ଇସ୍ଲାମାବାଦ: ସ୍ପଟ୍ ଫିକ୍ସିଂ ମାମଲାରେ ଫସିଥିବା ପାକିସ୍ତାନ କ୍ରିକେଟର୍ ନସିର ଜାମଶେଦଙ୍କ ଉପରେ ୧୦ ବର୍ଷ ପାଇଁ ବାସନ୍ଦାଦେଶ ଲାଗୁ ହୋଇଛି। ପାକିସ୍ତାନ ସୁପର୍ ଲିଗ୍(ପିଏସ୍ଏଲ୍)ରେ ନସିର ସ୍ପଟ୍ ଫିକ୍ସି କରିଥିବାରୁ ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି)ର ଦୁର୍ନୀତି ନିରୋଧ ଟ୍ରିବ୍ୟୁନାଲ୍ ଆଜି ଏଭଳି ଦଣ୍ଡ ଘୋଷଣା କରିଛି। ଏହି ବାସନ୍ଦାଦେଶ ଯୋଗୁ ନସିର କୌଣସି ପ୍ରକାରର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ପାରିବେ ନାହିଁ।
ପୂର୍ବରୁ ସ୍ପଟ୍ ଫିକ୍ସିଂ ପାଇଁ ପିସିବି ନସିରଙ୍କୁ ୨ ବର୍ଷ ପାଇଁ କ୍ରିକେଟ୍ରୁ ବ୍ୟାନ୍ କରିଥିଲା।
ପିଏସ୍ଏଲ୍ରେ ହୋଇଥିବା ସ୍ପଟ୍ ଫିକ୍ସିଂରେ ନସିରଙ୍କ ସମେତ ଆଉ ୨ ଜଣ ଖେଳାଳିଙ୍କ ନାଁ ରହିଥିଲା। ନସିର ପାକିସ୍ତାନ ପକ୍ଷରୁ ୨ଟି ଟେଷ୍ଟ, ୪୫ଟି ଦିନିକିଆ ଓ ୧୮ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
୭୩୦ ଯବାନ କରିଛନ୍ତି ଆତ୍ମହତ୍ୟା, ୫୫ ହଜାରରୁ ଅଧିକ ଦେଇଛନ୍ତି ଇସ୍ତଫା
ରାଜ୍ୟସଭାରେ ଗୃହ ମନ୍ତ୍ରଣାଳୟ ତଥ୍ୟରୁ ଚାଞ୍ଚଲ୍ୟକର ଖୁଲାସା। ଘରୁ ଛୁଟି ସାରି କାର୍ଯ୍ୟକୁ ଫେରିବା ପରେ ୮୦ ପ୍ରତିଶତ ଯବାନ ଆତ୍ମହତ୍ୟା କରିଛନ୍ତି।
National
ଗୋ’ମାଂସ ଉପରେ ପ୍ରତିବନ୍ଧକ ଲଗାଇଲେ ଆସାମ ସରକାର
ଆସାମରେ ରେଷ୍ଟୁରାଣ୍ଟ, ହୋଟେଲ ଏବଂ ସର୍ବସାଧାରଣ ସ୍ଥାନରେ ଗୋ’ମାଂସ ଉପରେ ସଂପୂର୍ଣ୍ଣ ପ୍ରତିବନ୍ଧକ। ଘୋଷଣା କଲେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା।
Politics
ଗୁଳିକାଣ୍ଡ ପଛରେ 'ଷଡ଼ଯନ୍ତ୍ର' ଥିବା କହିଲେ କେଜ୍ରିୱାଲ, ବର୍ଷିଲା ବିଜେପି
ସୁଖବୀର ସିଂହ ବାଦଲଙ୍କ ଉପରକୁ ଗୁଳିମାଡ଼ ଉଦ୍ୟମକୁ ନେଇ ତେଜିଲା ରାଜନୀତି। ଦିଲ୍ଲୀ ଓ ପଞ୍ଜାବରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ମୁହାଁମୁହିଁ ଆମ୍ ଆଦମୀ ପାର୍ଟି ଓ ବିଜେପି।
National
ଦାଦାଙ୍କୁ ଉଭୟ ସକାଳ ଓ ସନ୍ଧ୍ୟାର ଅନୁଭବ ଅଛି, ଅଜିତଙ୍କୁ କହିଲେ ଏକନାଥ; ସମସ୍ତେ ହସି ହସି ଗଡ଼ିଗଲେ
ଗୁରୁବାର ସନ୍ଧ୍ୟା ସାଢ଼େ ୫ଟାରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜେପି ନେତା ଦେବେନ୍ଦ୍ର ଫଡ଼ନାବିସ।
Politics
ରାହୁଲଙ୍କ ସମ୍ଭଲ ଯାତ୍ରା ଅସଫଳ ହେବା ପରେ ତେଜିଲା ରାଜନୀତି
ବିଜେପି ଓ ଆରଏସଏସ ସମ୍ବିଧାନକୁ ଭାଙ୍ଗିବାରେ ବ୍ୟସ୍ତ ବୋଲି କହିଲେ ଖଡଗେ। ଆରଜି କର ମାମଲାରେ କୋଲକାତା କାହିଁ ଗଲେନି ପଚାରିଲା ବିଜେପି।