୨୦୦୭ରେ ସଚିନଙ୍କୁ ଅବସର ନେବାରୁ ରୋକିଥିଲା ଏହି ଫୋନ୍ କଲ୍

ନୂଆଦିଲ୍ଲୀ: କ୍ରିକେଟ୍ ଭଗବାନ ଭାବେ ପରିଚିତ ସଚିନ ତେନ୍ଦୁଲକର ୧୬ ନଭେମ୍ବର, ୨୦୧୩ରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ। କିନ୍ତୁ ଯଦି ତାଙ୍କୁ ସେଇ ଗୋଟିଏ ଫୋନ୍ କଲ୍ ଆସି ନଥାନ୍ତା, ତା’ହେଲେ ଭାରତର ଏହି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ୨୦୦୭ରେ କ୍ରିକେଟ୍ ଖେଳିବା ଛାଡ଼ି ଦେଇଥାନ୍ତେ। ସଚିନ ୨୦୦୭ରେ ହିଁ କ୍ରିକେଟରୁ ସନ୍ନ୍ୟାସ ନେବାକୁ ମନ ବଳାଇ ସାରିଥିଲେ, କିନ୍ତୁ ସେହି ସମୟରେ ୱେଷ୍ଟଇଣ୍ଡିଜର ସର୍ବକାଳୀନ ମହାନ ବ୍ୟାଟ୍ସମ୍ୟାନ୍ ସାର୍ ଭିଭିଆନ୍ ରିଚାର୍ଡ୍ସଙ୍କଠାରୁ ପରାମର୍ଶ ସଚିନଙ୍କ ମନକୁ […]

sachin

sachin

Hemant Lenka
  • Published: Monday, 03 June 2019
  • Updated: 03 June 2019, 04:48 PM IST

Sports

Latest News

ନୂଆଦିଲ୍ଲୀ: କ୍ରିକେଟ୍ ଭଗବାନ ଭାବେ ପରିଚିତ ସଚିନ ତେନ୍ଦୁଲକର ୧୬ ନଭେମ୍ବର, ୨୦୧୩ରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ। କିନ୍ତୁ ଯଦି ତାଙ୍କୁ ସେଇ ଗୋଟିଏ ଫୋନ୍ କଲ୍ ଆସି ନଥାନ୍ତା, ତା'ହେଲେ ଭାରତର ଏହି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ୨୦୦୭ରେ କ୍ରିକେଟ୍ ଖେଳିବା ଛାଡ଼ି ଦେଇଥାନ୍ତେ।

ସଚିନ ୨୦୦୭ରେ ହିଁ କ୍ରିକେଟରୁ ସନ୍ନ୍ୟାସ ନେବାକୁ ମନ ବଳାଇ ସାରିଥିଲେ, କିନ୍ତୁ ସେହି ସମୟରେ ୱେଷ୍ଟଇଣ୍ଡିଜର ସର୍ବକାଳୀନ ମହାନ ବ୍ୟାଟ୍ସମ୍ୟାନ୍ ସାର୍ ଭିଭିଆନ୍ ରିଚାର୍ଡ୍ସଙ୍କଠାରୁ ପରାମର୍ଶ ସଚିନଙ୍କ ମନକୁ ପରିବର୍ତ୍ତନ କରିଥିଲା। ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସଚିନ ଏହି କଥାର ଖୁଲାସା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସାର୍ ରିଚାର୍ଡ୍ସ ମଧ୍ୟ ଉପସ୍ଥିତ ଥିଲେ।

ଶୁଣିବାକୁ ମିଳେ ଯେ, ବଡ଼ଭାଇ ଅଜିତ ତେନ୍ଦୁଲକରଙ୍କ ପରାମର୍ଶ କ୍ରମେ ସଚିନ ୨୦୦୭ରେ କ୍ରିକେଟରୁ ସନ୍ନ୍ୟାସ ନ ନେବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ ତାଙ୍କର ସନ୍ୟାସ ନେବାର ନିଷ୍ପତ୍ତି କିମ୍ବା ଏଥିରେ ରିଚାର୍ଡ୍ସଙ୍କ ଭୂମିକାକୁ ନେଇ କିଛି ବି ସାମ୍ନାକୁ ଆସିନଥିଲା।

ଏହାକୁ ନେଇ ସଚିନ କହିଛନ୍ତି, "୨୦୦୭ ବିଶ୍ୱକପ୍ ମୋ କ୍ୟାରିୟରର ସବୁଠାରୁ ଖରାପ ସମୟ ଥିଲା। ଯେଉଁ ଖେଳ ମୋତେ ଜୀବନର ସବୁଠାରୁ ସୁଖଦ ସମୟ ଦେଇଛି, ସେହି ଖେଳ ମଧ୍ୟ ମୋତେ ଖରାପ ସମୟ ଦେଖାଇଛି। ସେତେବେଳେ ମୁଁ ଅନୁଭବ କଲି ଯେ, ଟିମରେ କିଛି ପରିବର୍ତ୍ତନର ଆବଶ୍ୟକତା ରହିଛି। ଯଦି ଏହି ପରିବର୍ତ୍ତନ ନହୁଏ, ତାହେଲେ ମୁଁ କ୍ରିକେଟ୍ ଛାଡ଼ିଦେବି।

ମୁଁ କ୍ରିକେଟ୍ ଛାଡ଼ିବା ପାଇଁ ୯୦ ପ୍ରତିଶତ ମନ ବଳାଇ ସାରିଥିଲି। କିନ୍ତୁ ମୋ ବଡ଼ ଭାଇ (ଅଜିତ୍) ମୋତେ କହିଥିଲେ, ୨୦୧୧ ବିଶ୍ୱକପ୍ ଫାଇନାଲ୍ ମୁମ୍ବାଇରେ ହେବ। କେବେ ତୁମେ ଭାବିଛ ଯେ, ବିଶ୍ୱକପର ସୁନ୍ଦର ଟ୍ରଫି ତୁମେ ନିଜ ହାତରେ ଧରିପାରିବ। ବଡ଼ ଭାଇଙ୍କ ଏହି କଥା ଶୁଣିବା ପରେ ମୁଁ ମୋ ଫାର୍ମ ହାଉସକୁ ଚାଲି ଯାଇଥିଲି ଏବଂ ସେହିଠାରେ ରିଚାର୍ଡ୍ସ ସାରଙ୍କ ଫୋନ୍ ଆସିଥିଲା।

ସେ (ରିଚାର୍ଡ୍ସ) ମୋତେ କହିଥିଲେ, ମୁଁ ଜାଣିଛି ତୁମ ଭିତରେ ଆହୁରି କ୍ରିକେଟ୍ ବାକି ଅଛି। ଆମେ ପାଖାପାଖି ୪୫ ମିନିଟ୍ ଫୋନରେ କଥା ହୋଇଥିଲୁ। ତାଙ୍କ ସହ ସେହି କଥାବାର୍ତ୍ତା ମୋ ହୃଦୟକୁ ଛୁଇଁ ଯାଇଥିଲା, କାରଣ ସେ ମୋ ପିଲାଦିନର ଆଦର୍ଶ। ସେ ମୋତେ କହିଥିବା ପ୍ରତିଟି କଥା ମୋ ମନୋବଳକୁ ବଢ଼ାଇଥିଲା। ଶେଷରେ ତାଙ୍କ ସହ କଥା ହେବା ପରେ ମୁଁ ମନ ପରିବର୍ତ୍ତନ କରିଥିଲି। ଏହା ପରେ ମଧ୍ୟ ମୋ ପ୍ରଦର୍ଶନରେ ଅନେକ ସୁଧାର ଆସିଥିଲା।"

ସଚିନ ମଧ୍ୟ ୨୦୦୩ ବିଶ୍ୱକପ୍ ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷ ପରାଜୟକୁ ନେଇ ବହୁତ ନିରାଶ ହୋଇଥିଲେ। ସଚିନ କହିଥିଲେ, ପୂରା ଟୁର୍ଣ୍ଣାମେଣ୍ଟରେ ଆମେ ଭଲ ପ୍ରଦର୍ଶନ କରିଆସିଥିଲୁ ଏବଂ ଫାଇନାଲରେ ପହଞ୍ଚିଥିଲୁ। ଏହା ପୂର୍ବରୁ ଆମର ବ୍ୟାଟିଂ ସେତେଟା ମଭଜୁତ୍ ନଥିଲା। ପୂରା ଟୁର୍ଣ୍ଣାମେଣ୍ଟରେ ଆମେ କେବଳ ଅଷ୍ଟ୍ରେଲିଆ ନିକଟରୁ ହାରିଥିଲୁ। ତେଣୁ ଫାଇନାଲ୍ ପରାଜୟ ଆମକୁ ବହୁତ ନିରାଶ କରିଥିଲା ବୋଲି ସଚିନ କହିଥିଲେ।

ସଚିନ ତେନ୍ଦୁଲକରଙ୍କ ସହ ଏହି କାର୍ଯ୍ୟକ୍ରମରେ ରିଚାର୍ଡ୍ସ ମଧ୍ୟ ଉପସ୍ଥିତ ଥିଲେ। ରିଚାର୍ଡ୍ସ କହିଥିଲେ, "ସଚିନଙ୍କ ଉପରେ ମୋର ସର୍ବଦା ବିଶ୍ୱାସ ଥିଲା। ମୋତେ ସୁନୀଲ ଗାଭାସ୍କରଙ୍କ ସହ ଖେଳିବାର ସୁଯୋଗ ମିଳିଛି, ଯିଏ ଭାରତୀୟ କ୍ରିକେଟର ଗଡଫାଦର। ଗାଭାସ୍କରଙ୍କ ଯିବା ପରେ ସଚିନ ଆସିଲେ ଏବଂ ତା'ପରେ ଏବେ ବିରାଟ୍ କୋହଲି ଭାରତୀୟ କ୍ରିକେଟକୁ ନୂଆ ସ୍ତରରେ ପହଞ୍ଚାଇଛନ୍ତି। କିନ୍ତୁ ଗୋଟିଏ କଥା ମୋତେ ଚକିତ କରିଛି ଯେ, ଜଣେ ଛୋଟିଆ ସାଇଜର ମଣିଷ (ସଚିନ) ଏତେ ଶକ୍ତିଶାଳୀ କିପରି ହୋଇପାରିଲେ।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story