ନୂଆଦିଲ୍ଲୀ: ଡୋପିଂ ମାମଲାରେ କୁସ୍ତିଯୋଦ୍ଧା ନରସିଂହ ଯାଦବଙ୍କୁ ଆଜି କ୍ଲିନ୍ଚିଟ୍ ଦେଇଛି ଜାତୀୟ ଆଣ୍ଟି ଡୋପିଂ ଏଜେନ୍ସୀ (ନାଡା)। ଜୁଲାଇ ୨୪ରେ ଡୋପ୍ ଟେଷ୍ଟର ୨ଟି ଯାକ ରିପୋର୍ଟରେ ବିଫଳ ହୋଇଥିଲେ ନରସିଂହ। ଫଳରେ ୫ ତାରିଖରୁ ବ୍ରାଜିଲର ରିଓ ଡି ଜେନେରିଓରେ ହେବାକୁ ଥିବା ଅଲିମ୍ପିକ୍ରେ ଭାରତ ପକ୍ଷରୁ ଭାଗ ନେବା ନେଇ ଆଶଙ୍କା ଦେଖା ଦେଇଥିଲା। କିନ୍ତୁ ଆଜି ନାଡାର ଏହି ରାୟ ପରେ ପୁଣି ଥରେ ନରସିଂହଙ୍କ ରିଓ ଅଲିମ୍ପିକ୍କୁ ଯିବା ଆଶା ଉଜ୍ଜ୍ୱଳ ହୋଇଛି। ତେବେ ନରସିଂହଙ୍କ ଶରୀରରେ କିଭଳି ନିଷିଦ୍ଧ ଔଷଧ ଆସିଲା ତାହା ସ୍ପଷ୍ଟ ହୋଇନାହିଁ। ଏ ମାମଲାରେ ନରସିଂହ ଷଡଯନ୍ତ୍ରର ଶିକାର ହୋଇଥିବା ସ୍ୱୀକାର କରିଛନ୍ତି ନାଡାର କିଛି ବରିଷ୍ଠ ଅଧିକାରୀ। ତାଙ୍କ ଖାଦ୍ୟରେ କେହି ଜାଣିଶୁଣି ନିଷିଦ୍ଧ ଔଷଧ ମିଶାଇ ଦେଇଥିବା ଅଭିଯୋଗ ହୋଇଥିଲା। ହେଲେ ଏହି ମାମଲାରେ କାହାରିଙ୍କୁ ଗିରଫ କରାଯାଇନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଓଲଟି ପଡ଼ିଲା ବସ୍; ୧୦ ଯାତ୍ରୀ ମୃତ, ୩୦ରୁ ଊର୍ଦ୍ଧ୍ୱ ଆହତ
ଏକ ସରକାରୀ ବସ୍ ପାଖାପାଖି ୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା।
Politics
ମହାରାଷ୍ଟ୍ରରେ ଟ୍ୱିଷ୍ଟ୍; ସରକାର ଗଠନ ପୂର୍ବରୁ ଗାଁକୁ ପଳେଇଲେ ସିନ୍ଦେ
ମହାୟୁତି ମହାମେଣ୍ଟର ବୈଠକ ବାତିଲ୍।
National
ଜାମା ମସଜିଦ ସର୍ଭେ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ
ଉତ୍ତରପ୍ରଦେଶ ଜାମା ମସଜିଦ ସର୍ଭେକୁ ନେଇ ପାଞ୍ଚ ଜଣକ ମୃତ୍ୟୁ ପରେ ଟ୍ରାଏଲ କୋର୍ଟଙ୍କ କାର୍ଯ୍ୟାନୁଷ୍ଠାନକୁ ସ୍ଥଗିତ ରଖିଛନ୍ତି ସର୍ବୋଚ୍ଚ ଅଦାଲତ।
Viral
ଖେଳୁ ଖେଳୁ କ୍ରିକେଟର ମୃତ, କ୍ୟାମେରାରେ ଦୃଶ୍ୟ କଏଦ
ପଡ଼ିଆରେ ଖେଳୁଥିବା ବେଳେ ଜଣେ ୩୫ ବର୍ଷୀୟ ଯୁବକଙ୍କ ଜୀବନ ଚାଲିଯାଇଛି।
Crime
ଅଶ୍ଳୀଳ ଭିଡିଓ ମାମଲା; ରାଜ କୁନ୍ଦ୍ରାଙ୍କ ଘର ଓ ଅଫିସରେ ED ଚଢାଉ
ମୋବାଇଲ ଆପ୍ ଜରିଆରେ ଅଶ୍ଳୀଳ କଣ୍ଟେଣ୍ଟ ତିଆରି ଏବଂ ବିତରଣ କରିବା ମାମଲାରେ ଚଢାଉ।