ଖସିଲା କେକେଆର୍, ତୃତୀୟକୁ ଉଠିଲା ଆରସିବି

ଶାରଜା: ଏବି ଡି’ଭିଲିୟର୍ସଙ୍କ ବିସ୍ଫୋରକ ବ୍ୟାଟିଂ ପରେ ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ବିରାଟ୍ କୋହଲିଙ୍କ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ୮୨ ରନରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର)କୁ ପରାସ୍ତ କରିଛି। ଏହି ବିଜୟ ସହ ଆରସିବି ପଏଣ୍ଟ ଟେବୁଲର ତୃତୀୟ ସ୍ଥାନକୁ ଉଠିଛି। ଶାରଜାରେ ଖେଳାଯାଇଥିବା ଆଇପିଏଲର ୨୮ତମ ମ୍ୟାଚରେ ଆରସିବି ପ୍ରଥମେ ବ୍ୟାଟିଂ କରି ୨ ୱିକେଟରେ ୧୯୪ ରନର ବଡ଼ ସ୍କୋର ଛିଡ଼ା କରିଥିଲା। ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଡି’ଭିଲିୟର୍ସ […]

ab

ab

Ranjit Kumar Jena
  • Published: Tuesday, 13 October 2020
  • Updated: 13 October 2020, 09:04 AM IST

Sports

Latest News

ଶାରଜା: ଏବି ଡି'ଭିଲିୟର୍ସଙ୍କ ବିସ୍ଫୋରକ ବ୍ୟାଟିଂ ପରେ ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ବିରାଟ୍ କୋହଲିଙ୍କ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ୮୨ ରନରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର)କୁ ପରାସ୍ତ କରିଛି। ଏହି ବିଜୟ ସହ ଆରସିବି ପଏଣ୍ଟ ଟେବୁଲର ତୃତୀୟ ସ୍ଥାନକୁ ଉଠିଛି।

ଶାରଜାରେ ଖେଳାଯାଇଥିବା ଆଇପିଏଲର ୨୮ତମ ମ୍ୟାଚରେ ଆରସିବି ପ୍ରଥମେ ବ୍ୟାଟିଂ କରି ୨ ୱିକେଟରେ ୧୯୪ ରନର ବଡ଼ ସ୍କୋର ଛିଡ଼ା କରିଥିଲା। ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଡି'ଭିଲିୟର୍ସ ମାତ୍ର ୩୩ ବଲରେ ୭୩ (୫ ଚୌକା, ୬ ଛକା) ରନ୍ ଓ କ୍ୟାପଟେନ୍ କୋହଲି ୩୩ ରନ୍ କରି ଅପରାଜିତ ଥିଲେ। ଦୁଇ ଓପ୍ନର ଆରୋନ୍ ଫିଞ୍ଚ୍ ୪୭ ଓ ଦେବଦତ୍ତ ପାଡିକଲ୍ ୩୨ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। କେକେଆରର ବରୁନ୍ ଚକ୍ରବର୍ତ୍ତୀଙ୍କୁ ଛାଡ଼ି ଦେଲେ ବାକି ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲା।

୧୯୫ ରନର ଲକ୍ଷ୍ୟର ପିଛା କରୁଥିବା କେକେଆରର କୌଣସି ବ୍ୟାଟ୍ସମ୍ୟାନ୍ କ୍ରିଜରେ ବେଶୀ ସମୟ ତିଷ୍ଠିନଥିଲେ। ଓପ୍ନର ଶୁବମନ୍ ଗିଲ୍ ଭଲ ଖେଳିଥିଲେ ହେଁ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନଆଉଟ୍ ହୋଇଥିଲେ। ସେ ଟିମ୍ ପାଇଁ ସର୍ବାଧିକ ୩୪ ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟମ୍ ବାଣ୍ଟମ୍ (୮), ନୀତୀଶ ରାଣା (୯), କ୍ୟାପଟେନ୍ ଦିନେଶ କାର୍ତ୍ତିକ (୧) ଦୁଇ ଅଙ୍କ ଛୁଇଁପାରି ନଥିଲେ।

ଆନ୍ଦ୍ରେ ରସେଲ୍ (୧୬) ପୁଣିଥରେ ନିଜ ବ୍ୟାଟର ଚମକ ଦେଖାଇବାରେ ବିଫଳ ରହିଥିବା ବେଳେ ରାହୁଲ୍ ତ୍ରିପାଠୀ (୧୬) ମଧ୍ୟ ନିରାଶ କରିଥିଲେ। ଆରସିବି ପକ୍ଷରୁ କ୍ରିସ୍ ମୋରିସ୍ ଓ ୱାଶିଂଟନ୍ ସୁନ୍ଦର ୨ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ନଭଦୀପ ସାଇନି, ମହମ୍ମଦ ସିରାଜ, ୟୁଜବେନ୍ଦ୍ର ଚହଲ୍ ଓ ଇସୁରୁ ଉଡାନା ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story