ଭୁବନେଶ୍ୱର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଭାରତ-ଜାପାନ ୪ ଟିକିଆ ହକି ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଆଜି ଖେଳାଯିବ। ସନ୍ଧ୍ୟା ୭ଟାରେ ଖେଳାଯିବ ଏହି ମ୍ୟାଚ୍। ଏହି ମ୍ୟାଚରେ ଭାରତ ଭଲ ପ୍ରଦର୍ଶନ କରିବାକୁ ଆଶା ରଖିଛି । ମେ’ ୩ ତାରିଖରେ ଖେଳା ଯାଇଥିବା ପ୍ରଥମ ମ୍ୟାଚରେ ହୋଇଥିବା ଭୁଲଗୁଡ଼ିକୁ ଭିଡିଓ ଆନାଲିସିସ୍ କରି ଡିଫେନ୍ସ, ଫରୱାର୍ଡ ଓ ପାସିଂ ଉପରେ ଗୁରୁତ୍ୱ ଦେଇଛି ଟିମ୍ ଇଣ୍ଡିଆ। ସେପଟେ ଜାପାନ ମଧ୍ୟ ଟିମ୍ ଇଣ୍ଡିଆର ରଣକୌଶଳକୁ ପରାହତ କରି ଜିତ୍ ହାସଲ କରିବାକୁ ଚେଷ୍ଟା କରିବ। ଆଜିର ମ୍ୟାଚ୍ ପୂର୍ବରୁ ଉଭୟ ଦଳ କଳିଙ୍ଗ ଷ୍ଟାଡିୟମରେ ସୋମବାର ଦୁଇ ଘଣ୍ଟା ଲେଖାଏଁ ଅଭ୍ୟାସ କରିଥିଲେ।
ପ୍ରଥମ ମ୍ୟାଚରେ ଭାରତ ଓ ଜାପାନ ୧-୧ ଗୋଲରେ ଅମୀମାଂସିତ ରହିଥିଲା।
ଏହି ସିରିଜର ତୃତୀୟ ଓ ଚତୁର୍ଥ ମ୍ୟାଚ୍ ଆସନ୍ତା ୭ ଓ ୯ ତାରିଖରେ ଅନୁଷ୍ଠିତ ହେବ। କଳିଙ୍ଗ ଷ୍ଟାଡିୟମରେ ଏହି ମ୍ୟାଚଗୁଡ଼ିକ ଦେଖିବା ପାଇଁ ଏଣ୍ଟ୍ରି ଫି ରଖାଯାଇ ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
କେତେ ସଫଳ ହେବ ବିଜେପି-ଏଆଇଏଡିଏମକେ ମେଣ୍ଟ?
ଉଭୟ ଦଳ ମେଣ୍ଟ କରି କ’ଣ ପାଇବାକୁ ଓ କ’ଣ ପ୍ରମାଣିତ କରିବାକୁ ଚାହୁଁଛନ୍ତି?

National
ତହବୁର ରାଣା: ପାକ୍ ଆର୍ମି ପୋଷାକ ପ୍ରତି ପ୍ରେମ ଓ ଆଇଏସଆଇ ସହ ବୈଠକ
କଡ଼ା ସୁରକ୍ଷା ବଳୟ ଓ ୨୪ ଘଣ୍ଟିଆ ସର୍ଭେଲାନ୍ସ ମଧ୍ୟରେ ରାଣାକୁ ଘନଘନ ଜେରା କରାଯାଉଛି।
Health
ଭାରତୀୟଙ୍କଠାରେ ଭିଟାମିନ ଡି’ର ଘୋର ଅଭାବ
ICRIER ଦେଇଥିବା ଏହି ରିପୋର୍ଟର ଶୀର୍ଷକ ରହିଛି ‘ରୋଡ୍ମ୍ୟାପ୍ ଟୁ ଆଡ୍ରେସ ଭିଟାମିନ୍ ଡି ଡେଫିସିଏନ୍ସୀ ଇନ୍ ଇଣ୍ଡିଆ’। ଏହି ରିପୋର୍ଟ ଅନୁଯାୟୀ, ଭାରତରେ ସବୁ ବର୍ଗର ଓ ବୃତ୍ତିର ଲୋକଙ୍କଠାରେ ଭିଟାମିନ ଡି’ର ଅଭାବ ଦେଖାଯାଇଛି।

National
ତହବୁର ରାଣାକୁ ଏନଆଇଏ କରୁଛି ଜେରା: ରହସ୍ୟମୟ ‘ଦୁବାଇ ବ୍ୟକ୍ତି’ କିଏ?
ମୁମ୍ବାଇ ୨୬/୧୧ ହମଲା ପୂର୍ବରୁ ରାଣା ଜଣେ ରହସ୍ୟମୟ ବ୍ୟକ୍ତିକୁ ଦୁବାଇରେ ଭେଟିଥିଲା।