ITF ଟୁର୍ଣ୍ଣାମେଣ୍ଟ ପାଇଁ କଳିଙ୍ଗ ଷ୍ଟାଡ଼ିୟମ ଚଳଚଞ୍ଚଳ: ୧୦ଟି ଦେଶର ଖେଳାଳିଙ୍କ ଜୋରଦାର ଅଭ୍ୟାସ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳଚଞ୍ଚଳ କଳିଙ୍ଗ ଷ୍ଟାଡ଼ିୟମର ଟେନିସ କମ୍ପଲେକ୍ସ। ପ୍ରତିଯୋଗିତା ପାଇଁ ସୁନ୍ଦର ଭାବେ ସଜା ହୋଇଛି ଷ୍ଟାଡ଼ିୟମ। ଭୁବେନଶ୍ୱରରେ ଜମିବ ଟେନିସର ଆସର। ଜର୍ମାନୀ, ଆର୍ଜେଣ୍ଟିନା, ଇଟାଲୀ, ଚେକ୍ ରିପବ୍ଲିକ୍, ଋଷିଆ, ଚାଇନିଜ୍ ତାଇପେଇ, ସର୍ବିଆ, ଆମେରିକା, ଫ୍ରାନ୍ସ ସହ ଆୟୋଜକ ଭାରତର ଖେଳାଳିମାନେ ପହଞ୍ଚି ଜୋରଦାର ଅଭ୍ୟାସ ଆରମ୍ଭ କରିଛନ୍ତି। ଶନିବାରଠାରୁ କ୍ୱାଲିଫାଇଂ ରାଉଣ୍ଡ ଖେଳାଯିବ। ସୋମବାର ୨୬ ତାରିଖରୁ ଆରମ୍ଭ ହେବ ମୁଖ୍ୟ ଡ୍ର ଲେଭଲ ପ୍ରତିଯୋଗିତା। ମୁଖ୍ୟ ଡ୍ରରେ ମୋଟ ୩୨ଜଣ ଖେଳାଳି ରହିବେ। ମୁଖ୍ୟ ଡ୍ର କୁ ଓଡ଼ିଶାରୁ ଅଂଶୁ କୁମାର ଭୂୟାଁ ଏବଂ ଚିନ୍ମୟ ପ୍ରଧାନଙ୍କୁ ଓ୍ୱାଇଲ୍ଡ କାର୍ଡ ଏଣ୍ଟ୍ରି ମିଳିଛି ସେହିପରି କ୍ୱାଲିଫାଇଂ ରାଉଣ୍ଡ ଖେଳିବାକୁ ଓଡ଼ିଶାରୁ କବୀର ହଂସ, ପ୍ରତ୍ୟୁଷ ମହାନ୍ତିଙ୍କୁ ସୁଯୋଗ ମିଳିଛି। ପୁରୁଷ ବର୍ଗର ସିଙ୍ଗଲସ୍ ଏବଂ ଡବଲସ୍ ପଯର୍ୟାୟରେ ଖେଳାଳିଙ୍କ ମଧ୍ୟରେ ହେବ ଟକ୍କର।</p> <p>ସିନିୟର ସ୍ତରରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ଅନ୍ତର୍ଜାତିକ ସ୍ତରର ଟେନିସ ଟୁର୍ଣ୍ଣାମେଣ୍ଟର ଆୟୋଜନ ହେଉଛି। ଏଥିପାଇଁ ଷ୍ଟାଡିୟମ ପରିସରରେ ଥିବା ୪ଟି ହାର୍ଡକୋର୍ଟ ପ୍ରସ୍ତୁତି ପାଇଁ ପ୍ରାୟ ୧୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଟୁର୍ଣ୍ଣାମେଣ୍ଟରେ ଖେଳାଳିଙ୍କ ପାଇଁ ମୋଟ ୯ଲକ୍ଷ ୭୫ ହଜାର ଟଙ୍କାର ପୁରସ୍କାର ଅର୍ଥ ରହିଛି। ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ ଖେଳାଳିଙ୍କୁ ୧୮ ପଏଣ୍ଟ ଏବଂ ରନର୍ସଅପ ଖେଳାଳିଙ୍କୁ ୧୦ ପଏଣ୍ଟ ମିଳିବ। ସାମିଲ ହୋଇଥିବା ମସସ୍ତ ଖେଳାଳିଙ୍କୁ ରାଜଧାନୀର ଦୁଇ ତାରକା ହୋଟେଲରେ ରଖାଯିବାର ବ୍ୟବସ୍ଥା ହୋଇଛି। ଆସନ୍ତା ୩ ତାରିଖରେ ଶେଷ ହେବ ଟୁର୍ଣ୍ଣାମେଣ୍ଟ, ରାଜ୍ୟର ୪ଜଣ ସଫଳ ଟେନିସ ଖେଳାଳିଙ୍କୁ ଏଥିରେ ସମ୍ମାନିତ କରାଯିବ।</p>

Ordigital Desk
  • Published: Saturday, 24 February 2018
  • Updated: 24 February 2018, 09:45 AM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳଚଞ୍ଚଳ କଳିଙ୍ଗ ଷ୍ଟାଡ଼ିୟମର ଟେନିସ କମ୍ପଲେକ୍ସ। ପ୍ରତିଯୋଗିତା ପାଇଁ ସୁନ୍ଦର ଭାବେ ସଜା ହୋଇଛି ଷ୍ଟାଡ଼ିୟମ। ଭୁବେନଶ୍ୱରରେ ଜମିବ ଟେନିସର ଆସର। ଜର୍ମାନୀ, ଆର୍ଜେଣ୍ଟିନା, ଇଟାଲୀ, ଚେକ୍ ରିପବ୍ଲିକ୍, ଋଷିଆ, ଚାଇନିଜ୍ ତାଇପେଇ, ସର୍ବିଆ, ଆମେରିକା, ଫ୍ରାନ୍ସ ସହ ଆୟୋଜକ ଭାରତର ଖେଳାଳିମାନେ ପହଞ୍ଚି ଜୋରଦାର ଅଭ୍ୟାସ ଆରମ୍ଭ କରିଛନ୍ତି। ଶନିବାରଠାରୁ କ୍ୱାଲିଫାଇଂ ରାଉଣ୍ଡ ଖେଳାଯିବ। ସୋମବାର ୨୬ ତାରିଖରୁ ଆରମ୍ଭ ହେବ ମୁଖ୍ୟ ଡ୍ର ଲେଭଲ ପ୍ରତିଯୋଗିତା। ମୁଖ୍ୟ ଡ୍ରରେ ମୋଟ ୩୨ଜଣ ଖେଳାଳି ରହିବେ। ମୁଖ୍ୟ ଡ୍ର କୁ ଓଡ଼ିଶାରୁ ଅଂଶୁ କୁମାର ଭୂୟାଁ ଏବଂ ଚିନ୍ମୟ ପ୍ରଧାନଙ୍କୁ ଓ୍ୱାଇଲ୍ଡ କାର୍ଡ ଏଣ୍ଟ୍ରି ମିଳିଛି ସେହିପରି କ୍ୱାଲିଫାଇଂ ରାଉଣ୍ଡ ଖେଳିବାକୁ ଓଡ଼ିଶାରୁ କବୀର ହଂସ, ପ୍ରତ୍ୟୁଷ ମହାନ୍ତିଙ୍କୁ ସୁଯୋଗ ମିଳିଛି। ପୁରୁଷ ବର୍ଗର ସିଙ୍ଗଲସ୍ ଏବଂ ଡବଲସ୍ ପଯର୍ୟାୟରେ ଖେଳାଳିଙ୍କ ମଧ୍ୟରେ ହେବ ଟକ୍କର।</p><p>ସିନିୟର ସ୍ତରରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ଅନ୍ତର୍ଜାତିକ ସ୍ତରର ଟେନିସ ଟୁର୍ଣ୍ଣାମେଣ୍ଟର ଆୟୋଜନ ହେଉଛି। ଏଥିପାଇଁ ଷ୍ଟାଡିୟମ ପରିସରରେ ଥିବା ୪ଟି ହାର୍ଡକୋର୍ଟ ପ୍ରସ୍ତୁତି ପାଇଁ ପ୍ରାୟ ୧୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଟୁର୍ଣ୍ଣାମେଣ୍ଟରେ ଖେଳାଳିଙ୍କ ପାଇଁ ମୋଟ ୯ଲକ୍ଷ ୭୫ ହଜାର ଟଙ୍କାର ପୁରସ୍କାର ଅର୍ଥ ରହିଛି। ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ ଖେଳାଳିଙ୍କୁ ୧୮ ପଏଣ୍ଟ ଏବଂ ରନର୍ସଅପ ଖେଳାଳିଙ୍କୁ ୧୦ ପଏଣ୍ଟ ମିଳିବ। ସାମିଲ ହୋଇଥିବା ମସସ୍ତ ଖେଳାଳିଙ୍କୁ ରାଜଧାନୀର ଦୁଇ ତାରକା ହୋଟେଲରେ ରଖାଯିବାର ବ୍ୟବସ୍ଥା ହୋଇଛି। ଆସନ୍ତା ୩ ତାରିଖରେ ଶେଷ ହେବ ଟୁର୍ଣ୍ଣାମେଣ୍ଟ, ରାଜ୍ୟର ୪ଜଣ ସଫଳ ଟେନିସ ଖେଳାଳିଙ୍କୁ ଏଥିରେ ସମ୍ମାନିତ କରାଯିବ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos