ଲଣ୍ଡନ: ଆହତ କାରଣରୁ ଇଂଲଣ୍ଡ ବିପକ୍ଷ ବାକି ମ୍ୟାଚ୍ ଖେଳି ପାରିବେନି ପାକିସ୍ତାନର ଫାଷ୍ଟ ବୋଲର ମହମ୍ମଦ ଇର୍ଫାନ। ତେଣୁ ସେ ଲଂଲଣ୍ଡ ଗସ୍ତ ଅଧାରୁ ସ୍ୱଦେଶ ଫେରିବେ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ ଆଜି ସୂଚନା ଦେଇଛି।
ମହମ୍ମଦ ହଫିଜ୍ଙ୍କ ସ୍ଥାନରେ ଦଳରେ ସ୍ଥାନ ପାଇଥିଲେ ଇର୍ଫାନ। କିନ୍ତୁ ଆହତ କାରଣରୁ ସେ ଇଂଲଣ୍ଡ ବିପକ୍ଷ ବାକି ମ୍ୟାଚ୍ ଖେଳିବେ ନାହିଁ ବୋଲି ଜଣାପଡିଛି।
ପିସିବିର ଜଣେ ଉଚ୍ଚପଦସ୍ଥ କର୍ମଚାରୀ କହିଛନ୍ତି,“ଗତମ୍ୟାଚରେ ଇର୍ଫାନଙ୍କ ଜଙ୍ଘ ମାଂସପେଶୀ ଟାଣି ହୋଇଯିବାରୁ ସେ ଗୁରୁତର ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କୁ ସ୍ୱଦେଶ ଫେରାଇ ଆଣିବାକୁ ବ୍ୟବସ୍ଥା କରାଯାଉଛି।”
ଗତ ମ୍ୟାଚ୍ରେ ଇର୍ଫାନ ମାତ୍ର ୫ ଓଭର ବୋଲିଂ କରି ୨ ଟି ୱିକେଟ୍ ନେଇଥିଲେ। ଏହି ମ୍ୟାଚ୍ରେ ପାକିସ୍ତାନ ପରାସ୍ତ ହୋଇଥିଲା। ୫ ଟିକିଆ ଏହି ଟୁର୍ଣ୍ଣାମେଣ୍ଟରେ ଇଂଲଣ୍ଡ ୪-୦ରେ ସିରିଜି ଜିତି ସାରିଛି। ଟୁର୍ଣ୍ଣାମେଣ୍ଟର ଶେଷ ମ୍ୟାଚ୍ ଆଜି ଖେଳାଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମାଡ଼ି ଆସୁଛି ବାତ୍ୟା 'ଫେଙ୍ଗଲ', ଆଜି କରିବ ଲ୍ୟାଣ୍ଡଫଲ୍
ସାଇକ୍ଲୋନ୍ ଫେଙ୍ଗଲ ଏବେ ଚେନ୍ନାଇଠାରୁ ୨୫୦ କିମି ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି।
Business
ଦେଶର ଜିଡିପି ଅଭିବୃଦ୍ଧି ହାର ଦୁଇ ବର୍ଷରେ ସର୍ବନିମ୍ନ
ଚଳିତ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ହାର ୫.୪ ପ୍ରତିଶତକୁ ଖସିଛି। ଉତ୍ପାଦନ କ୍ଷେତ୍ରର ଖରାପ ପ୍ରଦର୍ଶନ ଯୋଗୁଁ ଅର୍ଥନୀତି କ୍ଷେତ୍ରରେ ଘଟିଛି ଅବନତୀ।
Crime
ପ୍ରେମିକାକୁ ହତ୍ୟା କରି ମୃତଦେହ ସହ ଦୁଇଦିନ ବିତାଇଲା ଅଭିଯୁକ୍ତ
ସୋଶାଲ ମିଡିଆରେ ମିଶିବା ପରେ ବଢ଼ିଥିଲା ପ୍ରେମ ସମ୍ପର୍କ। ରାଜ୍ୟ ବାହାରୁ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ପୁଲିସ।
Politics
ଶେଷ ଘଣ୍ଟାରେ ପଡ଼ିଛି ୭୬ ଲକ୍ଷ ଭୋଟ! ମହାରାଷ୍ଟ୍ର ନିର୍ବାଚନରେ ଅନିୟମିତତା ଅଭିଯୋଗ ଆଣିଲା କଂଗ୍ରେସ
ମହାରାଷ୍ଟ୍ରରେ ଭୋଟ ଗ୍ରହଣ ଏବଂ ଗଣନା ପ୍ରକ୍ରିୟାରେ ଗୁରୁତର ଅନିୟମିତତା ହୋଇଥିବା ନେଇ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଲା କଂଗ୍ରେସ। ମାତ୍ର ୫ ମାସ ମଧ୍ୟରେ ମହାରାଷ୍ଟ୍ର ଭୋଟର ତାଲିକାରେ ପ୍ରାୟ ୪୭ ଲକ୍ଷ ନୂଆ ଭୋଟରଙ୍କୁ ଯୋଡ଼ା ଯାଇଥିବା ଅଭିଯୋଗ।
Science & Environment
ଘରେ ଲାଗିଛି ୧୫ ହଜାର ଗଛ, ଦିଲ୍ଲୀରେ ଥାଇ ବି ପ୍ରଦୂଷଣମୁକ୍ତ
ରକ୍ତ କର୍କଟରେ ଆକ୍ରାନ୍ତ ହେବା ପରେ ଦିଲ୍ଲୀ ଛାଡ଼ି ଚାଲିଯିବାକୁ ପରାମର୍ଶ ଦେଇଥିଲେ ଡାକ୍ତର।