ଫାଇନାଲ ପୂର୍ବରୁ ଟିମ୍ ଇଣ୍ଡିଆର ରଣନୀତି ପଚାରିଲେ ପ୍ରସିଦ୍ଧ ଗାୟିକା ପେରୀ
ମେଲବର୍ଣ୍ଣ: ଗ୍ଲୋବାଲ ମ୍ୟୁଜିକ ଆଇକନ କେଟୀ ପେରୀ ଆସନ୍ତାକାଲିର ମହିଳା ଟି-୨୦ ବିଶ୍ୱକପ ପାଇଁ ମେଲବର୍ଣ୍ଣରେ ପହଞ୍ଚି ଯାଇଛନ୍ତି। ଆସନ୍ତାକାଲିର ଫାଇନାଲ ଲଢ଼େଇ ପୂର୍ବରୁ ପେରୀ ହିଁ ଷ୍ଟାଡିୟମରେ ସଂଗୀତ ପରିବେଷଣ କରିବେ। ତେବେ ଏହା ପୂର୍ବରୁ ଆଜି ପେରୀ ମେଲବର୍ଣ୍ଣରେ ଅଭ୍ୟାସ କରୁଥିବା ଭାରତୀୟ ମହିଳା ଟିମ୍ ସହ ଆଲୋଚନା କରିଛନ୍ତି।
ଏଥିସହ ମଧ୍ୟକ୍ରମ ବ୍ୟାଟସଓମ୍ୟାନ ଜେମିମା ରୋଡ୍ରିଗ୍ସଙ୍କ ସହ ଥଟାମଜା ମଧ୍ୟ କରିଛନ୍ତି। କେବଳ ଟିମ୍ ଇଣ୍ଡିଆର ଖେଳାଳି ନୁହନ୍ତି, ଘରୋଇ ଅଷ୍ଟ୍ରେଲିଆ ଖେଳାଳିଙ୍କ ସହ ମଧ୍ୟ ପେରୀ ଦୀର୍ଘ ସମୟ ଧରି କଥାବାର୍ତ୍ତା କରିଥିଲେ। ଏହି ସମୟରେ ଅଷ୍ଟ୍ରେଲୀୟ କ୍ରିକେଟର ଏଲିସ ପେରୀ ଗାୟିକା କେଟୀ ପେରୀଙ୍କୁ ସ୍ୱତନ୍ତ୍ର ଟି-୨୦ ଶାର୍ଟ ମଧ୍ୟ ଦେଇଛନ୍ତି।
Not even @katyperry is allowed to know the India team for tomorrow 😂 #T20WorldCup | #FILLTHEMCG pic.twitter.com/b3RQyJG5Wz
— T20 World Cup (@T20WorldCup) March 7, 2020
ହରମନପ୍ରୀତ କୌରଙ୍କ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇବା ବେଳେ ପେରୀ ଦଳର କମ୍ବିନେସନ କଥା ମଧ୍ୟ ପଚାରି ଥିଲେ। ଏହି ସମୟରେ ଭେଦା କ୍ରିଷ୍ଣମୂର୍ତ୍ତି କହିଥିଲେ ଯେ ରବିବାର ଫାଇନାଲ ପାଇଁ ଆମେ କେବେ ହେଲେ ଆମର ଚୂଡ଼ାନ୍ତ ଏକାଦଶ କାହାକୁ କହିବୁ ନାହିଁ।
ଏହା ସୋଶାଲ ମିଡିଆରେ ଭାଇରଲ ହେବା ପରେ ଜେମିମା ବେଶ ଚମତ୍କାର ଢଙ୍ଗରେ ପେରୀଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, “ଆପଣ ମୋତେ କଲ କରନ୍ତୁ, ମୁଁ ଏହାର ଉତ୍ତର ଦେବି।”
A Perry, Perry good photo 😜 #T20WorldCup | #FILLTHEMCG pic.twitter.com/YhBnZmWqvR
— T20 World Cup (@T20WorldCup) March 7, 2020
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।