ଖେଲୋ ଇଣ୍ଡିଆ ୟୁନିଭର୍ଟିସି ଗେମ୍ସ: ଜୈନ୍ ଓ ଗୁରୁ ନାନକ ଦେବ ୟୁନଭର୍ସିଟିର ଦବଦବା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ଦ୍ୱିତୀୟ ଦିବସରେ ଜୈନ୍ ବିଶ୍ୱବିଦ୍ୟାଳୟର ସୁଇମର୍ ଏବଂ ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟର ଫେନ୍ସରଙ୍କ ଦବଦବା ଦେଖିବାକୁ ମିଳିଛି। ବେଙ୍ଗାଲୁରୁର ଜୈନ୍ ବିଶ୍ୱବିଦ୍ୟାଳୟ ସୁଇମିଂରେ ୪ଟି ସ୍ୱର୍ଣ୍ଣ ପଦକ ଉପରେ କବଜା କରି ପଦକ ତାଲିକାରେ ଶୀର୍ଷରେ ରହିଛି। ସେହିପରି ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟ ଫେନ୍ସିଂରେ ତିନୋଟି ସ୍ୱର୍ଣ୍ଣ ପଦକ ଅକ୍ତିଆର ତାଲିକାର ଦ୍ୱିତୀୟ ସ୍ଥାନ ହାସଲ କରିଛି। ସେହିପରି ଜମ୍ମୁର କ୍ଲଷ୍ଟର ବିଶ୍ୱବିଦ୍ୟାଳୟର […]

swimmer

swimmer

Ranjit Kumar Jena
  • Published: Sunday, 23 February 2020
  • Updated: 23 February 2020, 10:12 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ଦ୍ୱିତୀୟ ଦିବସରେ ଜୈନ୍ ବିଶ୍ୱବିଦ୍ୟାଳୟର ସୁଇମର୍ ଏବଂ ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟର ଫେନ୍ସରଙ୍କ ଦବଦବା ଦେଖିବାକୁ ମିଳିଛି। ବେଙ୍ଗାଲୁରୁର ଜୈନ୍ ବିଶ୍ୱବିଦ୍ୟାଳୟ ସୁଇମିଂରେ ୪ଟି ସ୍ୱର୍ଣ୍ଣ ପଦକ ଉପରେ କବଜା କରି ପଦକ ତାଲିକାରେ ଶୀର୍ଷରେ ରହିଛି। ସେହିପରି ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟ ଫେନ୍ସିଂରେ ତିନୋଟି ସ୍ୱର୍ଣ୍ଣ ପଦକ ଅକ୍ତିଆର ତାଲିକାର ଦ୍ୱିତୀୟ ସ୍ଥାନ ହାସଲ କରିଛି। ସେହିପରି ଜମ୍ମୁର କ୍ଲଷ୍ଟର ବିଶ୍ୱବିଦ୍ୟାଳୟର ରିୟା ବକ୍ସି ସ୍ୱର୍ଣ୍ଣ ପଦକ ଅର୍ଜନ କରିଛନ୍ତି।

ଫେନ୍ସିଂ (ପୁରୁଷ): ପୁରୁଷ ଇଣ୍ଡିଭିଜୁଆଲ୍ ଫଏଲ୍ ଇଭେଣ୍ଟରେ ଡ. ବିଆର୍ ଆମ୍ବେଦକର ମରାଠାୱାଡା ବିଶ୍ୱବିଦ୍ୟାଳୟର ତୁଷାର ରାଓାସାହେବ ଆହୀର୍ ୧୫-୧୪ରେ ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟର ତାରିକ୍ ହୁସେନଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହି ଇଭେଣ୍ଟରେ ଶିବାଜୀ ବିଶ୍ୱବିଦ୍ୟାଳୟର ବିପୁଲ୍ ୟାଦେକର ଓ ଜମ୍ମୁ ବିଶ୍ୱବିଦ୍ୟାଳୟ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଟିମ୍ ଫଏଲ୍ ଇଭେଣ୍ଟରେ ଆମ୍ବେଦକର ବିଶ୍ୱବିଦ୍ୟାଳୟ ୪୫-୨୪ରେ ପଞ୍ଜାବ ବିଶ୍ୱବିଦ୍ୟାଳୟକୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଉଭୟ ଗୁରୁ ନାବକ ଦେବ ବିଶ୍ୱବିଦ୍ୟାଳୟ ଏବଂ ଶିବାଜୀ ବିଶ୍ୱବିଦ୍ୟାଳୟ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି।

ଫେନ୍ସିଂ (ମହିଳା): ମହିଳା ଇଣ୍ଡିଭିଜୁଆଲ୍ ଇଭେଣ୍ଟରେ ଜମ୍ମୁର କ୍ଲଷ୍ଟର ବିଶ୍ୱବିଦ୍ୟାଳୟର ରିୟା ବକ୍ସି ୧୫-୧୧ରେ ଚଣ୍ଡିଗଡ଼ର ପଞ୍ଜାବ ବିଶ୍ୱବିଦ୍ୟାଳୟକୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଚଣ୍ଡିଗଡ଼ ପଞ୍ଜାବ ବିଶ୍ୱବିଦ୍ୟାଳୟର କୁସୁମ ଓ ପତିଆଲାର ପଞ୍ଜାବୀ ବିଶ୍ୱବିଦ୍ୟାଳୟର ସିମରନଜିତ୍ କୌର୍ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେହିପରି ଇଣ୍ଡିଭିଜୁଆଲ୍ ଇପି ଇଭେଣ୍ଟରେ ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟର ଜ୍ୟୋତିକା ଦତ୍ତ ୧୫-୧୪ରେ ମଣିପୁର ବିଶ୍ୱବିଦ୍ୟାଳୟର ଲିନ୍ଥୋଇ ହାଓବାମଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଉଭୟ ପଞ୍ଜାବ ବିଶ୍ୱବିଦ୍ୟାଳୟର ଛବି କୋହଲି ଓ ଯଶକୀରତ ହାୟର୍ ବ୍ରୋଞ୍ଜ ପଦକ ଅକ୍ତିଆର କରିଛନ୍ତି। ଟିମ୍ ଇପି ଇଭେଣ୍ଟରେ ଚଣ୍ଡିଗଡ଼ର ପଞ୍ଜାବ ବିଶ୍ୱବିଦ୍ୟାଳୟ ପଞ୍ଜାବୀ ବିଶ୍ୱବିଦ୍ୟାଳୟକୁ ୪୫-୩୭ ପଏଣ୍ଟରେ ହରାଇ ସ୍ୱର୍ଣ୍ଣ ଏବଂ କାନୁର ବିଶ୍ୱବିଦ୍ୟାଳୟ ଓ ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

ସୁଇମିଂ (ପୁରୁଷ): ୫୦ ମିଟର୍ ଫ୍ରିଷ୍ଟାଇଲରେ ସାବିତ୍ରୀବାଇ ଫୁଲେ ପୁନେ ବିଶ୍ୱବିଦ୍ୟାଳୟର ମିହିର ଆମ୍ବ୍ରେ ସ୍ୱର୍ଣ୍ଣ, ୪୦୦ ମିଟର୍ ଫ୍ରିଷ୍ଟାଇଲରେ ବେଙ୍ଗାଲୁରୁ ଜୈନ୍ ବିଶ୍ୱବିଦ୍ୟାଳୟର ଶିବ ଶ୍ରୀଧର ସ୍ୱର୍ଣ୍ଣ, ୨୦୦ ମିଟର୍ ବ୍ରେଷ୍ଟଷ୍ଟ୍ରୋକ୍ ଇଭେଣ୍ଟରେ ଜୈନ୍ ବିଶ୍ୱବିଦ୍ୟାଳୟର ଏସପି ଲିକିତ ସ୍ୱର୍ଣ୍ଣ, ୧୦୦ ମିଟର୍ ବ୍ରେଷ୍ଟଷ୍ଟ୍ରୋକ୍ ଇଭେଣ୍ଟରେ ପଞ୍ଜାବ ବିଶ୍ୱବିଦ୍ୟାଳୟର ସିଦ୍ଧାନ୍ତ ସେଜୱାଲ୍ ସ୍ୱର୍ଣ୍ଣ ଏବଂ ୨୦୦ ମିଟର୍ ଇଣ୍ଡିଭିଜୁଆଲ୍ ମେଡଲୀ ଇଭେଣ୍ଟରେ ମନୋନମାନିଆମ୍ ସୁନ୍ଦରନାର ବିଶ୍ୱବିଦ୍ୟାଳୟର ଥିରୁମାରାନ୍ ସେଥୁକାନିଆକାଭେଲ୍ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

ସୁଇମିଂ (ମହିଳା): ମହିଳା ୫୦ ମିଟର୍ ଫ୍ରିଷ୍ଟାଇଲ୍ ଇଭେଣ୍ଟରେ ସାବିତ୍ରୀବାଇ ଫୁଲେ ପୁନେ ବିଶ୍ୱବିଦ୍ୟାଳୟର ସାଧବୀ ଧୁରୀ ସ୍ୱର୍ଣ୍ଣ, ୪୦୦ ମିଟର୍ ଫ୍ରିଷ୍ଟାଇଲ୍ ଇଭେଣ୍ଟରେ ଜୈନ୍ ବିଶ୍ୱବିଦ୍ୟାଳୟର ଏସଭି ନିକିତା ସ୍ୱର୍ଣ୍ଣ, ୨୦୦ ମିଟର୍ ବ୍ରେଷ୍ଟଷ୍ଟ୍ରୋକ୍ ଇଭେଣ୍ଟରେ ମୁମ୍ବାଇ ବିଶ୍ୱବିଦ୍ୟାଳୟର ଜ୍ୟୋତି ପାଟିଲ୍ ସ୍ୱର୍ଣ୍ଣ, ୧୦୦ ମିଟର୍ ବ୍ୟାକଷ୍ଟ୍ରୋକ୍ ଇଭେଣ୍ଟରେ ରାଜୀବ ଗାନ୍ଧି ୟୁନିଭର୍ସିଟି ଅଫ୍ ହେଲଥ୍ ସାଇନ୍ସର ଦାମିନୀ ଗୌଡା ସ୍ୱର୍ଣ୍ଣ, ୪ଗୁଣା ୨୦୦ ମିଟର୍ ଫ୍ରିଷ୍ଟାଇଲ୍ ରିଲେରେ ଜୈନ୍ ବିଶ୍ୱବିଦ୍ୟାଳୟ ସ୍ୱର୍ଣ୍ଣ ପଦକ ହାସଲ କରିଛି।

ବାସ୍କେଟବଲ୍ (ମହିଳା): ଚେନ୍ନାଇର ହିନ୍ଦୁସ୍ତାନ ବିଶ୍ୱବିଦ୍ୟାଳୟ ୭୩-୫୫ ପଏଣ୍ଟରେ ମାଡ୍ରାସ୍ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଥିବା ବେଳେ ଗୁରୁ ନାନକ ବିଶ୍ୱବିଦ୍ୟାଳୟ ୧୦୨-୮୨ ପଏଣ୍ଟରେ ଲକ୍ଷ୍ମୀବାଇ ନ୍ୟାଶନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଫିଜିକାଲ୍ ଏଜୁକେଶନ୍ ଗ୍ୱାଲିଅରକୁ, ହରିୟାଣାର କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟ ୬୭-୩୭ ପଏଣ୍ଟରେ ପଞ୍ଜାବ ବିଶ୍ୱବିଦ୍ୟାଳୟକୁ, ନୂଆଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ୬୩-୬୨ ପଏଣ୍ଟରେ ଗ୍ୱାଲଅରର ଆଟିଏମ୍ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଛି। ସେହିପରି ପୁରୁଷ ବାସ୍କେଟବଲ୍ ଇଭେଣ୍ଟରେ ଆଜି ଖେଳାଯାଇଥିବା ମ୍ୟାଚରେ ମୁମ୍ବାଇ ବିଶ୍ୱବିଦ୍ୟାଳୟ ୮୬-୮୫ରେ ଜୈନ୍ ବିଶ୍ୱବିଦ୍ୟାଳୟକୁ ହରାଇଛି।

ଭଲିବଲ୍‌: ମହିଳା ଇଭେଣ୍ଟରେ ଏଚପି ବିଶ୍ୱବିଦ୍ୟାଳୟ ୩-୨ (୨୧-୨୫, ୨୮-୨୬, ୨୨-୨୫, ୨୫-୧୩, ୧୫-୧୧) ପଏଣ୍ଟରେ ଏସଆରଏମକୁ ପରାସ୍ତ କରିଥିବା ବେଳେ ପୁରୁଷ ବର୍ଗରେ ଏସଆରଏମ୍ ବିଶ୍ୱବିଦ୍ୟାଳୟ ୩-୨ (୨୨-୨୫, ୨୫-୨୭, ୨୫-୧୬, ୩୧-୧୯, ୧୫-୧୦)ରେ ହରାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos