ଆଘାତ ଯୋଗୁଁ କାଶ୍ୟପଙ୍କ ଅଲିମ୍ପିକ୍‌ ଆଶା ମଉଳିଲା

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସ୍ୱର୍ଣ୍ଣ ବିଜେତା ପି.କାଶ୍ୟପଙ୍କ ଅଲିମ୍ପିକ୍‌ ଆଶା ମଙ୍ଗଳବାର ମଉଳିଯାଇଛି। ଆଣ୍ଠୁରେ ଆଘାତ କାରଣରୁ ଚଳିତ ମାସରେ ଅଲିମ୍ପିକର ଯୋଗ୍ୟତା ଅର୍ଜନ ପାଇଁ ହେବାକୁ ଥିବା ମାଲେସିଆ ସୁପର ସିରିଜ୍‌ ପ୍ରିମିୟର ଓ ସିଙ୍ଗାପୁର ଓପନ୍‌ରୁ ସେ ଓହରି ଯାଇଛନ୍ତି। ସେ କହିଛନ୍ତି,“ଚଳିତ ମାସ ସାରା ମୁଁ କୌଣସି ଟୁର୍ଣ୍ଣାମେଣ୍ଟ ଖେଳିପାରିବି ନାହିଁ। ଆଣ୍ଠୁରେ ଗଭୀର କ୍ଷତ ଯୋଗୁଁ ମୋ ଖେଳିବା ନେଇ ଆଶଙ୍କା ଦେଖାଯାଇଛି। ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପୂର୍ବରୁ ମୋ ଆଣ୍ଠୁର […]

p.kasyap

p.kasyap

Rakesh Mallick
  • Published: Tuesday, 05 April 2016
  • Updated: 05 April 2016, 12:44 PM IST

Sports

Latest News

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସ୍ୱର୍ଣ୍ଣ ବିଜେତା ପି.କାଶ୍ୟପଙ୍କ ଅଲିମ୍ପିକ୍‌ ଆଶା ମଙ୍ଗଳବାର ମଉଳିଯାଇଛି। ଆଣ୍ଠୁରେ ଆଘାତ କାରଣରୁ ଚଳିତ ମାସରେ ଅଲିମ୍ପିକର ଯୋଗ୍ୟତା ଅର୍ଜନ ପାଇଁ ହେବାକୁ ଥିବା ମାଲେସିଆ ସୁପର ସିରିଜ୍‌ ପ୍ରିମିୟର ଓ ସିଙ୍ଗାପୁର ଓପନ୍‌ରୁ ସେ ଓହରି ଯାଇଛନ୍ତି।

ସେ କହିଛନ୍ତି,“ଚଳିତ ମାସ ସାରା ମୁଁ କୌଣସି ଟୁର୍ଣ୍ଣାମେଣ୍ଟ ଖେଳିପାରିବି ନାହିଁ। ଆଣ୍ଠୁରେ ଗଭୀର କ୍ଷତ ଯୋଗୁଁ ମୋ ଖେଳିବା ନେଇ ଆଶଙ୍କା ଦେଖାଯାଇଛି। ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପୂର୍ବରୁ ମୋ ଆଣ୍ଠୁର ଚିକିତ୍ସା କରେଇବାକୁ ପ୍ରାଥମିକତା ଦେବି। ଫିଜିସିଆନ୍‌ ୨ ସପ୍ତାହ ମଧ୍ୟରେ ଆଣ୍ଠୁ ଆଘାତର ନିରାକରଣ ପାଇଁ କହିଥିଲେ ମଧ୍ୟ ଏହା ସମ୍ଭବ ହୋଇପାରୁ ନାହିଁ।”

ବିଶ୍ୱ ମାନ୍ୟତାରେ ୧୭ଶ ସ୍ଥାନରେ ଥିବା କାଶ୍ୟପ ଶ୍ରେଷ୍ଠ ୧୬ ଜଣଙ୍କ ମଧ୍ୟରେ ଥିଲେ ଅଲିମ୍ପିକ୍‌ରେ ଖେଳିବାକୁ ସୁଯୋଗ ପାଇଥାନ୍ତେ, କିନ୍ତୁ ଆଘାତ ଯୋଗୁଁ ଏହା ସମ୍ଭବପର ହୋଇପାରିଲା ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos