ରୋହିତ୍ ଶର୍ମା ଆହତ, ଚିନ୍ତାରେ ଭାରତ

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ନଭେମ୍ବର ୩ ତାରିଖରେ ହେବାକୁଥିବା ଟି-୨୦ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳର କ୍ୟାପଟେନ୍ ରୋହିତ୍ ଶର୍ମା ଆହତ ହୋଇଛନ୍ତି। ଶୁକ୍ରବାର ଗ୍ରାଉଣ୍ଡରେ ଥ୍ରୋଡାଉନ୍ କରୁଥିବା ବେଳେ ବଲ୍ ରୋହିତଙ୍କ ବାମ ଜଙ୍ଘରେ ଲାଗିଛି, ଯେଉଁ କାରଣରୁ ସେ ବାହାରକୁ ଚାଲିଯାଇଥିଲେ। ବିରାଟ୍ କୋହଲିଙ୍କ ଅନୁପସ୍ଥିତିରେ ରୋହିତ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ନେତୃତ୍ୱ ନେବେ। ଅରୁଣ ଜେଟଲୀ ଷ୍ଟାଡିୟମରେ ନେଟ୍ ସେସନ୍ ଚାଲିଥିବା ବେଳେ ତାଙ୍କ ଜଙ୍ଘରେ ବଲ୍ ବାଜିଥିଲା। କିଛି ଥ୍ରୋଡାଉନ୍ […]

rohit

rohit

Ranjit Kumar Jena
  • Published: Friday, 01 November 2019
  • Updated: 01 November 2019, 07:11 PM IST

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ନଭେମ୍ବର ୩ ତାରିଖରେ ହେବାକୁଥିବା ଟି-୨୦ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳର କ୍ୟାପଟେନ୍ ରୋହିତ୍ ଶର୍ମା ଆହତ ହୋଇଛନ୍ତି। ଶୁକ୍ରବାର ଗ୍ରାଉଣ୍ଡରେ ଥ୍ରୋଡାଉନ୍ କରୁଥିବା ବେଳେ ବଲ୍ ରୋହିତଙ୍କ ବାମ ଜଙ୍ଘରେ ଲାଗିଛି, ଯେଉଁ କାରଣରୁ ସେ ବାହାରକୁ ଚାଲିଯାଇଥିଲେ। ବିରାଟ୍ କୋହଲିଙ୍କ ଅନୁପସ୍ଥିତିରେ ରୋହିତ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ନେତୃତ୍ୱ ନେବେ।

ଅରୁଣ ଜେଟଲୀ ଷ୍ଟାଡିୟମରେ ନେଟ୍ ସେସନ୍ ଚାଲିଥିବା ବେଳେ ତାଙ୍କ ଜଙ୍ଘରେ ବଲ୍ ବାଜିଥିଲା। କିଛି ଥ୍ରୋଡାଉନ୍ କରିବା ପରେ ଏକ ଦ୍ରୁତ ଗତିରେ ଆସୁଥିବା ବଲ୍ ତାଙ୍କ ଜଙ୍ଘରେ ବାଜିଥିଲା। ଆହତ ହେବା ପରେ ସେ ତୁରନ୍ତ ମଇଦାନ ଛାଡ଼ିଥିଲେ। କିନ୍ତୁ ତାଙ୍କ ଆହତ ସମସ୍ୟା କେତେ ଗୁରୁତର, ତାହା ଜଣାପଡ଼ିନାହିଁ। ଏ ନେଇ ଟିମ୍ ପକ୍ଷରୁ ମିଳିଥିବା ଖବର ଅନୁଯାୟୀ, ବର୍ତ୍ତମାନ ରୋହିତଙ୍କର ଉପଚାର ଚାଲିଛି ଏବଂ ଏ ନେଇ କୌଣସି ଅପଡେଟ୍ ମିଳିନାହିଁ।

ଶୁକ୍ରବାର ହୋଇଥିବା ପ୍ରାକ୍ଟିସ୍ ସେସନରେ ସଞ୍ଜୁ ସାମସନଙ୍କୁ ୱିକେଟକିପିଙ୍ଗ୍ ବଦଳରେ ଫିଲ୍ଡିଂ କରୁଥିବାର ଦେଖିବାକୁ ମିଳିଛି। ସେହିପରି ଋଷଭ ପନ୍ତଙ୍କୁ ମଧ୍ୟ ୱିକେଟକିପିଙ୍ଗରେ ଅତିରିକ୍ତ ସମୟ ଦେଇଥିବା ଦେଖିବାକୁ ମିଳିଛି। ତେବେ ପ୍ରଥମ ମ୍ୟାଚ୍ ପୂର୍ବରୁ ସମସ୍ତଙ୍କ ନଜର ମୁମ୍ବାଇର ଅଲରାଉଣ୍ଡର ଶିବମ ଦୁବେଙ୍କ ଉପରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos