ନ୍ୟୁୟର୍କରେ କରୋନା ପୀଡ଼ିତଙ୍କ ଚିକିତ୍ସା କରୁଛନ୍ତି ମିଲଖା ସିଂହଙ୍କ ଝିଅ

ନୂଆଦିଲ୍ଲୀ: ଭାରତର ମହାନ୍ ସ୍ପ୍ରିଣ୍ଟର୍ ମିଲଖା ସିଂହଙ୍କ ଝିଅ ମୋନା ମିଲଖା ସିଂହ ଏବଂ ପ୍ରଖ୍ୟାତ ଗଲ୍ଫର ଜିଭ୍ ମିଲଖା ସିଂହଙ୍କ ବଡ଼ ଭଉଣୀ ବର୍ତ୍ତମାନ ନ୍ୟୁୟର୍କରେ ଏକ ହସ୍ପିଟାଲରେ କରୋନା ପୀଡ଼ିତଙ୍କ ଚିକିତ୍ସାରେ ଲାଗିଛନ୍ତି। ମୋନା ନ୍ୟୁୟର୍କର ମେଟ୍ରୋପଲିଟାନ୍ ହସ୍ପିଟାଲ୍ ସେଣ୍ଟରରେ ଡାକ୍ତର ଅଛନ୍ତି। ସେ କରୋନାର ଆପାତ୍ତକାଳୀନ ରୋଗୀଙ୍କ ଚିକିତ୍ସା କରୁଛନ୍ତି। ଆମେରିକାରେ ଏପର୍ଯ୍ୟନ୍ତ କରୋନା ମହାମାରୀରେ ୪୦ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଚାରିଥରର ୟୁରୋପିଅନ୍ ଚାମ୍ପିୟନ୍ ରହିଥିବା ଜିଭ୍ କହିଛନ୍ତି, “ମୋନା […]

mona-singh

mona-singh

Ranjit Kumar Jena
  • Published: Monday, 20 April 2020
  • Updated: 20 April 2020, 09:12 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ମହାନ୍ ସ୍ପ୍ରିଣ୍ଟର୍ ମିଲଖା ସିଂହଙ୍କ ଝିଅ ମୋନା ମିଲଖା ସିଂହ ଏବଂ ପ୍ରଖ୍ୟାତ ଗଲ୍ଫର ଜିଭ୍ ମିଲଖା ସିଂହଙ୍କ ବଡ଼ ଭଉଣୀ ବର୍ତ୍ତମାନ ନ୍ୟୁୟର୍କରେ ଏକ ହସ୍ପିଟାଲରେ କରୋନା ପୀଡ଼ିତଙ୍କ ଚିକିତ୍ସାରେ ଲାଗିଛନ୍ତି। ମୋନା ନ୍ୟୁୟର୍କର ମେଟ୍ରୋପଲିଟାନ୍ ହସ୍ପିଟାଲ୍ ସେଣ୍ଟରରେ ଡାକ୍ତର ଅଛନ୍ତି। ସେ କରୋନାର ଆପାତ୍ତକାଳୀନ ରୋଗୀଙ୍କ ଚିକିତ୍ସା କରୁଛନ୍ତି। ଆମେରିକାରେ ଏପର୍ଯ୍ୟନ୍ତ କରୋନା ମହାମାରୀରେ ୪୦ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି।

ଚାରିଥରର ୟୁରୋପିଅନ୍ ଚାମ୍ପିୟନ୍ ରହିଥିବା ଜିଭ୍ କହିଛନ୍ତି, "ମୋନା ନ୍ୟୁୟର୍କର ମେଟ୍ରୋପଲିଟାନ୍ ହସ୍ପିଟାଲରେ ଆପାତ୍ତକାଳୀନ ବିଭାଗର ଡାକ୍ତର ଅଛନ୍ତି। ସେଠାରେ ସେ କରୋନା ଲକ୍ଷଣ ଥିବା ରୋଗୀଙ୍କର ଚିକିତ୍ସା କରୁଛନ୍ତି। ମୋନା ସେଠାରେ ପ୍ରଥମେ ରୋଗୀଙ୍କ ପରୀକ୍ଷା କରନ୍ତି, ଯାହା ପରେ ସେମାନଙ୍କୁ କ୍ୱାରେଣ୍ଟାଇନ୍ ପାଇଁ ସ୍ୱତନ୍ତ୍ର ୱାର୍ଡକୁ ପଠାଇ ଦିଅନ୍ତି। ସତ କହିବାକୁ ଗଲେ ତାଙ୍କ ପାଇଁ ମୁଁ ଗର୍ବିତ। ସେ ପ୍ରତିଦିନ ମାରାଥନ୍ ଭଳି ଦୌଡ଼ୁଛନ୍ତି। ସେ ସପ୍ତାହକୁ ପାଞ୍ଚଦିନ କାମ କରନ୍ତି। କେବେ ଦିନରେ ତ କେବେ ରାତିରେ ୧୨ ଘଣ୍ଟା ଲେଖାଏ କାମ କରନ୍ତି।"

ଜିଭ୍ ଆହୁରି କହିଛନ୍ତି, "ବେଳେ ବେଳେ ମୁଁ ତାଙ୍କୁ ନେଇ ଚିନ୍ତିତ ହୋଇଥାଏ। ଲୋଗଙ୍କ ଚିକିତ୍ସା କରିବା ସମୟରେ ଡାକ୍ତରଙ୍କୁ କିଛି ବି ହୋଇପାରେ। ମୋ ମା' ଏବଂ ବାପା ମଧ୍ୟ ନିୟମିତ ତାଙ୍କ ସହ କଥା ହୁଅନ୍ତି। ମୁଁ ତାଙ୍କୁ ସକାରାତ୍ମକ ରହିବା ଏବଂ ପ୍ରତିଷେଧାତ୍ମକ କ୍ଷମତା ବଢ଼ାଇବା ପାଇଁ ପ୍ରୋତ୍ସାହନ କରେ। ମୁଁ ଦେଶର ପ୍ରତି ନାଗରିକଙ୍କୁ ଅପିଲ୍ କରୁଛି ଯେ ସେମାନେ କରୋନାଭାଇରସ୍ ଲଢ଼େଇରେ ସାମିଲ୍ ଲୋକଙ୍କୁ ସମ୍ମାନ ଜଣାନ୍ତୁ। ତେଣିକି ସେ ଡାକ୍ତର ହୁଅନ୍ତୁ, ପୁଲିସ୍ କିମ୍ବା ସଫେଇକର୍ମୀ। ସେମାନଙ୍କର ସମ୍ମାନ କରିବା ଦରକାର ଏବଂ ସେମାନଙ୍କ ପ୍ରତି ଚିନ୍ତା କରିବା ଆମ କର୍ତ୍ତବ୍ୟ।" ୫୪ ବର୍ଷୀୟ ମୋନା ପଟିଆଲାରେ ଏମବିସିଏସ୍ କରିଛନ୍ତି ଏବଂ ୯୦ଦଶକରେ ଆମେରିକାରେ ଚାଲିଯାଇଥିଲେ। ସେଠାରେ ସେ ୨୦ରୁ ଅଧିକ ବର୍ଷ ଧରି କାମ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story