ବଡିବିଲଡର ଜନ୍ମେଜୟଙ୍କୁ ଜିମ୍ ବାରଣ ନେଇ ବିବାଦ

ଭୁବନେଶ୍ୱର: ପ୍ରତିଭାବାନ ବଡିବିଲଡର ଜନ୍ମେଜୟ ମହାନ୍ତିଙ୍କୁ କୌଣସି କାରଣ ନ ଦର୍ଶାଇ ରାଜ୍ୟ ଆମେଚର ବଡିବିଲ୍‌ଡିଂ ସଂଘ ବରଖାସ୍ତ କରିଥିବା ଓ ସଂଘର ସଂପାଦକ ତଥା ପୁରୁଣା ଭୁବନେଶ୍ୱର ବଉଳଗଡ଼ ଜିମ୍‌ର ଇନ୍‌ଚାର୍ଜ ପ୍ରସନ୍ନ ମହାସୁଆର ଭୁବନେଶ୍ୱର ମହାନଗର ଜିମ୍‌କୁ ଆସିବାକୁ ତାଙ୍କୁ ମନା କରିଥିବା ନେଇ ଅଭିଯୋଗ ହୋଇଛି। ଜନ୍ମେଜୟ ଅଭିଯୋଗ କରିଛନ୍ତି,“ମୁଁ ମାସେ ହେଲାଣି ଅଭ୍ୟାସ କରିପାରୁ ନାହିଁ। ସେମାନେ ମୋତେ ଜିମ୍‌ରେ ପ୍ରବେଶ କରିବାକୁ ଅନୁମତି ଦେଉ ନାହାନ୍ତି। ସେମାନେ କହୁଛନ୍ତି ଆମକୁ […]

janmejaya

janmejaya

Rakesh Mallick
  • Published: Monday, 30 May 2016
  • Updated: 30 May 2016, 03:19 PM IST

Sports

Latest News

janmejayaଭୁବନେଶ୍ୱର: ପ୍ରତିଭାବାନ ବଡିବିଲଡର ଜନ୍ମେଜୟ ମହାନ୍ତିଙ୍କୁ କୌଣସି କାରଣ ନ ଦର୍ଶାଇ ରାଜ୍ୟ ଆମେଚର ବଡିବିଲ୍‌ଡିଂ ସଂଘ ବରଖାସ୍ତ କରିଥିବା ଓ ସଂଘର ସଂପାଦକ ତଥା ପୁରୁଣା ଭୁବନେଶ୍ୱର ବଉଳଗଡ଼ ଜିମ୍‌ର ଇନ୍‌ଚାର୍ଜ ପ୍ରସନ୍ନ ମହାସୁଆର ଭୁବନେଶ୍ୱର ମହାନଗର ଜିମ୍‌କୁ ଆସିବାକୁ ତାଙ୍କୁ ମନା କରିଥିବା ନେଇ ଅଭିଯୋଗ ହୋଇଛି।

ଜନ୍ମେଜୟ ଅଭିଯୋଗ କରିଛନ୍ତି,“ମୁଁ ମାସେ ହେଲାଣି ଅଭ୍ୟାସ କରିପାରୁ ନାହିଁ। ସେମାନେ ମୋତେ ଜିମ୍‌ରେ ପ୍ରବେଶ କରିବାକୁ ଅନୁମତି ଦେଉ ନାହାନ୍ତି। ସେମାନେ କହୁଛନ୍ତି ଆମକୁ ନ ଜଣାଇ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଉଛୁ ତେଣୁ ତୋତେ ଜିମ୍‌କୁ ଆସିବାକୁ ଦିଆଯିବନି।”

ଅନ୍ୟପକ୍ଷରେ ତାଙ୍କ ଅଭିଯୋଗକୁ ଖଣ୍ଡନ କରି ଓଡ଼ିଶା ଆମେଚର ବଡିବିଲ୍‌ଡିଂ ସଂଘର ସମ୍ପାଦକ ପ୍ରସନ୍ନ ମହାସୁଆର କହିଛନ୍ତି,“ସେ ଦୁଇ ମାସ ହେଲାଣି ଜିମ୍‌ରେ ଅନୁପସ୍ଥିତ ଅଛନ୍ତି। କୋଚ୍‌ଙ୍କୁ ନଜଣାଇ ଅନୁପସ୍ଥିତ ରହୁଛନ୍ତି। ବିଶୃଙ୍ଖଳିତ ଆଚରଣ କରୁଛନ୍ତି। ଆମେ କୌଣସି ପ୍ରତିଯୋଗିତାକୁ ପଠାଇଲେ ସେ ଯାଉ ନାହାନ୍ତି। ପୁଣି ଯେହେତୁ ଦୁଇ ମାସ ହେଲାଣି ସେ ଜିମ୍‌କୁ ଆସୁ ନ ଥିଲେ ଆମେ ଭାବିଲୁ ସେ ଅନ୍ୟ କେଉଁଠି ଯାଇ ଅଭ୍ୟାସ କରୁଥିବେ।”

ଜିମ୍‌ରେ ଅଭ୍ୟାସ କରିବାକୁ ଅନୁମତି ଦିଆଯାଉ ନ ଥିବା ନେଇ ଜନ୍ମେଜୟ ଲିଖିତ ଭାବେ ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନାଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ମେୟର କହିଛନ୍ତି,“ସେ ଆଗରୁ ଜିମ୍ ଯାଉଥିଲେ। ଏବେ ଏମିତି ସ୍ଥିତି କାହିଁକି ଉପୁଜିଛି ସେ ନେଇ  କୋଚ୍‌ଙ୍କ ସହିତ ଆଲୋଚନା କରାଯିବ। ଏନେଇ ଥିବା କମିଟି ସହିତ ଆଲୋଚନା କରାଯାଇ ସମସ୍ୟାର ସମାଧାନ କରାଯିବ।”

କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି,“ଏନେଇ ମୋ ପାଖକୁ କୌଣସି ଅଭିଯୋଗ ଆସିନାହିଁ। ଅଭିଯୋଗ ଆସିଲେ ବିଚାର କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos