୨୦୦ମିଟର ଦୌଡ଼ରେ ରିଓ ଅଲିମ୍ପିକ ଯୋଗ୍ୟତା ଅର୍ଜନ କଲେ ଧାବିକା ଶ୍ରାବଣୀ

ଭୁବନେଶ୍ୱର: ଓଡ଼ିଶା ପାଇଁ ପୁଣି ଗୌରବମୟ ମୁହୁର୍ତ୍ତ।  ଧାବିକା ଦୂତିଙ୍କ ପରେ ଆଥଲେଟ୍ ଶ୍ରାବଣୀ ନନ୍ଦ ଆଜି ୨୩.୦୭ ସେକେଣ୍ଡରେ ୨୦୦ ମିଟର ଦୌଡରେ ଅଲିମ୍ପିକ ଯୋଗ୍ୟତା ଅର୍ଜନ କରିଛନ୍ତି। କାଜାକସ୍ତାନରେ ଆଲମାଟିରେ ଅନୁଷ୍ଠିତ କାସନୋଭ ମେମୋରିଆଲ ଅନ୍ତର୍ଜାତୀୟ ଆଥଲେଟିକ୍ସ ମିଟ୍‌ରେ ଅଲିମ୍ପିକ୍ସ ଯୋଗ୍ୟତା ପାଇଁ ଧାର୍ଯ୍ୟ ସମୟସୀମାକୁ ହାସଲ କରି କ୍ୱାଲିଫାଏ କରିଛନ୍ତି ଶ୍ରାବଣୀ। ୨୩.୨୦ ସେକେଣ୍ଡ ସମୟ ଟାର୍ଗେଟ ଥିବା ବେଳେ୨୩.୦୭ ସେକେଣ୍ଡରେ ୨୦୦ ମିଟର ଅତିକ୍ରମ କରି ସେ  ଅଲିମ୍ପିକ୍‌ ଯୋଗ୍ୟତା ହାସଲ […]

Cl28jDxUgAAhDqO

Cl28jDxUgAAhDqO

Rakesh Mallick
  • Published: Sunday, 26 June 2016
  • Updated: 26 June 2016, 03:26 PM IST

Sports

Latest News

srabani nadnaଭୁବନେଶ୍ୱର: ଓଡ଼ିଶା ପାଇଁ ପୁଣି ଗୌରବମୟ ମୁହୁର୍ତ୍ତ।  ଧାବିକା ଦୂତିଙ୍କ ପରେ ଆଥଲେଟ୍ ଶ୍ରାବଣୀ ନନ୍ଦ ଆଜି ୨୩.୦୭ ସେକେଣ୍ଡରେ ୨୦୦ ମିଟର ଦୌଡରେ ଅଲିମ୍ପିକ ଯୋଗ୍ୟତା ଅର୍ଜନ କରିଛନ୍ତି। କାଜାକସ୍ତାନରେ ଆଲମାଟିରେ ଅନୁଷ୍ଠିତ କାସନୋଭ ମେମୋରିଆଲ ଅନ୍ତର୍ଜାତୀୟ ଆଥଲେଟିକ୍ସ ମିଟ୍‌ରେ ଅଲିମ୍ପିକ୍ସ ଯୋଗ୍ୟତା ପାଇଁ ଧାର୍ଯ୍ୟ ସମୟସୀମାକୁ ହାସଲ କରି କ୍ୱାଲିଫାଏ କରିଛନ୍ତି ଶ୍ରାବଣୀ। ୨୩.୨୦ ସେକେଣ୍ଡ ସମୟ ଟାର୍ଗେଟ ଥିବା ବେଳେ୨୩.୦୭ ସେକେଣ୍ଡରେ ୨୦୦ ମିଟର ଅତିକ୍ରମ କରି ସେ  ଅଲିମ୍ପିକ୍‌ ଯୋଗ୍ୟତା ହାସଲ କରିଛନ୍ତି।

ଧାବିକା ଶ୍ରାବଣୀ ଅନେକ ପରିଶ୍ରମ ଓ ସାଧନା  ପରେ  ଆଜି  ଅଲିମ୍ପିକ  ଯୋଗ୍ୟତା ଆସଲ କରିଛନ୍ତି। ୨୦୧୦ କମନୱେଲଥ ଗେମ୍ସରେ  ୪oo ମିଟର ରିଲେ ରେସରେ ଶ୍ରାବଣୀ ବ୍ରୋଞ୍ଜ ପାଇଥିଲେ। ୨୦୧୬ ସାଉଥ୍ ଏସିଆନ୍ ଗେମ୍ସରେ  ୨୦୦ ମିଟରରେ ସ୍ୱର୍ଣ୍ଣ ଓ ୧୦୦ ମିଟରରେ  ରୌପ୍ୟ ପଦକ ହାସଲ କରି ଓଡ଼ିଶାକୁ ଗର୍ବିତ କରାଇଥିଲେ ଶ୍ରାବଣୀ। ସେହିପରି ୨୦୦୮ କମନୱେଲଥ୍ ୟୁଥ୍ ଗେମନ୍ସରେ ୪oo ମିଟରରେ  ସ୍ୱର୍ଣ୍ଣ ପଦକ ଜିତିଥିଲେ ଶ୍ରାବଣୀ। ୨୦୦୭ ସାଫ୍ ଗେମ୍ସରେ ଶ୍ରାବଣୀଙ୍କ ୧୦୦ ଏବଂ ୨୦୦ ମିଟର ରେସରେ  ମିଳିଥିଲା ବ୍ରୋଞ୍ଜ ପଦକ। ସିନିୟର ଫେଡେରେସନ କପ୍‌ ରିଲେ ରେସରେ ସେ ଅନୁରାଧା ବିଶ୍ୱାଳ, ରେଣୁବାଳା ମହନ୍ତ ଏବଂ ସରସ୍ୱତୀ ଚାନ୍ଦଙ୍କ ସହ ଭାଗ ନେଇ ରୌପ୍ୟ ପଦକ ଜିତିଥିଲେ।

୧୯୯୧ ମସିହାରେ ଜନ୍ମ ହୋଇଥିବା ଶ୍ରାବଣୀ ଭାରତପକ୍ଷରୁ ପ୍ରତିନିଧିତ୍ୱ କରି ବହୁ ସମ୍ମାନର ଅଧିକାରୀ ହୋଇଛନ୍ତି ଏବଂ ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି।

ଗତକାଲି  ସ୍ପ୍ରିଣ୍ଟର ଦୂତି ଚାନ୍ଦ ମଧ୍ୟ ୧୦୦ ମିଟର ଦୌଡରେ ଅଲିମ୍ପିକ ଯୋଗ୍ୟତା ହାସଲ କରିଥିଲେ।

ଓଟିଭିକୁ ପ୍ରତିକ୍ରିୟା ଦେଇ ଶ୍ରାବଣୀ କହିଛନ୍ତି, “ଓଡ଼ିଶାବାସୀଙ୍କ ସେହ୍ନ ଓ ଶୁଭେଚ୍ଛା ଯୋଗୁଁ ମୁଁ ଏତେ ବାଟ  ଆସିପାରିଲି। ଓଡ଼ିଶାର ଗୁରୁଜନମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି।”

୨୦୦ ମିଟର ଦୌଡରେ ଶ୍ରାବଣୀ ନନ୍ଦଙ୍କୁ ଅଲିମ୍ପିକ୍‌ ଯୋଗ୍ୟତା ଅର୍ଜନ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି।  ସେ କହିଛନ୍ତି, “ଓଡ଼ିଶା ପାଇଁ  ଏହା ଗୌରବମୟ ମୂହୁର୍ତ୍ତ।”

https://twitter.com/Naveen_Odisha/status/747001393827962880

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ଶ୍ରାବଣୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

କ୍ରୀଡାମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି, “ଅଲିମ୍ପିକ ଯୋଗ୍ୟତା ଅର୍ଜନ କରିଥିବା ଶ୍ରାବଣୀ ନନ୍ଦଙ୍କୁ ଶୁଭେଚ୍ଛା ଜଣାଉଛି। ଏହା  ଏକ  ଗର୍ବ ଗୌରବର ବିଷୟ। ଭଗବାନ ତାଙ୍କ ଚଲାପଥକୁ କୁସମିତ କରନ୍ତୁ। ଶ୍ରାବଣୀ ନନ୍ଦଙ୍କୁ  ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ। ଆଗାମୀ  ଅଲିମ୍ପିକରେ ଶ୍ରାବଣୀ ଓ ଦୂତି  ସ୍ୱର୍ଣ୍ଣ ପଦକ ଜିତନ୍ତୁ। ତାଙ୍କୁ ସରକାରଙ୍କ ପକ୍ଷରୁ ଏକ ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯିବ।”

ରଚିତା ପଣ୍ଡା ମିସ୍ତ୍ରୀ କହିଛନ୍ତି,“ ଦୀର୍ଘ ଦିନ ବ୍ୟବଧାନ ପରେ ଓଡ଼ିଶାକୁ ସଫଳତା ମିଳିଛି। ଓଡ଼ିଶାରେ ପ୍ରତିଭା ନାହିଁ ବୋଲି କୁହାଯାଇପାରିବ ନାହିଁ।  ଦୂତି ଓ ଶ୍ରାବଣୀଙ୍କ ପ୍ରତି ରାଜ୍ୟବାସୀ ସାହାଯ୍ୟ ଓ ସହଯୋଗ ଅତୁଟ ରଖନ୍ତୁ । ଉଭୟଙ୍କୁ ଅଲିମ୍ପିକ  ଫାଇନାଲରେ ଦେଖିଲେ ମୁଁ ଖୁସି ହେବି।”

ଏହି ସଫଳତା ପରେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ଶ୍ରାବଣୀ ନନ୍ଦଙ୍କ ପାଇଁ ଏକ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛି। ଏହାସହ ଓଡ଼ିଶା ଅଲିମ୍ପିକ ଆସୋସିଏସନ ପକ୍ଷରୁ ଶ୍ରାବଣୀଙ୍କୁ ୫୦ ହଜାର ଟଙ୍କା ଦିଆଯିବ ବୋଲି ଓସିଏ ସଂପାଦକ ଆଶୀର୍ବାଦ ବେହେରା ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos