ରବି କୁମାରଙ୍କୁ ଡିଏସ୍‌ପି ପାହ୍ୟାରେ ନିଯୁକ୍ତି ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ୨୦୧୦ ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ଓ ୨୦୧୪ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡାରେ ରୌପ୍ୟ ପଦକ ଜିତିଥିବା ଓଡ଼ିଆ ଭାରୋତ୍ତୋଳକ କେ.ରବି କୁମାରଙ୍କୁ ଗୁରୁବାର ଡିଏସ୍‌ପି ପଦବୀରେ ନିଯୁକ୍ତି ଦେଇଛନ୍ତି ରାଜ୍ୟସରକାର। ଏହି ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି। ରାଜ୍ୟରେ ଗ୍ରୁପ-ଏ ପାହ୍ୟାରେ ନିଯୁକ୍ତି ପାଇବାରେ ରବିକୁମାର ହେଉଛନ୍ତି ପ୍ରଥମ କ୍ରୀଡାବିତ୍‌। ବ୍ରହ୍ମପୁରର ରବି କୁମାର ୨୦୧୦ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଉନବିଂଶ ରାଜ୍ୟଗୋଷ୍ଠୀ କ୍ରୀଡାର ୬୯ କେଜି ବର୍ଗ ଭାରୋତ୍ତୋଳନରେ ସ୍ୱର୍ଣ୍ଣ […]

Ravi Kumar Katulu

Ravi Kumar Katulu

Rakesh Mallick
  • Published: Thursday, 02 June 2016
  • Updated: 02 June 2016, 12:10 PM IST

Sports

Latest News

Ravi Kumar Katuluଭୁବନେଶ୍ୱର: ୨୦୧୦ ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ଓ ୨୦୧୪ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡାରେ ରୌପ୍ୟ ପଦକ ଜିତିଥିବା ଓଡ଼ିଆ ଭାରୋତ୍ତୋଳକ କେ.ରବି କୁମାରଙ୍କୁ ଗୁରୁବାର ଡିଏସ୍‌ପି ପଦବୀରେ ନିଯୁକ୍ତି ଦେଇଛନ୍ତି ରାଜ୍ୟସରକାର। ଏହି ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି। ରାଜ୍ୟରେ ଗ୍ରୁପ-ଏ ପାହ୍ୟାରେ ନିଯୁକ୍ତି ପାଇବାରେ ରବିକୁମାର ହେଉଛନ୍ତି ପ୍ରଥମ କ୍ରୀଡାବିତ୍‌।

ବ୍ରହ୍ମପୁରର ରବି କୁମାର ୨୦୧୦ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଉନବିଂଶ ରାଜ୍ୟଗୋଷ୍ଠୀ କ୍ରୀଡାର ୬୯ କେଜି ବର୍ଗ ଭାରୋତ୍ତୋଳନରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେହିପରି ୨୦୧୪ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡାରେ ୭୭ କେଜି ବର୍ଗରେ ସେ ରୌପ୍ୟ ପଦକ ଜିତି ଓଡ଼ିଶା ପାଇଁ ଗୌରବ ଆଣିଥିଲେ।

ରାଜ୍ୟର କ୍ରୀଡାବିତଙ୍କୁ ଉତ୍ସାହିତ କରିବା ପାଇଁ ସରକାର ସେମାନଙ୍କୁ ତାଙ୍କର କ୍ରୀଡା କୃତ୍ତିତ୍ୱକୁ ବିଚାରକୁ ନେଇ ରାଜ୍ୟ ପୋଲିସ୍‌ର ବିଭିନ୍ନ ପଦପଦବୀରେ ନିଯୁକ୍ତି ଦେଉଛନ୍ତି। ଓଡ଼ିଶା କୃତୀ କ୍ରୀଡାବିତ୍‌ (ଓଡ଼ିଶା ପୋଲିସ ସେବା ଓ ପଦବୀ ଏବଂ ଚାକିରୀ ସର୍ତ୍ତାବଳୀ) ନିୟମ ୨୦୧୫ ଅନୁଯାୟୀ ରାଜ୍ୟ ସରକାର ରବି କୁମାରଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ଏଥିରେ ଓଡ଼ିଶା ଲୋକସେବା ଆୟୋଗ ମଧ୍ୟ ସମ୍ମତି ପ୍ରକାଶ କରିଛନ୍ତି।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଅଲିମ୍ପିକ୍ସ, ଏସିଆନ୍‌ ଗେମ୍ସ ଓ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣ ବିଜୟୀଙ୍କୁ ଗ୍ରୁପ-ଏ ପଦବୀରେ ନିଯୁକ୍ତି ଦିଆଯିବ।

ନିକଟରେ ଦୂତୀ ଚାନ୍ଦଙ୍କୁ ଓଡ଼ିଶା ଖଣି ନିଗମରେ ଓ ଶ୍ରାବଣୀ ନନ୍ଦଙ୍କୁ ଓଡ଼ିଶା ଜଳବିଦ୍ୟୁତ ନିଗମରେ ସହକାରୀ ପ୍ରବନ୍ଧକ ଭାବେ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର। ଏହାସହ ଓଡ଼ିଶା ପୋଲିସର ଅନ୍ୟ ପଦପଦବୀରେ ମଧ୍ୟ ଆଗରୁ ୫୯ ଜଣ କ୍ରୀଡାବିତଙ୍କୁ ନିଯୁକ୍ତି ଦିଆଯାଇଛି ଓ ୫୮୩ ଜଣ କ୍ରୀଡାବିତଙ୍କୁ ୨.୬୫ କୋଟି ଟଙ୍କା ପ୍ରୋତ୍ସାହନ ରାଶି ଭାବରେ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos