ଗୋଟିଏ ମ୍ୟାଚ୍‌ରେ ଏତେ ସବୁ ରେକର୍ଡ କଲେ ରୋହିତ

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ଟିମ୍‌ ଇଣ୍ଡିଆର ବିସ୍ଫୋରକ ଓପନର୍‌ ତଥା କାମଚଳା ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ଖେଳ ଦେଖିବାକୁ ମିଳିଛି। ଲକ୍ଷ୍ନୌରେ ଚାଲିଥିବା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ୱିତୀୟ ଟି-୨୦ରେ ରୋହିତ ଶର୍ମାଙ୍କ ରନ୍‌ ବର୍ଷା ଓ ବିଶାଳ ଛକା ଏହି ଫର୍ମାଟରେ ଥିବା ଅନେକ ରେକର୍ଡକୁ ଭାଙ୍ଗି ଦେଇଛି। ରୋହିତ ଶର୍ମା ଆଜିର ମ୍ୟାଚ୍‌ରେ ମାତ୍ର ୬୧ଟି ବଲ୍‌ରେ ୧୧୧ ରନ୍‌ର ଅପରାଜିତ ଇନିଂସ୍‌ ଖେଳିଛନ୍ତି। ଟି-୨୦ ଫର୍ମାଟରେ ଏହା ରୋହିତଙ୍କ ୪ର୍ଥ ଶତକ। ଟି-୨୦ରେ […]

r2

r2

Hemant Lenka
  • Published: Tuesday, 06 November 2018
  • Updated: 06 November 2018, 09:50 PM IST

Sports

Latest News

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ଟିମ୍‌ ଇଣ୍ଡିଆର ବିସ୍ଫୋରକ ଓପନର୍‌ ତଥା କାମଚଳା ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ଖେଳ ଦେଖିବାକୁ ମିଳିଛି। ଲକ୍ଷ୍ନୌରେ ଚାଲିଥିବା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ୱିତୀୟ ଟି-୨୦ରେ ରୋହିତ ଶର୍ମାଙ୍କ ରନ୍‌ ବର୍ଷା ଓ ବିଶାଳ ଛକା ଏହି ଫର୍ମାଟରେ ଥିବା ଅନେକ ରେକର୍ଡକୁ ଭାଙ୍ଗି ଦେଇଛି।

ରୋହିତ ଶର୍ମା ଆଜିର ମ୍ୟାଚ୍‌ରେ ମାତ୍ର ୬୧ଟି ବଲ୍‌ରେ ୧୧୧ ରନ୍‌ର ଅପରାଜିତ ଇନିଂସ୍‌ ଖେଳିଛନ୍ତି। ଟି-୨୦ ଫର୍ମାଟରେ ଏହା ରୋହିତଙ୍କ ୪ର୍ଥ ଶତକ। ଟି-୨୦ରେ ୪ଟି ଶତକ ହାସଲ କରିବାରେ ରୋହିତ ବିଶ୍ୱର ପ୍ରଥମ ବ୍ୟାଟସ୍‌ମ୍ୟାନ୍‌ ହେବାର ରେକର୍ଡ କରିଛନ୍ତି।

ପୂର୍ବରୁ ରୋହିତ ଓ ନ୍ୟୁଜିଲ୍ୟାଣ୍ଡର କଲିନ୍‌ ମନରୋ ଯୁଗଳ ଭାବେ ଟି-୨୦ରେ ୩ଟି ଲେଖାଏ ଶତକ ହାସଲ କରିଥିଲେ। ତେବେ ଆଜି ରୋହିତ ୫୮ଟି ବଲ୍‌ରେ ଶତକ ହାସଲ କରି ମନରୋଙ୍କୁ ପଛରେ ପକାଇ ଦେଇଛନ୍ତି।

ରୋହିତ ଓ ମନରୋଙ୍କ ପରେ ଅଷ୍ଟ୍ରେଲିଆର ଆରୋନ୍‌ ଫିଞ୍ଚ୍‌, ୱେଷ୍ଟଇଣ୍ଡିଜ୍‌ର କ୍ରସ୍‌ ଗେଲ୍‌ ଓ ନ୍ୟୁଜିଲ୍ୟାଣ୍ଡର ମାର୍ଟିନ ଗପ୍ଟିଲ ଟି-୨୦ରେ ୨ଟି ଲେଖାଏ ଶତକ ହାସଲ କରିଛନ୍ତି।
ରୋହିତ ଆଜିର ୧୧୧ ରନ୍‌ ସ୍କୋର ବଳରେ ବିଶ୍ୱର ଦ୍ୱିତୀୟ ସର୍ବାଧିକ ରନ୍‌ ହାସଲକାରୀ ବ୍ୟାଟସ୍‌ମ୍ୟାନ୍‌ ହେବାର ଗୌରବ ଅର୍ଜ୍ଜନ କରିଛନ୍ତି। ରୋହିତ ୭୯ଟି ଇନିଂସ୍‌ରେ ୨୨୦୩ ରନ୍‌ କରିଥିବା ବେଳେ ପ୍ରଥମ ସ୍ଥାନରେ ନ୍ୟୁଜିଲ୍ୟାଣ୍ଡର ଗପ୍ଟିଲ ୭୩ଟି ଇନିଂସ୍‌ରେ ୨୨୭୧ ରନ୍‌ କରି ପ୍ରଥମ ସ୍ଥାନରେ ରହିଛନ୍ତି। ରୋହିତଙ୍କ ପରେ ପାକିସ୍ତାନର ଶୋଏବ ମାଲିକ ୨୧୯୦ ରନ୍‌ ସହ ତୃତୀୟ ସ୍ଥାନରେ ରହିଛନ୍ତି।

ରୋହିତ ଭାରତ ପାଇଁ ଟି-୨୦ରେ ସର୍ବାଧିକ ରନ୍‌ କରିବାର ରେକର୍ଡ କରିଛନ୍ତି। ଆଜିର ମ୍ୟାଚ୍‌ରେ ରୋହିତ ୧୧ ରନ୍‌ କରିବା କ୍ଷଣି ଭାରତ ପାଇଁ ସର୍ବାଧିକ ରନ୍‌ ହାସଲ କରିଥିବା ଅଧିନାୟକ ବିରାଟ୍‌ କୋହଲିଙ୍କୁ ପଛରେ ପକାଇଥିଲେ। ବିରାଟ୍‌ ୬୨ଟି ମ୍ୟାଚ୍‌ରେ ୨୧୦୨ ରନ୍‌ କରିଥିବା ବେଳେ ଗୋଟିଏ ଛକା ମାରି ରୋହିତ ଏହାକୁ ଅତିକ୍ରମ କରିଥିଲେ।

ସେହିପରି ରୋହିତ ଟି-୨୦ରେ ୧୯ ଥର ୫୦ରୁ ଅଧିକ ରନ୍‌ କରିବାର ବିଶ୍ୱର ପ୍ରଥମ ଖେଳାଳି ହୋଇଛନ୍ତି। ପୂର୍ବରୁ ୧୮ ଥର ୫୦ରୁ ଅଧିକ ରନ୍‌ କରିବା ତାଲିକାରେ ବିରାଟ୍‌ ଓ ରୋହିତ ଥିଲେ। କିନ୍ତୁ ରୋହିତ ଆଜି ବିରାଟ୍‌ଙ୍କୁ ଅତିକ୍ରମ କରିଯାଇଛନ୍ତି। ଗପ୍ଟିଲ ୧୬ଥର ୫୦ରୁ ଅଧିକ ରନ୍‌ କରି ତୃତୀୟ ସ୍ଥାନରେ ଅଛନ୍ତି।

ରୋହିତ ଆଜିର ୧୧୧ ରନ୍‌ର ଇନିଂସ୍‌ରେ ୮ଟି ଚୌକା ଓ ୭ଟି ବିଶାଳ ଛକା ମାରିଛନ୍ତି। ଫଳରେ ସେ ଟି-୨୦ ଇତିହାସରେ ସର୍ବାଧିକ ଛକା ମାରିବାର ରେକର୍ଡ ନିଜ ନାଁରେ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡର କିମ୍ବଦନ୍ତୀ ବ୍ୟାଟସ୍‌ମ୍ୟାନ୍‌ ବ୍ରେଣ୍ଡନ୍‌ ମ୍ୟାକ୍‌କୁଲମ୍‌ ଟି-୨୦ କ୍ୟାରିୟର୍‌ରେ ୯୧ଟି ଛକା ମାରିଥିବା ବେଳେ ରୋହିତ ୯୬ଟି ଛକା ମାରିଛନ୍ତି।

ଅନ୍ୟପକ୍ଷରେ ରୋହିତ ଆଜି ଶିଖର ଧୱନଙ୍କ ସହ ମିଶି ଆଉ ରେକର୍ଡ କରିଛନ୍ତି। ରୋହିତ ଓ ଧୱନ୍‌ ପ୍ରଥମ ୱିକେଟ୍‌ ପାଇଁ ୧୨୩ ରନ୍‌ର ଭାଗୀଦାରି କରିଥିଲେ।

ଏହି ଭାଗୀଦାରି ପରେ ରୋହିତ-ଧୱନ୍‌ ଯୋଡ଼ି ବିଶ୍ୱର ସର୍ବାଧିକ ରନ୍‌ ହାସଲକାରୀ ଖେଳାଳି ହୋଇଛନ୍ତି। ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ୱିତୀୟ ଟି-୨୦ରେ ଉଭୟ ୧୦ ରନ୍‌ର ଭାଗୀଦାରି କରିବା କ୍ଷଣି ବିଶ୍ୱର ଶ୍ରେଷ୍ଠଯୋଡ଼ିର ମାନ୍ୟତା ପାଇଥିଲେ।

ପୂର୍ବରୁ ୩୭ଟି ଇନିଂସ୍‌ରେ ଅଷ୍ଟ୍ରେଲିଆର ଡେଭିଡ୍ ୱାର୍ଣ୍ଣର ଓ ଶେନ୍‌ ୱାଟଶନ୍‌ ୩୭ଟି ଇନିଂସ୍‌ରେ ୧୧୫୪ ରନ୍‌ କରିଥିଲେ। ତେବେ ୩୯ଟି ଇନିଂସ୍‌ରେ ରୋହିତ୍‌-ଧୱନ୍‌ ଯୋଡ଼ି ୧୧୫୫* ରନ୍‌ କରି ଏମାନଙ୍କୁ ପଛରେ ପକାଇ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story