ଖୁସି ଖବର ଦେଲେ ବ୍ୟାଡମିଣ୍ଟନ ଷ୍ଟାର୍‌ ଜ୍ୱାଲା

ନୂଆଦିଲ୍ଲୀ: ଦୀର୍ଘ ଦିନ ପରେ ଖୁସି ଖବର ଜଣାଇଲେ ବ୍ୟାଡମିଣ୍ଟନ ଷ୍ଟାର ଜ୍ୱାଲା ଗୁଟ୍ଟା।  ସେ ନିଜ ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ନିଜ ପ୍ରଶଂସକଙ୍କୁ ଖୁସି ଖବର ଜଣାଇଛନ୍ତି। ଖୁବଶୀଘ୍ର ତାଙ୍କର ବାଜିବ ସାହାନାଇ। ପୁଣି ହାତକୁ ଦି ହାତ ହେବେ ଏହି ବ୍ୟାଡମିଣ୍ଟନ ଷ୍ଟାର୍‌। ଆସନ୍ତା ୨୨ ତାରିଖରେ ଭାବି ସ୍ୱାମୀ ବିଷ୍ଣୁ ବିଶାଲଙ୍କୁ ବିବାହ କରିବେ ଜ୍ୱାଲା। ଏନେଇ ସେ ନିଜେ ଏହି ସୂଚନା ଦେଇଛନ୍ତି।

Jwala Wedding Date Out
ଜ୍ୱାଲା ତାଙ୍କ ବିବାହ ତାରିଖ ଘୋଷଣା କରିଛନ୍ତି।

ତେବେ କରୋନା ଗାଇଡଲାଇନ୍‌ ଅନୁଯାୟୀ ତାଙ୍କର ଏହି ବିବାହ ଅନୁଷ୍ଠିତ ହେବ। ତାଙ୍କ ବିବାହରେ କେବଳ ତାଙ୍କ ନିକଟ ସମ୍ପର୍କୀୟ ଲୋକମାନେ ହିଁ ସାମିଲ ହେବେ ବୋଲି ସେ କହିଛନ୍ତି। ଜ୍ୱାଲା ତାଙ୍କ ପ୍ରଶଂସକଙ୍କୁ ବିବାହର ଖୁସି ଖବର ଜଣାଇବା ସହ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ମଧ୍ୟ ସେଆର କରିଛନ୍ତି। ଏହି ଫଟୋରେ ତାଙ୍କ ବିବାହ ସହ ଜଡିତ ସମସ୍ତ କାର୍ଯ୍ୟକ୍ରମର ସୂଚୀ ରହିଛି। ବ୍ୟାଡମିଣ୍ଟନ ଷ୍ଟାର ଜ୍ୱାଲାଙ୍କ ବିବାହ ଖବର ସାମ୍ନାକୁ ଆସିବା ପରେ ଏବେ ତାଙ୍କ ପାଖକୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି।

ସୂଚନାଯୋଗ୍ୟ ଯେ, ଜ୍ୱାଲା ଗୁଟ୍ଟା ଓ ବିଷ୍ଣୁ ବିଶାଲ ଦୀର୍ଘ ଦିନ ହେବ ପରସ୍ପରକୁ ଡେଟ୍‌ କରୁଥିଲେ। ଗତ ବର୍ଷ ସେପ୍ଟେମ୍ବର ମାସରେ ଜ୍ୱାଳା ଏବଂ ବିଷ୍ଣୁଙ୍କ ନିର୍ବନ୍ଧ ହୋଇଥିଲା।

ଜ୍ୱାଳାଙ୍କ ଏହା ହେଉଛି ଦ୍ୱିତୀୟ ବିବାହ। ୨୦୦୫ରେ ସେ ବ୍ୟାଡମିଣ୍ଟନ ଖେଳାଳି ଚେତନ ଆନନ୍ଦଙ୍କ ପ୍ରଥମଥର ପାଇଁ ବିବାହ କରିଥିଲେ। ଏହାପରେ ୨୦୧୧ରେ ଦୁହେଁ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ସେହିପରି ତାମିଲ ଅଭିନେତା ବିଷ୍ଣୁ ବିଶାଲଙ୍କ ମଧ୍ୟ ଏହା ଦ୍ୱିତୀୟ ବିବାହ। ତାଙ୍କ ପଥମ ପତ୍ନୀଙ୍କ ନାଁ ରଜନୀ ନଟରଜ, ତାଙ୍କର ଗୋଟିଏ ପୁଅ ମଧ୍ୟ ଥିବା ସୂଚନା ରହିଛି।

 

View this post on Instagram

 

A post shared by Jwala Gutta (@jwalagutta1)

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।