ବିବାହର ପ୍ରତିଶ୍ରୁତି ଦେଇ ଧୋକା ଦେଲେ ପାକିସ୍ତାନ କ୍ୟାପଟେନ୍!
ନୂଆଦିଲ୍ଲୀ: ବିବାଦ ଘେରକୁ ଆସିଛନ୍ତି ପାକିସ୍ତାନ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବାବର ଆଜମ। ବାବରଙ୍କ ବିରୋଧରେ ଜଣେ ମହିଳା ସାଂଘାତିକ ଅଭିଯୋଗ ଆଣିଛନ୍ତି। ଅଭିଯୋଗ ମୁତାବକ ବାବର ୧୦ ବର୍ଷ ପର୍ଯ୍ୟନ୍ତ ମହିଳାଙ୍କୁ ଯୌନ ଶୋଷଣ କରିଥିଲେ। ଏହାସହ ବାବର ତାଙ୍କୁ ମିଛ ବିବାହ ପ୍ରତିଶ୍ରୁତି ଦେଇଥିଲେ। ମହିଳା ଜଣକ ଶନିବାର ପ୍ରେସ୍ କନଫରେନ୍ସ କରି ଏହି ପ୍ରତିଭାସମ୍ପନ୍ନ କ୍ରିକେଟରଙ୍କ ଉପରେ ଆଉ କିଛି ଗମ୍ଭୀର ଅଭିଯୋଗ ଆଣିଛନ୍ତି।
So this lady has made accusations against Babar Azam "he promised to marry me, he got me pregnant, he beat me up, he threatened me and he used me"
Video courtesy 24NewsHD pic.twitter.com/PTkvdM4WW2— Saj Sadiq (@Saj_PakPassion) November 28, 2020
ମହିଳା ଜଣକ କହିଛନ୍ତି ଯେ ସେ ଓ ବାବର ସ୍କୁଲ୍ ବନ୍ଧୁ। ୨୦୧୦ରେ ବାବର ତାଙ୍କୁ ବିବାହ ପାଇଁ ପ୍ରସ୍ତାବ କରିଥିଲେ। ଏହା ପରେ ସମୟ ଆଗକୁ ବଢ଼ିବା ସହ ଉଭୟଙ୍କ ଭିତରେ ସମ୍ପର୍କ ବଢ଼ିଥିଲା। କଠିନ ସମୟରେ ମହିଳା ଜଣକ ବାବରଙ୍କୁ ଆର୍ଥିକ ସହାୟତା ମଧ୍ୟ କରିଥିବା କହିଛନ୍ତି। ଏପରିକି ସେ କୋର୍ଟ ମ୍ୟାରେଜ୍ ନାଁରେ ତାଙ୍କୁ ଘରୁ ଲୁଚାଇ ନେଇ ଶୋଷଣ କରିବା ସହ ମାରପିଟ୍ ମଧ୍ୟ କରିଥିଲେ। ଏହାସହ ପୁଲିସକୁ ଯୋଗାଯୋଗ କଲେ ମୋତେ ଜୀବନରୁ ମାରିଦେବାକୁ ବାବର ଧମକ ଦେଉଥିଲେ।
ସୂଚନାଯୋଗ୍ୟ, ବର୍ତ୍ତମାନ ପାକିସ୍ତାନ କ୍ରିକେଟ୍ ଟିମ୍ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଅଛି। ଟିମର ୬ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେବେ ଏହାରି ଭିତରେ ବାବରଙ୍କ ଆଜମଙ୍କ ବିରୋଧରେ ଏହି ଅଭିଯୋଗ ଦଳ ପାଇଁ ସମସ୍ୟା ସୃଷ୍ଟି କରିପାରେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।