ଲାବୁଶେନଙ୍କ ଦ୍ୱିଶତକ: ଅଷ୍ଟ୍ରେଲିଆ ୪୫୪

ସିଡନୀ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଯାକ ଟେଷ୍ଟ ଜିତିଥିବା ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟରେ ମଧ୍ୟ ନିଜର ଦବଦବା ଦେଖାଇଛି। ଅଷ୍ଟ୍ରେଲିଆର ମଧ୍ୟକ୍ରମ ଯୁବ ବ୍ୟାଟସମ୍ୟାନ ମାର୍ନସ ଲାବୁଶେନଙ୍କ ଦମଦାର ଦୁଇ ଶତକ ବଳରେ ଅଷ୍ଟ୍ରେଲିଆ ତା’ର ପ୍ରଥମ ଇନିଂସ୍‌ରେ ୪୫୪ ରନ କରି ଅଲଆଉଟ ହୋଇଯାଇଛି। ଏହାର ଜବାବରେ ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ବିନା କୌଣସି ୱିକେଟ ହରାଇ ୬୩ ରନ କରିଛି। ଓପନର ଟମ ଲାଥମ(୨୬) ଓ ଟମ ବ୍ଲୁନଣ୍ଡେଲ […]

vf

vf

Hemant Lenka
  • Published: Saturday, 04 January 2020
  • Updated: 04 January 2020, 05:47 PM IST

Sports

Latest News

ସିଡନୀ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଯାକ ଟେଷ୍ଟ ଜିତିଥିବା ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟରେ ମଧ୍ୟ ନିଜର ଦବଦବା ଦେଖାଇଛି। ଅଷ୍ଟ୍ରେଲିଆର ମଧ୍ୟକ୍ରମ ଯୁବ ବ୍ୟାଟସମ୍ୟାନ ମାର୍ନସ ଲାବୁଶେନଙ୍କ ଦମଦାର ଦୁଇ ଶତକ ବଳରେ ଅଷ୍ଟ୍ରେଲିଆ ତା’ର ପ୍ରଥମ ଇନିଂସ୍‌ରେ ୪୫୪ ରନ କରି ଅଲଆଉଟ ହୋଇଯାଇଛି।

ଏହାର ଜବାବରେ ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ବିନା କୌଣସି ୱିକେଟ ହରାଇ ୬୩ ରନ କରିଛି। ଓପନର ଟମ ଲାଥମ(୨୬) ଓ ଟମ ବ୍ଲୁନଣ୍ଡେଲ ୩୪ ରନ୍‌ କରି ଅପରାଜିତ ରହିଛନ୍ତି।

ପ୍ରଥମ ଦିନର ସ୍କୋର ୨୮୩/୩ରୁ ଆଜି ଅଷ୍ଟ୍ରେଲିଆ ବ୍ୟାଟିଂ ଆରମ୍ଭ କରିଥିଲା। ଦୁଇ ଅପରାଜିତ ବ୍ୟାଟସମ୍ୟାନ ଲାବୁଶେନ(୧୩୦) ଓ ମାଥ୍ୟୁ ୱେଡ(୨୨) ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ତେବେ ୱେଡ ଆଜିର ପ୍ରଥମ ବ୍ୟାଟସମ୍ୟାନ ଭାବେ ସେହି ୨୨ ରନ କରି ଆଉଟ ହୋଇଥିଲେ। ଟ୍ରାଭିସ ହେଡ ବି ୧୦ ରନ କରିବାକୁ ସକ୍ଷମ ହୋଇଥିଲେ।

୬ଷ୍ଠ ୱିକେଟ ପାଇଁ ଅଧିନାୟକ ଟିମ୍ ପେନ୍ ଓ ଲାବୁଶେନ ସ୍ଥିତି ସମ୍ଭାଳିବା ସହ ଦଳୀୟ ସ୍କୋର ୩୩୧ରୁ ନେଇ ୪୧୦ରେ ପହଞ୍ଚାଇଥିଲେ। ଏହି ସମୟରେ ୩୫ ରନ୍‌ କରି ପେନ୍‌ ଆଉଟ ହୋଇଥିଲେ। ଲାବୁଶେନ କିନ୍ତୁ ଗୋଟିଏ ପଟେ ଛିଡ଼ା ହୋଇ ନିଜ ଟେଷ୍ଟ କ୍ୟାରିୟରରେ ଆଉ ଏକ ଦ୍ୱିଶତକ ହାସଲ କରିଥିଲେ।

ଶେଷରେ ୨୧୫ ରନ୍‌ କରିଥିବା ଲାବୁଶେନଙ୍କ ୱିକେଟ ଟୋଡ ଆଷ୍ଟେଲ ନେଇ ଅଷ୍ଟ୍ରେଲିଆକୁ ସବୁଠାରୁ ବଡ଼ ଝଟକା ଦେଇଥିଲେ। ଶେଷ ଭାଗରେ ମିଚେଲ ଷ୍ଟାର୍କ ଦ୍ରୁତ ୨୨ ରନ୍ କରିବାରୁ ଅଷ୍ଟ୍ରେଲିଆ ୪୫୪ କରିବାକୁ ସକ୍ଷମ ହୋଇଥିଲା।

ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ କଲିନ ଡି ଗ୍ରାଣ୍ଡହୋମ ଓ ନେଇଲ ୱାଗନର ୩ଟି ଲେଖାଏ ୱିକେଟ ନେଇଥିବା ବେଳେ ଟୋଡ ଆଷ୍ଟେଲ ୨ଟି ଓ ମ୍ୟାଟ ହେନରୀ ଏବଂ ୱିଲିୟମ ସୋମରେଭିଲ୍ଲେ ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି।

ପ୍ରଥମ ଦୁଇଟି ଟେଷ୍ଟ ହାରିଥିବାରୁ ନ୍ୟୁଜିଲ୍ୟାଣ୍ଡ ତୃତୀୟ ଟେଷ୍ଟର ପ୍ରଥମ ପାଳି ବେଶ ସତର୍କତାର ସହ ଆରମ୍ଭ କରିଛି। ଦୁଇ ଓପନର ସତର୍କତା ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୬୩ ରନ୍‌ରେ ପହଞ୍ଚାଇଛନ୍ତି। ସେହିପରି ଅଷ୍ଟ୍ରେଲିଆ ବୋଲରଙ୍କୁ ଦ୍ୱିତୀୟ ଦିନରେ କୌଣସି କ୍ଷତି ଘଟାଇବାକୁ ଦେଇନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story