ନିଜ ନିଷ୍ପତ୍ତି ନିଜେ ନେବାକୁ କୋଚ୍‌ କୁମ୍ବଲେ ପରାମର୍ଶ ଦେଉଛନ୍ତି: ଲୋକେଶ

ବେଙ୍ଗାଲୁରୁ: “ଭାରତୀୟ ଜାତୀୟ ଟିମ୍‌କୁ ଶକ୍ତିଶାଳୀ କରିବା ପାଇଁ ନବନିଯୁକ୍ତ କୋଚ୍‌ ଆମକୁ ଆମ ନିଷ୍ପତ୍ତି ନେବାକୁ ପରାମର୍ଶ ଦେଇଛନ୍ତି।” ଶୁକ୍ରବାର ଏହା କହିଛନ୍ତି ଲୋକେଶ ରାହୁଲ।  ଆସନ୍ତା ମାସରେ ୪ ଟିକିଆ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ୍‌ ଗସ୍ତ ସମୟରେ ଦଳରେ ରାହୁଲ ସ୍ଥାନ ପାଇଛନ୍ତି। ଏଥିପାଇଁ ସେ କୁମ୍ବଲେଙ୍କ ତତ୍ତ୍ୱାବଧାନରେ ଜାତୀୟ କ୍ରିକେଟ ଏକାଡେମୀରେ ପ୍ରଶିକ୍ଷଣ ନେଉଛନ୍ତି। ସେ କହିଛନ୍ତି,“ଆମେ ତାଙ୍କ ସହ ବହୁ ସମୟ ଧରି ବିଭିନ୍ନ ବିଷୟ ନେଇ ଆଲୋଚନା କରିଛୁ। […]

lokesh-rahul-ranji-triple-ton

lokesh-rahul-ranji-triple-ton

Rakesh Mallick
  • Published: Friday, 01 July 2016
  • Updated: 01 July 2016, 06:34 PM IST

Sports

Latest News

ବେଙ୍ଗାଲୁରୁ: “ଭାରତୀୟ ଜାତୀୟ ଟିମ୍‌କୁ ଶକ୍ତିଶାଳୀ କରିବା ପାଇଁ ନବନିଯୁକ୍ତ କୋଚ୍‌ ଆମକୁ ଆମ ନିଷ୍ପତ୍ତି ନେବାକୁ ପରାମର୍ଶ ଦେଇଛନ୍ତି।”

ଶୁକ୍ରବାର ଏହା କହିଛନ୍ତି ଲୋକେଶ ରାହୁଲ।  ଆସନ୍ତା ମାସରେ ୪ ଟିକିଆ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ୍‌ ଗସ୍ତ ସମୟରେ ଦଳରେ ରାହୁଲ ସ୍ଥାନ ପାଇଛନ୍ତି। ଏଥିପାଇଁ ସେ କୁମ୍ବଲେଙ୍କ ତତ୍ତ୍ୱାବଧାନରେ ଜାତୀୟ କ୍ରିକେଟ ଏକାଡେମୀରେ ପ୍ରଶିକ୍ଷଣ ନେଉଛନ୍ତି।

ସେ କହିଛନ୍ତି,“ଆମେ ତାଙ୍କ ସହ ବହୁ ସମୟ ଧରି ବିଭିନ୍ନ ବିଷୟ ନେଇ ଆଲୋଚନା କରିଛୁ। ସେ ଆମକୁ ନିଜ ନିଷ୍ପତ୍ତି ନିଜେ ନେବାକୁ ପରାମର୍ଶ ଦେଲେ। ଯେତେବେଳେ ଆମେ କୌଣସି ଥିରେ ଦ୍ୱନ୍ଦ୍ୱରେ ପଡିବୁ ସେହି ସମୟରେ ଆମେ ତାଙ୍କ ମତାମତ ନେଇପାରିବୁ। ଭୁଲ ଠିକ୍‌ର ବିଚାର ମଧ୍ୟ ତାଙ୍କଠାରୁ ନେଇପାରିବୁ। ଏହା ମୋ ପରି ଯୁବ କ୍ରିକେଟରଙ୍କୁ ବେଶ୍‌ ସହାୟକ ହେବ। ଦଳର କୋଚ୍‌ ଓ ଜଣେ ମେଣ୍ଟର ଭାବେ ସେ ଦଳକୁ ଶକ୍ତିଶାଳୀ କରିବାକୁ ଚାହୁଁଛନ୍ତି। ଏଥି ନେଇ ସେ ବହୁତ ପ୍ରରଣାଦାୟୀ କ୍ରିକେଟ ଟିପ୍ସ ଦେଇଛନ୍ତି।”ରାହୁଲ ବିଗତ ୫ଟି ମ୍ୟାଚ୍‌ରେ ୨ଟି ଶତକ ସହ ୨୫୬ ରନ୍‌ କରିଛନ୍ତି। ୱେଷ୍ଟଇଣ୍ଡିଜ୍‌ ଗସ୍ତ ସମୟରେ ଏହା ବେଶ୍‌ ସହାୟକ ହେବ ବୋଲି ସେ ଆଶା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos