୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ କୁସ୍ତି ଆଉଟ, ଶୁଟିଂ ଇନ୍‌

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଭିକ୍ଟୋରିଆରେ ଅନୁଷ୍ଠିତ ହେବାକୁ ଥିବା ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ କୁସ୍ତି ବାଦ ପଡ଼ିଛି। ୨୦୨୨ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ କୁସ୍ତିଯୋଦ୍ଧାମାନେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ହେଲେ ୨୦୨୬ରେ କୁସ୍ତିକୁ ଦେଖିବାକୁ ମିଳିବ ନାହିଁ। ସେହିପରି ୨୦୨୨ ପରି ୨୦୨୬ରେ ମଧ୍ୟ ତୀରନ୍ଦାଜ ବା ଆର୍ଚେରୀକୁ ମଧ୍ୟ ସାମିଲ କରାଯାଇ ନାହିଁ। କିନ୍ତୁ ୨୦୨୨ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ ପଡ଼ିଥିବା ଶୁଟିଂକୁ ୨୦୨୬ରେ ସାମିଲ କରାଯାଇଛି। ୧୯୬୬ରୁ ଶୁଟିଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାମିଲ […]

CWG

CWG

Hemant Lenka
  • Published: Thursday, 06 October 2022
  • Updated: 06 October 2022, 03:23 PM IST

Sports

Latest News

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଭିକ୍ଟୋରିଆରେ ଅନୁଷ୍ଠିତ ହେବାକୁ ଥିବା ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ କୁସ୍ତି ବାଦ ପଡ଼ିଛି। ୨୦୨୨ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ କୁସ୍ତିଯୋଦ୍ଧାମାନେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ହେଲେ ୨୦୨୬ରେ କୁସ୍ତିକୁ ଦେଖିବାକୁ ମିଳିବ ନାହିଁ।

ସେହିପରି ୨୦୨୨ ପରି ୨୦୨୬ରେ ମଧ୍ୟ ତୀରନ୍ଦାଜ ବା ଆର୍ଚେରୀକୁ ମଧ୍ୟ ସାମିଲ କରାଯାଇ ନାହିଁ। କିନ୍ତୁ ୨୦୨୨ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ ପଡ଼ିଥିବା ଶୁଟିଂକୁ ୨୦୨୬ରେ ସାମିଲ କରାଯାଇଛି।

୧୯୬୬ରୁ ଶୁଟିଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାମିଲ ରହିଥିଲା। ହେଲେ ପ୍ରଥମଥର ପାଇଁ ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଏହି ଇଭେଣ୍ଟକୁ ବାଦ ଦିଆଯାଇଥିଲା। ସେହିପରି ୧୯୩୦ ପରଠାରୁ କେବେ ହେଲେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ ପଡ଼ି ନଥିବା କୁସ୍ତି ୨୦୨୬ରେ ଦେଖିବାକୁ ମିଳିବ ନାହିଁ। ଏହାବାଦ ୧୯୮୨ ଓ ୨୦୧୦ରେ ଦୁଇ ଥର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆର୍ଚେରୀକୁ ସାମିଲ କରାଯାଇଥିଲା। ସବୁଥର ଭଳି ୨୦୨୬ରେ ମଧ୍ୟ ଏହି ଇଭେଣ୍ଟକୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ ଦିଆଯାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଶୁଟିଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାମିଲ ହୋଇଥିବାରୁ ଭାରତ ଅଧିକ ପଦକ ଜିତିବାର ସମ୍ଭାବନା ସୃଷ୍ଟି ହୋଇଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ବିଶ୍ୱର ଦ୍ୱିତୀୟ ଦେଶ ଭାବେ ଏଯାଏ ଶୁଟିଂରେ ସବୁଠାରୁ ଅଧିକ ପଦକ ଜିତିଛି। ଭାରତ ୬୩ଟି ସ୍ୱର୍ଣ୍ଣ, ୪୪ଟି ରୌପ୍ୟ ଓ ୨୮ଟି ବ୍ରୋଞ୍ଜ ପଦକ ସହ ମୋଟ ୧୩୫ଟି ମେଡାଲ ହାତେଇଛି। ୧୭୧ ପଦକ ସହ ଅଷ୍ଟ୍ରେଲିଆ ୧ନଂ ସ୍ଥାନରେ ରହିଛି।

ଅନ୍ୟପକ୍ଷରେ ଭାରତ କୁସ୍ତିରେ ମଧ୍ୟ ଦ୍ୱିତୀୟ ସର୍ବାଧିକ ପଦକ ଜିତିଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ାର କୁସ୍ତି ଇଭେଣ୍ଟରେ ଭାରତ ଏଯାଏ କୁସ୍ତିରେ ମୋଟ ୧୧୪ଟି ପଦକ ହାସଲ କରିଛି। ଏହା ମଧ୍ୟରେ ୪୯ ସ୍ୱର୍ଣ୍ଣ, ୩୯ ରୌପ୍ୟ ଓ ୨୬ ବ୍ରୋଞ୍ଜ ପଦକ ରହିଛି। ୧୪୭ ପଦକ ସହ କୁସ୍ତି ଇଭେଣ୍ଟରେ କାନାଡା ୧ନଂ ସ୍ଥାନରେ ରହିଛି। ୨୦୨୨ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ରେସଲରମାନେ ୬ ସ୍ୱର୍ଣ୍ଣ ସହ ୧୨ ପଦକ ଜିତିଥିଲେ।

୨୦୨୬ ଭିକ୍ଟୋରିଆ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଗଲ୍ଫ, ବିଏମଏକ୍ସ ଓ କୋଷ୍ଟାଲ ରୋଇଂ ଡେବ୍ୟୁ କରିବାକୁ ଯାଉଛନ୍ତି। ମୋଟ ୨୨ଟି କ୍ରୀଡ଼ାର ବିଭିନ୍ନ ବର୍ଗକୁ ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାମିଲ କରାଯାଇଛି। ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା ଟି-୨୦ର ଡେବ୍ୟୁ ହୋଇଥିଲା।

୨୦୨୬ରେ ମଧ୍ୟ କ୍ରିକେଟର ମଜା ଉଠାଇବେ ଦର୍ଶକ। ଭିକ୍ଟୋରିଆରେ ୨୦୨୬ ମାର୍ଚ୍ଚ ୧୭ରୁ ମାର୍ଚ୍ଚ ୨୯ ଯାଏ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅନୁଷ୍ଠିତ ହେବ। ତେବେ ଏହାର ଗ୍ରାଣ୍ଡ ଓପନିଂ ଇଭେଣ୍ଟ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ହେବ।

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାମିଲ ହେବାକୁ ଥିବା ଇଭେଣ୍ଟ

1-Aquatics (Swimming, Para Swimming & Diving)

2- Athletics & Para Athletics

3- Badminton

4-3x3 Basketball, 3x3 Wheelchair Basketball

5- Boxing

6- Beach Volleyball

7-Coastal Rowing

8-Cricket T20 (Women's)

9- Cycling (BMX) Cycling (Mountain Bike)

10- Cycling (Road)

11- Cycling (Track & Para Track)

12-Golf

13-Gymnastics (Artistic)

14-Hockey

15- Lawn Bowls & Para Lawn Bowls

16- Netball

17- Rugby Sevens

18-Shooting & Shooting Para Sport

19- Squash

20- Table Tennis & Para Table Tennis Triathlon

21-Para Triathlon

22-Weightlifting & Para Powerlifting

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story