଳ ଦୃଢ଼ ରହିଛି। ଗତ ମ୍ୟାଚରେ କିଙ୍ଗସ ଏକାଦଶ ପଞ୍ଜାବକୁ ୨୩ ରନରେ ପରାସ୍ତ କରିଥିଲା। ଅନ୍ୟପକ୍ଷରେ ଚଳିତ ଟୁର୍ଣ୍ଣାମେଣ୍ଟରେ ସ୍ଥିର ପ୍ରଦର୍ଶନ କରିପାରିନଥିବା ଦିଲ୍ଲୀ ଡେୟାର ଡେଭିଲ୍ସ ମେ’ ୩ ତାରିଖରେ ରାଜସ୍ଥାନ ରୋୟାଲ୍ସଠାରୁ ହାରିଯାଇଥିଲା।

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏକ ଭଲ ଖବର ହେଉଛି ଏହି ଟୁର୍ଣ୍ଣାମେଣ୍ଟରେ ସଂଘର୍ଷ କରିଆସିଥିବା ଓପନିଂ ବ୍ୟାଟ୍ସମ୍ୟାନ ପାର୍ଥିବ ପଟେଲ ଗତମ୍ୟାଚରେ ଫର୍ମକୁ ଫେରିଛନ୍ତି। ଏହି ସିଜିନରେ ଗତ ମ୍ୟାଚରେ ସେ ପ୍ରଥମ ଥର ପାଇଁ ଅର୍ଦ୍ଧଶତକ ହାସଲ କରିଥିଲେ। ତେଣୁ ଆଜି ବି ତାଙ୍କ ଉପରେ ଦଳ ଭରସା ରଖିବ ଏକ ଭଲ ଆରମ୍ଭ ପାଇଁ। ତେବେ ଆହତ ସମସ୍ୟା ଯୋଗୁ ଦଳର କିଛି ପ୍ରମୁଖ ଖେଳାଳି ବସି ଯାଇଛନ୍ତି। ଏଥିରୁ ଫାଇଦା ନେବାକୁ ଚାହିଁବ ଦିଲ୍ଲୀ ଡେୟାର ଡେଭିଲ୍ସ। ଦଳର ଅଲ୍ ରାଉଣ୍ଡର ଆଞ୍ଜେଲୋ ମାଥୁ୍ୟସ ଆଶା ରଖିଛନ୍ତି ଯେ ଏହି ମ୍ୟାଚରେ ଦିଲ୍ଲୀ ଭଲ ପ୍ରଦର୍ଶନ କରିବ। ଏପ୍ରିଲ ୨୩ ତାରିଖରେ ମୁମ୍ବାଇ ବିପକ୍ଷ ମ୍ୟାଚରେ ଦଳ ଭଲ ଖେଳି ଥିଲା। ତେଣୁ ଆଜିର ମ୍ୟାଚ ବି ଦିଲ୍ଲୀ ସପକ୍ଷରେ ଯିବ ବୋଲି ତାଙ୍କର ବିଶ୍ୱାସ ରହିଛି।
ସୋମବାର ଖେଳାଯାଇଥିବା ଏକ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୩୫ ରନରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ଦେଇଥିଲା। ଏହା ସହିତ କୋଲକାତା ପଏଣ୍ଟ ତାଲିକର ତୃତୀୟ ସ୍ଥାନକୁ ଉଠିଛି । ପ୍ରଥମେ ବ୍ୟାଟିଂ କରି କୋଲାକାତା ନିର୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୬୭ ରନ୍ କରିଥିଲା। ଜବାବରେ ହାଇଦ୍ରାବାଦ ୯ ୱିକେଟ ହରାଇ ୧୩୨ ରନ୍ ହାସଲ କରିଥିଲା।

ସେହିପରି ଅନ୍ୟ ଏକ ମ୍ୟାଚରେ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପରକିଙ୍ଗ୍ସ ହରାଇଥିଲା ବିରାଟ କୋହଲିଙ୍କ ନେତୃତ୍ୱାଧିନ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ। ଧୋନିଙ୍କ ଦଳ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୪୮ ରନ ହାସଲ କରିଥିଲା। ତା’ସତ୍ତ୍ୱେ ଏହା ବାଙ୍ଗାଲେରକୁ ୧୨୪ ରନରେ ଅଟକାଇ ନାଟକୀୟ ଭାବେ ବିଜୟୀ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos