ଖେଳାଳିଙ୍କ ପାଇଁ ମୋଦି ସରକାରଙ୍କ ବଡ଼ ଉପହାର

ନୂଆଦିଲ୍ଲୀ: କରୋନାଭାଇରସକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ଲକଡାଉନକୁ ମେ’ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଇଛନ୍ତି। ରବିବାର ଲକଡାଉନର ଚତୁର୍ଥ ପର୍ଯ୍ୟାୟ ପାଇଁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି। ଏହି ଗାଇଡଲାଇନରେ କ୍ରୀଡ଼ାକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ନୂଆ ଗାଇଡଲାଇନ୍ ଅନୁଯାୟୀ, ଖେଳାଳିମାନଙ୍କୁ ଏବେ ପ୍ରାକ୍ଟିସ୍ କରିବା ପାଇଁ ଅନୁମତି ମିଳିଛି। ପ୍ରାୟ ୨ମାସ ଧରି ଘରେ ରହିଥିବା ଖେଳାଳିମାନେ ଏବେ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଓ ଷ୍ଟାଡିୟମରେ ପ୍ରାକ୍ଟିସ୍ […]

modi1

modi1

Ranjit Kumar Jena
  • Published: Sunday, 17 May 2020
  • Updated: 17 May 2020, 09:07 PM IST

Sports

Latest News

ନୂଆଦିଲ୍ଲୀ: କରୋନାଭାଇରସକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ଲକଡାଉନକୁ ମେ' ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଇଛନ୍ତି। ରବିବାର ଲକଡାଉନର ଚତୁର୍ଥ ପର୍ଯ୍ୟାୟ ପାଇଁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି। ଏହି ଗାଇଡଲାଇନରେ କ୍ରୀଡ଼ାକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ନୂଆ ଗାଇଡଲାଇନ୍ ଅନୁଯାୟୀ, ଖେଳାଳିମାନଙ୍କୁ ଏବେ ପ୍ରାକ୍ଟିସ୍ କରିବା ପାଇଁ ଅନୁମତି ମିଳିଛି। ପ୍ରାୟ ୨ମାସ ଧରି ଘରେ ରହିଥିବା ଖେଳାଳିମାନେ ଏବେ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଓ ଷ୍ଟାଡିୟମରେ ପ୍ରାକ୍ଟିସ୍ କରିବାକୁ ଯାଇପାରିବେ। ତେବେ ଦର୍ଶକଙ୍କୁ ଷ୍ଟାଡିୟମ ଭିତରକୁ ଯିବା ପାଇଁ ଅନୁମତି ମିଳିବ ନାହିଁ।

ଗତ ଦୁଇମାସରୁ ଅଧିକ ସମୟ ଧରି ସମସ୍ତ ପ୍ରକାର କ୍ରୀଡ଼ା ଗତିବିଧି ବନ୍ଦ ରହିଛି। ସବୁ ଖେଳାଳି ନିଜ ନିଜର ଘରେ ଲକଡାଉନର ପାଳନ କରୁଛନ୍ତି। କିନ୍ତୁ ମୋଦି ସରକାର ଖେଳାଳିଙ୍କୁ ସବୁ ନିୟମ ପାଳନ କରିବା ସହ ପ୍ରାକ୍ଟିସ୍ କରିବାକୁ ଅନୁମତି ଦେଇଛନ୍ତି। ସରକାରଙ୍କ ଏହି ପଦକ୍ଷେପ ଦ୍ବାରା ଶୀଘ୍ର କ୍ରିକେଟ୍, ଫୁଟବଲ ଓ ଅନ୍ୟ ଖେଳର ଶୁଭାରମ୍ଭ ହେବାର ଆଶା ବଢ଼ିଯାଇଛି।

କରୋନାଭାଇରସ୍ ସତ୍ତ୍ୱେ ଅନେକେ ଦେଶର ସରକାର ଖେଳାଳିଙ୍କୁ ଅଭ୍ୟାସ କରିବା ପାଇଁ ପୂର୍ବରୁ ଅନୁମତି ଦେଇସାରିଛନ୍ତି। ଏପରିକି ଜର୍ମାନୀ, ଦକ୍ଷିଣ କୋରିଆରେ ଫୁଟବଲ୍ ଲିଗ୍ ଗୁଡ଼ିକ ଆରମ୍ଭ ହୋଇଗଲାଣି। ସ୍ପେନ୍ ଓ ଇଟାଲୀରେ ମଧ୍ୟ ଖେଳାଳିମାନେ ପରବର୍ତ୍ତୀ ସିଜନ୍ ପାଇଁ ପ୍ରାକ୍ଟିସ୍ ଆରମ୍ଭ କଲେଣି। ଏବେ ଭାରତରେ ମଧ୍ୟ ଖେଳାଳିଙ୍କୁ ଷ୍ଟାଡିୟମରେ ଅଭ୍ୟାସ କରିବାକୁ ଅନୁମତି ମିଳିବ, ଯେଉଁଥିରୁ ଦେଶରେ ଖୁବଶୀଘ୍ର କ୍ରୀଡ଼ା ଗତିବିଧି ଆରମ୍ଭ ହେବା ନେଇ ସଙ୍କେତ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos