ଦମ୍ ଦେଖାଇଲେ ପାକ୍ ବ୍ୟାଟ୍ସମ୍ୟାନ୍, ଇଂଲଣ୍ଡକୁ ୩୪୯ ରନ୍‌ର ଟାର୍ଗେଟ୍

ନଟ୍ଟିଂହାମ୍: ପ୍ରଥମ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ଠାରୁ ଶୋଚନୀୟ ପରାଜୟ ପରେ ପାକିସ୍ତାନ ଚଳିତ ବିଶ୍ୱକପରେ ତା’ର ଦ୍ୱିତୀୟ ମ୍ୟାଚରେ ଦମଦାର ବ୍ୟାଟିଂ କରି ସମାଲୋଚକଙ୍କୁ କଡ଼ା ଜବାବ ଦେଇଛି। ସୋମବାର ବିଶ୍ୱକପର ଷଷ୍ଠ ମ୍ୟାଚରେ ମହମ୍ମଦ ହଫିଜଙ୍କ ସମେତ ଦୁଇ ବ୍ୟାଟ୍ସମ୍ୟାନଙ୍କ ଅର୍ଦ୍ଧଶତକ ବଳରେ ପାକିସ୍ତାନ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୩୪୮ ରନ୍ କରିଛି। ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇଥିବା ଆୟୋଜକ ତଥା ଟାଇଟଲ୍ ଫେଭରିଟ୍ ଇଂଲଣ୍ଡକୁ ଏହି ମ୍ୟାଚ୍ ଜିତିବା […]

hafeez

hafeez

Hemant Lenka
  • Published: Monday, 03 June 2019
  • Updated: 03 June 2019, 07:00 PM IST

Sports

Latest News

ନଟ୍ଟିଂହାମ୍: ପ୍ରଥମ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ଠାରୁ ଶୋଚନୀୟ ପରାଜୟ ପରେ ପାକିସ୍ତାନ ଚଳିତ ବିଶ୍ୱକପରେ ତା'ର ଦ୍ୱିତୀୟ ମ୍ୟାଚରେ ଦମଦାର ବ୍ୟାଟିଂ କରି ସମାଲୋଚକଙ୍କୁ କଡ଼ା ଜବାବ ଦେଇଛି। ସୋମବାର ବିଶ୍ୱକପର ଷଷ୍ଠ ମ୍ୟାଚରେ ମହମ୍ମଦ ହଫିଜଙ୍କ ସମେତ ଦୁଇ ବ୍ୟାଟ୍ସମ୍ୟାନଙ୍କ ଅର୍ଦ୍ଧଶତକ ବଳରେ ପାକିସ୍ତାନ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୩୪୮ ରନ୍ କରିଛି। ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇଥିବା ଆୟୋଜକ ତଥା ଟାଇଟଲ୍ ଫେଭରିଟ୍ ଇଂଲଣ୍ଡକୁ ଏହି ମ୍ୟାଚ୍ ଜିତିବା ପାଇଁ ୩୪୯ ରନ୍ କରିବାକୁ ପଡ଼ିବ।

ପାକିସ୍ତାନ ପକ୍ଷରୁ ଆଜି ଦୁଇ ଓପ୍ନରଙ୍କ ସମେତ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ମଧ୍ୟ ଦମ୍ ଦେଖାଇଛନ୍ତି। ହଫିଜ୍ ସର୍ବାଧିକ ୮୪ (୬୨ ବଲ୍, ୮ ଚୌକା, ୨ ଛକା) ରନ୍ କରିଥିବା ବେଳେ ଅଧିନାୟକ ସର୍ଫରାଜ (୫୫) ଓ ବାବର ଆଜମ (୬୩) ମଧ୍ୟ ଅର୍ଦ୍ଧଶତକ ମାରି ଟିମକୁ ବଡ଼ ସ୍କୋରରେ ପହଞ୍ଚାଇବାରେ ପ୍ରମୁଖ ଯୋଗଦାନ କରିଛନ୍ତି।

ଟ୍ରେଣ୍ଟବ୍ରିଜରେ ଖେଳାଯାଇଥିବା ଏହି ମ୍ୟାଚରେ ଇଂଲଣ୍ଡ କ୍ୟାପଟେନ୍ ଇଆନ୍ ମୋର୍ଗାନ୍ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପାକିସ୍ତାନକୁ ଭଲ ଷ୍ଟାର୍ଟ ଦେଇଥିଲେ ଦୁଇଓ ଓପ୍ନର ଇମାମ୍-ଉଲ୍-ହକ୍ ଓ ଫକର୍ ଜମାନ୍। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୧୪.୧ ଓଭରରେ ୮୨ ରନ୍ ଯୋଡ଼ିଥିଲେ। ଫକର ୪୦ ବଲରେ ୬ ଚୌକା ସହ ୩୬ ରନ୍ କରି ମୋଇନ୍ ଅଲୀଙ୍କ ଶିକାର ହୋଇଥିଲେ।

ତାଙ୍କ ପରେ ଇମାମ୍ (୪୪)ଙ୍କୁ ମଧ୍ୟ ମୋଇନ୍ ପ୍ୟାଭିଲିୟନ୍ ପଠାଇ ଇଂଲଣ୍ଡକୁ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରାଇଥିଲେ। ଏହା ପରେ ବାବର ଆଜମ ଓ ମହମ୍ମଦ ହଫିଜ୍ ଜବରଦସ୍ତ ବ୍ୟାଟିଂ କରି ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଭେଟେରାନ୍ ହଫିଜ୍ ଆକ୍ରମଣାତ୍ମକ ବ୍ୟାଟିଂ ଟିମକୁ ଭଲ ରନରେଟ୍ କାଏମ୍ ରଖିଥିଲେ। ଦୁହେଁ ତୃତୀୟ ୱିକେଟ୍ ପାଇଁ ୮୮ ରନ୍ ଯୋଡ଼ିଥିବା ବେଳେ ବାବରଙ୍କୁ ମୋଇନ ଆଉଟ୍ କରିଥିଲେ।

ବାବର ୬୬ ବଲରେ ୪ ଚୌକା ଓ ୧ ଛକା ସହ ୬୩ ରନ୍ କରିଥିଲେ। ଏହା ପରେ ହଫିଜଙ୍କୁ କ୍ୟାପଟେନ୍ ସର୍ଫରାଜ ଭରପୂର ସହଯୋଗ କରିଥିଲେ। ସର୍ଫରାଜ ଓ ହଫିଜ୍ ଓଭର ପିଛା ୮ ରନ୍ କରି ପାକିସ୍ତାନକୁ ବଡ଼ ଅଭିମୁଖେ ନେଇଥିଲେ। ହଫିଜ୍ ଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ତାଙ୍କୁ ମାର୍କ ଉଡ୍ ଆଉଟ୍ କରି ଇଂଲଣ୍ଡକୁ ବଡ଼ ସଫଳତା ଦେଇଥିଲେ। ହଫିଜଙ୍କ ଆଉଟ୍ ପରେ ସର୍ଫରାଜ ଅର୍ଦ୍ଧଶତକ ମାରି ପାକିସ୍ତାନ ସ୍କୋରକୁ ୩୦୦ ଅତିକ୍ରମ କରାଇଥିଲେ। ସର୍ଫରାଜ ୪୪ ବଲରେ ୫୫ ରନ୍ କରି କ୍ରିସ୍ ଓକ୍ସଙ୍କ ଶିକାର ହୋଇଥିଲେ।

ନିକଟରେ ନିଜ ୨ବର୍ଷର କନ୍ୟା ସନ୍ତାନକୁ ହରାଇଥିବା ଆସିଫ୍ ଅଲୀ (୧୪) ଓ ପ୍ରଥମ ମ୍ୟାଚରୁ ବାଦ୍ ପଡ଼ିଥିବା ଶୋଏବ ମଲିକ୍ (୮) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ତେବେ ଶେଷଭାଗରେ ହାସାନ୍ ଅଲୀ (୧୦) ଓ ଶାଦାବ ଖାନ୍ (୧୦) ଦ୍ରୁତ ରନ୍ କରି ପାକିସ୍ତାନକୁ ୩୪୮ ରନରେ ପହଞ୍ଚାଇଥିଲେ। ଇଂଲଣ୍ଡ ପକ୍ଷରୁ ଓକ୍ସ ଓ ମୋଇନ୍ ଅଲୀ ୩ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ମାର୍କ ଉଡ୍ ୨ଟି ୱିକେଟ୍ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story