ମୁମ୍ବାଇ ଇଣ୍ଡିଆନ୍ସର ଷଷ୍ଠ ପରାଜୟ, ଜିତିଲା ଲକ୍ଷ୍ନୌ ସୁପର ଜିଆଣ୍ଟସ୍

ମୁମ୍ବାଇ: କ୍ରମାଗତ ଭାବେ ୬ଷ୍ଠ ପରାଜୟର ସମ୍ମୁଖୀନ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ। ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଏଭଳି ହୋଇଛି। ମୁମ୍ବାଇ କିମ୍ବା କୌଣସି ଟିମ୍‌ ଆଇପିଏଲରେ କେବେ ହେଲେ କ୍ରମାଗତ ୬ଟି ମ୍ୟାଚ୍‌ ହାରି ନଥିଲେ। ହେଲେ ମୁମ୍ବାଇ ନାଁରେ ଏପରି ରେକର୍ଡ ଯୋଡ଼ି ହୋଇଯାଇଛି।  ଶନିବାର ମୁମ୍ବାଇର ବ୍ରାବୋର୍ନ୍ ଠାରେ ଖେଳା ଯାଇଥିବା ଆଇପିଏଲର ୨୬ ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରି ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ବିଜୟୀ ହୋଇଛି। ଏଥିସହ […]

mumbai-lsg

mumbai-lsg

Niranjan Mishra
  • Published: Saturday, 16 April 2022
  • Updated: 18 April 2022, 04:15 PM IST

Sports

Latest News

ମୁମ୍ବାଇ: କ୍ରମାଗତ ଭାବେ ୬ଷ୍ଠ ପରାଜୟର ସମ୍ମୁଖୀନ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ। ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଏଭଳି ହୋଇଛି। ମୁମ୍ବାଇ କିମ୍ବା କୌଣସି ଟିମ୍‌ ଆଇପିଏଲରେ କେବେ ହେଲେ କ୍ରମାଗତ ୬ଟି ମ୍ୟାଚ୍‌ ହାରି ନଥିଲେ। ହେଲେ ମୁମ୍ବାଇ ନାଁରେ ଏପରି ରେକର୍ଡ ଯୋଡ଼ି ହୋଇଯାଇଛି।  ଶନିବାର ମୁମ୍ବାଇର ବ୍ରାବୋର୍ନ୍ ଠାରେ ଖେଳା ଯାଇଥିବା ଆଇପିଏଲର ୨୬ ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରି ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ବିଜୟୀ ହୋଇଛି। ଏଥିସହ କ୍ୟାପଟେନ୍ କେଏଲ୍ ରାହୁଲଙ୍କ ଟିମ୍ ପଏଣ୍ଟ ତାଲିକାର ପୁଣି ଉପରକୁ ଚଢ଼ିଛି।

ରୋହିତ୍ ଶର୍ମା ଟସ୍ ଜିତି ବୋଲିଂ କରିବା ନିଷ୍ପତ୍ତି ପୁନଶ୍ଚ ଭୁଲ ପ୍ରମାଣିତ ହୋଇଛି। ରାହୁଲଙ୍କ ଶତକ ତାଙ୍କ ଦଳକୁ ବିଜୟୀ କରିଛି। ଏହି ଦମଦାର ଶତକରେ ୯ ଚୌକା ଓ ୫ ଛକା ଥିଲା। ମାତ୍ର ୬୦ ବଲ୍ ଖେଳି ସେ ଅପରାଜିତ ୧୦୩ ରନ୍ କରିଥିଲେ। ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ମାତ୍ର ୪ ଉଇକେଟ ହରାଇ ୧୯୯ ରନ୍ କରିଥିଲା।

ବିଜୟ ଲକ୍ଷ୍ୟ ୨୦୦ ରନର ପିଛା କରି ମୁମ୍ବାଇ ଇଣ୍ଡିଆନ୍ସ ତାର ପ୍ରମୁଖ ଦୁଇ ବ୍ୟାଟ୍ସ ମ୍ୟାନଙ୍କୁ ଶୀଘ୍ର ହରାଇ ଥିଲା। କାଏରନ ପୋଲାର୍ଡ ଶେଷ ପର୍ଯ୍ୟନ୍ତ ଲଢ଼ୁଆ ଖେଳ ପ୍ରଦର୍ଶନ କରିଥିଲେ। ହେଲେ ଟିମକୁ ପରାଜୟରୁ ମୁକାଳି ପାରି ନ ଥିଲେ। ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ପକ୍ଷରୁ ଆଭେଶ ଖାନ ୩୦ ରନ୍ ଦେଇ ୩ ୱିକେଟ୍ ନେଇଥିଲା।

 

ମୁମ୍ବାଇ ଇଣ୍ଡିଆନ୍ସ:

ଇଶାନ୍ କିଶାନ-୧୩, ରୋହିତ ଶର୍ମା-୬, ଡିୱାଲ୍ଡ ବ୍ରେଭିସ୍ ୩୧, ସୂର୍ଯ୍ୟକୁମାର ଯାଦବ-୩୭, ତିଲକ ବର୍ମା-୨୬, କିରନ୍ ପୋଲାର୍ଡ-୨୫, ଫାବିଆନ ଆଲେନ-୮, ଜୟଦେବେ ଉନାଦକତ-୧୪, ମୁରୁଗାନ ଅଶ୍ୱିନ୍ ୬; ଅତିରିକ୍ତ-୧୫: ମୋଟ ୧୮୧/୯।

ଲକ୍ଷ୍ନୌ:

କେଏଲ୍ ରାହୁଲ-୧୦୩, କ୍ବିଣ୍ଟନ ଡି କକ୍-୨୪, ମନିସ ପାଣ୍ଡେ ୩୮, ମାର୍କସ ଷ୍ଟୋଇନିସ୍ ୧୦, ଦୀପକ ହୁଡା ୧୫, କ୍ରୁନାଲ ପାଣ୍ଡ୍ୟା ୧; ଅତିରିକ୍ତ ୮: ମୋଟ ୧୯୯/୪।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos