୨୦୧୬-୧୭ ଓ ୨୦୧୭-୧୮ ସିଜିନ୍‌ ପାଇଁ ଆନ୍ତର୍ଜାତିକ ମ୍ୟାଚ୍‌ ତାଲିକା ଘୋଷଣା କଲା ନ୍ୟୁଜିଲ୍ୟାଣ୍ଡ

ୱେଲିଂଟନ୍‌: ୨୦୧୬-୧୭ ଓ ୨୦୧୭-୧୮ ବର୍ଷ ପାଇଁ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍‌ ବୋର୍ଡ ନ୍ୟୁଜିଲ୍ୟାଣ୍ଡ ଟିମ୍‌ ପାଇଁ ଆନ୍ତର୍ଜାତିକ ମ୍ୟାଚ୍‌ ତାଲିକା ପ୍ରକାଶ କରିଛି। ଏହି ୨ ବର୍ଷରେ ନ୍ୟୁଜିଲ୍ୟାଣ୍ଡ ଟିମ୍‌ ୧୨ଟି ଟେଷ୍ଟ, ୨୮ ଦିନିକିଆ ଓ ୯ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିବ। ଦଳ ୨୦୧୬-୧୭ ସିଜିନ୍‌ରେ ମୋଟ ୭ଟି ଟେଷ୍ଟ, ୧୧ଟି ଦିନିକିଆ ଓ ୪ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିବ। ପାକିସ୍ତାନ ଓ ବାଂଲାଦେଶ ସହ ଦଳ ୨ଟି ଲେଖାଏଁ ଓ ଦକ୍ଷିଣ ଆଫ୍ରିକା ବିରୋଧରେ […]

new_zealand

new_zealand

Rakesh Mallick
  • Published: Friday, 27 May 2016
  • Updated: 27 May 2016, 11:37 AM IST

ୱେଲିଂଟନ୍‌: ୨୦୧୬-୧୭ ଓ ୨୦୧୭-୧୮ ବର୍ଷ ପାଇଁ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍‌ ବୋର୍ଡ ନ୍ୟୁଜିଲ୍ୟାଣ୍ଡ ଟିମ୍‌ ପାଇଁ ଆନ୍ତର୍ଜାତିକ ମ୍ୟାଚ୍‌ ତାଲିକା ପ୍ରକାଶ କରିଛି। ଏହି ୨ ବର୍ଷରେ ନ୍ୟୁଜିଲ୍ୟାଣ୍ଡ ଟିମ୍‌ ୧୨ଟି ଟେଷ୍ଟ, ୨୮ ଦିନିକିଆ ଓ ୯ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିବ।

ଦଳ ୨୦୧୬-୧୭ ସିଜିନ୍‌ରେ ମୋଟ ୭ଟି ଟେଷ୍ଟ, ୧୧ଟି ଦିନିକିଆ ଓ ୪ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିବ। ପାକିସ୍ତାନ ଓ ବାଂଲାଦେଶ ସହ ଦଳ ୨ଟି ଲେଖାଏଁ ଓ ଦକ୍ଷିଣ ଆଫ୍ରିକା ବିରୋଧରେ ୩ଟି ଟେଷ୍ଟ ଖେଳିବ। ଟିମ୍‌ ଚାପେଲ-ହେଡଲି ଦିନିକିଆ ସିରିଜରେ ଅଷ୍ଟ୍ରେଲିଆ ବିରୋଧରେ ୩ଟି ଦିନିକିଆ ଆକ୍‌ଲ୍ୟାଣ୍ଡ, ନାପିଅର ଓ ହେମିଲଟନ୍‌ରେ ଖେଳିବ। ଦକ୍ଷିଣ ଆଫ୍ରିକା ଟୁର୍‌ରେ ଦଳ ୩ଟି ଟେଷ୍ଟ, ୫ଟି ଦିନିକିଆ ଓ ଗୋଟିଏ ଟି-ଟ୍ୱେଣ୍ଟି ଖେଳିବ।

୨୦୧୭-୧୮ ସିଜିନ୍‌ରେ ଦଳ ୫ଟି ଟେଷ୍ଟ, ୧୭ଟି ଦିନିକିଆ ଓ ୫ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଲିବ। ୨୦୧୭ ନଭେମ୍ବରରେ ୱେଷ୍ଟଇଣ୍ଡିଜ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଆସି ୩ଟି ଟେଷ୍ଟ, ୫ଟି ଦିନିକିଆ ଓ ଗୋଟିଏ ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିବ। ନ୍ୟୁଜିଲ୍ୟାଣ୍ଡ ପାକିସ୍ତାନ ସହ ୩ଟି ଟି-ଟ୍ୱେଣ୍ଟି ଓ ୫ଟି ଦିନିକିଆ ମ୍ୟାଚ୍‌ ଖେଲିବ। ଏହାସହ ଇଂଲଣ୍ଡ ସହ ଦଳ ୨ଟି ଟେଷ୍ଟ ଓ ୫ଟି ଦିନିକିଆ ମ୍ୟାଚ୍‌ ଖେଳିବ। ଆକ୍‌ଲ୍ୟାଣ୍ଡର ଇଡନ ପାର୍କରେ ଦୁଇ ଦଳ ମଧ୍ୟରେ ହେବାକୁ ଥିବା ଟେଷ୍ଟଟି ଦିବାରାତ୍ରି ହେବାର ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos