ଫ୍ରେଞ୍ଚ୍ ଓପନ୍: ନାଡାଲ୍ @ ୧୨

ପ୍ୟାରିସ୍: ସ୍ପେନୀୟ ଟେନିସ୍ ତାରକା ରାଫେଲ୍ ନାଡାଲ୍ ନିଜର ପ୍ରିୟ କ୍ଲେ’କୋର୍ଟରେ ପୁଣି ରାଜ୍ କରିଛନ୍ତି । ରବିବାର ନାଡାଲ୍ ଫ୍ରେଞ୍ଚ୍ ଓପନ୍ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଅଷ୍ଟ୍ରିଆର ଡୋମିନିକ୍ ଥିମଙ୍କୁ ହରାଇ ରେକର୍ଡ ଦ୍ୱାଦଶ ଟାଇଟଲ୍ ଜିତିଛନ୍ତି। ଦ୍ୱିତୀୟ ସିଡ୍ ନାଡାଲ୍ ଟାଇଟଲ୍ ଲଢ଼େଇରେ ଥିମଙ୍କୁ ୬-୩, ୫-୭, ୬-୧, ୬-୧ ସେଟରେ ପରାସ୍ତ କରିଛନ୍ତି। ୩୩ ବର୍ଷୀୟ ନାଡାଲ୍ ପ୍ରଥମ (ମହିଳା ଓ ପୁରୁଷ) ଖେଳାଳି ଭାବେ କୌଣସି ଗ୍ରାଣ୍ଡସ୍ଲାମ ଟାଇଟଲ୍ ଦ୍ୱାଦଶଥର ଜିତିବାର […]

NADAL

NADAL

Hemant Lenka
  • Published: Sunday, 09 June 2019
  • Updated: 09 June 2019, 10:49 PM IST

Sports

Latest News

ପ୍ୟାରିସ୍: ସ୍ପେନୀୟ ଟେନିସ୍ ତାରକା ରାଫେଲ୍ ନାଡାଲ୍ ନିଜର ପ୍ରିୟ କ୍ଲେ'କୋର୍ଟରେ ପୁଣି ରାଜ୍ କରିଛନ୍ତି । ରବିବାର ନାଡାଲ୍ ଫ୍ରେଞ୍ଚ୍ ଓପନ୍ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଅଷ୍ଟ୍ରିଆର ଡୋମିନିକ୍ ଥିମଙ୍କୁ ହରାଇ ରେକର୍ଡ ଦ୍ୱାଦଶ ଟାଇଟଲ୍ ଜିତିଛନ୍ତି। ଦ୍ୱିତୀୟ ସିଡ୍ ନାଡାଲ୍ ଟାଇଟଲ୍ ଲଢ଼େଇରେ ଥିମଙ୍କୁ ୬-୩, ୫-୭, ୬-୧, ୬-୧ ସେଟରେ ପରାସ୍ତ କରିଛନ୍ତି। ୩୩ ବର୍ଷୀୟ ନାଡାଲ୍ ପ୍ରଥମ (ମହିଳା ଓ ପୁରୁଷ) ଖେଳାଳି ଭାବେ କୌଣସି ଗ୍ରାଣ୍ଡସ୍ଲାମ ଟାଇଟଲ୍ ଦ୍ୱାଦଶଥର ଜିତିବାର ରେକର୍ଡ କରିଛନ୍ତି।

ନାଡାଲଙ୍କର ଏହା ୧୮ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍। ଏହି ମାମଲାରେ ରୋଜର ଫେଡେରରଙ୍କଠାରୁ ଦୁଇଟି ଟାଇଟଲ୍ ପଛରେ ଅଛନ୍ତି, ଯିଏ ୨୦ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଜିତିଛନ୍ତି। ଏଥିସହ ନାଡାଲ୍ ପ୍ୟାରିସରେ ୯୩ ବିଜୟ ଏବଂ ମାତ୍ର ୨ ପରାଜୟ ସହ ନୂଆ କୀର୍ତ୍ତିମାନ କରିଛନ୍ତି। ଏଠାରେ ନାଡାଲ୍ ୨୦୦୫ରୁ ୨୦୦୮, ୨୦୧୦ରୁ ୨୦୧୪, ୨୦୧୭ ଏବଂ ୨୦୧୮ରେ ଟାଇଟଲ୍ ଜିତିଥିଲେ।

ଏହା ପୂର୍ବରୁ ନାଡାଲ୍ ସେମିଫାଇନାଲରେ ନିଜର ଚିରପ୍ରତିଦ୍ୱନ୍ଦ୍ୱୀ ଫେଡେରରଙ୍କୁ ହରାଇ ଫାଇନାଲରେ ପହଞ୍ଚିଥିଲେ। ସେହିପରି ଥିମ୍ ସେମିରେ ସର୍ବିୟାର ନୋଭାକ୍ ଜୋକୋଭିଚଙ୍କୁ ହରାଇଥିଲେ।
ଟାଇଟଲ୍ ଜିତିବା ପରେ ନାଡାଲ୍ କହିଥିଲେ, ମୁଁ ଥିମଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଟାଇଟଲ୍ ଜିତିପାରିନଥିବାରୁ ମୁଁ ଦୁଃଖିତ। କିନ୍ତୁ ତାଙ୍କର ଭବିଷ୍ୟତ ବହୁ ଉଜ୍ଜ୍ୱଳ। ତାଙ୍କ ପାଖରେ ପ୍ରତିଭାର ଅଭାବ ନାହିଁ।

ଏଠାରେ ଜିତିବା ପାଇଁ ମୋ ପାଇଁ ଗର୍ବର କଥା। ମୁଁ ଯେତେବେଳେ ଏଠାରେ ୨୦୦୫ରେ ପଦାର୍ପଣ କରିଥିଲେ, କେବେ ବି ଭାବିନଥିଲି ଯେ, ୨୦୧୯ ପର୍ଯ୍ୟନ୍ତ ଖେଳିବି। ତେଣୁ ଏହି ୧୪ ବର୍ଷର ଅଭିଯାନ ମୋ ପାଇଁ ବହୁତ ଖାସ ବୋଲି ନାଡାଲ୍ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story