ରିଓ ଅଲିମ୍ପିକ୍‌: ବ୍ୟକ୍ତିଗତ ପ୍ରତିଯୋଗିତାରୁ ଭାରତୀୟ ତୀରନ୍ଦାଜ ଲକ୍ଷ୍ମୀରାଣୀ ବିଦା

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ର ମହିଳା ବ୍ୟକ୍ତିଗତ ପ୍ରତିଯୋଗିତାରେ ସ୍ଲୋଭାକିଆର ଆଲେକ୍‌ଜାଣ୍ଡ୍ରା ଲଙ୍ଗନୋଭାଙ୍କଠାରୁ ୧୦୧-୧୦୮ରେ ହାରି ବିଦାୟ ନେଇଛନ୍ତି ଭାରତୀୟ ତୀରନ୍ଦାଜ ଲକ୍ଷ୍ମୀରାଣୀ ମାଝି।

ଆରମ୍ଭରୁ ଭଲ ଆରମ୍ଭ କରିଥିଲେ ମଧ୍ୟ ଶେଷରେ ସେ ଭଲ ପ୍ରଦର୍ଶନ କରି ପାରି ନ ଥିଲେ। ସେ ଚାରିଟି ରାଉଣ୍ଡରେ ୨୫-୨୭,୨୬-୨୮,୨୬-୨୬ ଓ ୨୪-୨୭ ସ୍କୋର କରିଥିଲେ।